Posted inଫୁରସତ

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା ଅନୁଭୂତି ମିଳିବ ତାହା ହୋଇଯିବ ଅବର୍ଣ୍ଣନୀୟ। ଠିକ୍‌ ଯେମିତି ଏହି ସବୁ ଟି’ପଟ୍‌। ଏଗୁଡିକ ଯେମିତି ଅଜବ ସେମିତି ଆକର୍ଷକ ଓ ସ୍ବତନ୍ତ୍ର। ତେଣୁ ଏଥିରୁ ଚା’ ଢାଳି ପିଇବାର ମଜା କିଏ ବା ନ ନେବାକୁ ଚାହିଁବେ…

ଅକ୍ଟୋପସ୍‌ ଟି’ପଟ୍‌- ଆଠଟି ଗୋଡ ଥିବା ଅକ୍ଟୋପସ୍‌ ଏକ ଅଜବ ପ୍ରାଣୀ ଅଟେ। ତେଣୁ ଏହି ଡିଜାଇନ୍‌ର ଟି’ପଟ୍‌ ବି ବହୁତ ଅଜବ ସହ ୟୁନିକ୍‌ ଲାଗେ। ଏହାର ଗୋଡକୁ କେବେ ଟି’ପଟ୍‌ର ହ୍ୟାଣ୍ଡେଲ ତ କେବେ କଭରଭାବେ ବ୍ୟବହାର କରାଯାଇଥାଏ।
ଅଜବ ଟି’ ପଟ୍‌- ସାଲ୍‌ଭାଡର୍‌ ଦାଲି ହେଉଛନ୍ତି ଜଣେ ସ୍ପେନୀୟ ଲେଖକ,ଚିତ୍ରକର, ଡିଜାଇନର୍‌ ଓ ଚଳଚ୍ଚିତ୍ର ନିର୍ମାତା। ସେ ତାଙ୍କର ଅଜବ ପେଣ୍ଟିଂ ଓ ଆର୍ଟ ଷ୍ଟାଇଲ୍‌ ପାଇଁ ବେଶ୍‌ ପରିଚିତ। ତେବେ ତାଙ୍କ ଟି’ପଟ୍‌ ଡିଜାଇନ୍‌ଗୁଡିକ ବହୁତ ଚର୍ଚ୍ଚିତ। ସେଗୁଡିକ ବହୁତ ଅଜବ। ସାଧାରଣ ଟି’ପଟ୍‌ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏସବୁକୁ ଦେଖିଲେ ତ ପ୍ରଥମ ନଜରରେ ଜାଣି ହେବନି ଏହା ଟି’ପଟ୍‌ ବୋଲି। ଆଉ ତା ଭିତରେ ଏତେ ସୃଜନଶୀଳତା ଭରିରହିଥାଏ ଯେ, ଦେଖଣାହାରୀଙ୍କ ନଜର ତା’ଠୁ ହଟି ନ ଥାଏ।

ମର୍ଲିନ ମୋନରୋ ଟି’ପଟ୍‌- ଈଷତ୍‌ ଧଳାରଙ୍ଗର ଏହି ଟି’ପଟ୍‌ର ଡିଜାଇନ୍‌ ବହୁତ ସିମ୍ପଲ୍‌। ହେଲେ ଏଥିରେ ଥିବା ଗୋଟିଏ ବିଶେଷତ୍ୱକୁ ଦେଖିଲେ ମନେପଡିଯିବ ମର୍ଲିନ୍‌ ମୋନରୋଙ୍କ କଥା। ସେ ହେଉଛି ଲାଲରଙ୍ଗର ଆକର୍ଷକ ଓଠ ସାଙ୍ଗକୁ ପାଶର୍‌ବରେ ଥିବା ସୁନ୍ଦର କଳାଜାଇ। ସେଥିପାଇଁ ଏହାକୁ ମର୍ଲିନ ମୋନରୋ ଟି’ପଟ୍‌ କୁହାଯାଉଛି।

ଆର୍ଟିଷ୍ଟିକ୍‌ ଟି’ପଟ୍‌- ଏହି ଟି’ପଟ୍‌ ଚିତ୍ରକଳାକୁ ଆଧାର କରି କରାଯାଇଛି। ତେଣୁ ଏଥିରେ ପେଣ୍ଟ ବ୍ରଶ୍‌, କଲର୍‌ ଆଦିର ଝଲକ ଦେଖିବାକୁ ମିଳେ। ଏଥିରେ ଗୋଟିଏ ଟି’ପଟ୍‌ ତ ଦେଖିବାକୁ ସମ୍ପୂର୍ଣ୍ଣଭାବେ କଲର୍‌ ବ୍ରଶ ଭଳି।

ମେଶିନ୍‌ ଟି’ପଟ୍‌- ଯାନ୍ତ୍ରିକ ଉପକରଣର ରୂପ ଦିଆଯାଇଛି ଏହି ଟି’ପଟ୍‌ଗୁଡିକୁ। କେଉଁ ଟି’ପଟ୍‌ ଦେଖିବାକୁ ସିଲେଇ ମେଶିନ, ଟେଲିଫୋନ୍‌ ଭଳି ତ କେଉଁଟି ସାଣ୍ଡଓ୍ବିଚ୍‌ ମେକର୍‌, ଟାଇପ୍‌ ରାଇଟର୍‌ ପରି। ଏସବୁ ଟି’ପଟ୍‌ରୁ ଚା’ ଢାଳିବାବେଳେ ଘରକୁ ଆସିଥିବା ଅତିଥି ବି ଚକିତ ହୋଇଯିବେ।

ଭ୍ୟାନ୍‌ ପରି ଟି’ପଟ୍‌- ୬୦ ଦଶକରେ ଭିଡବ୍ଲ୍ୟୁ ଭ୍ୟାନ୍‌ର ବେଶ୍‌ ଲୋକପ୍ରିୟତା ଥିଲା। ଏବେବି ଏହାର ଲୋକପ୍ରିୟତା କମିନି। ସେଥିପାଇଁ ତ ଟି’ପଟ୍‌ରେ ବି ଏହାକୁ ରୂପ ଦିଆଯାଇଛି।

ଫୁଲ ଆକାରର ଟି’ପଟ୍‌- ଏହି ଟି’ପଟ୍‌ ଦେଖିବାକୁ ପୂରାପୂରି ଫୁଲ ଭଳି। ତେଣୁ ଏହାକୁ ଦେଖିଲେ ଲାଗିବ ଏହା କୌଣସି ହୋମ୍‌ ଡେକୋର୍‌ ଆଇଟମ୍‌ ବୋଲି।

ମୋନାଲିସା ଟି’ପଟ୍‌- ଲିଓନାର୍ଡୋ ଦା ଭିନ୍ସିଙ୍କର ବହୁ ପ୍ରସିଦ୍ଧ ପେଣ୍ଟିଂ ମୋନାଲିସା ବି ଟି’ପଟ୍‌ର ରୂପ ନେଇଛି। ସେ ପୁଣି ବିଭିନ୍ନ ଢଙ୍ଗରେ। ଏହି ପେଣ୍ଟିଂକୁ ଭଲ ପାଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ଉପହାର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ସ୍କୁଲକୁ ୨୪ କିଲୋମିଟର ସାଇକେଲରେ ଯାଆନ୍ତି ଏହି ଛାତ୍ରୀ: ହାଇସ୍କୁଲ ପରୀକ୍ଷାରେ ରଖିଛନ୍ତି ୯୮.୫ ପ୍ରତିଶତ ନମ୍ବର

ଭୋପାଳ,୬ା୭: କଥାରେ ଅଛି କଠିନ ପରିଶ୍ରମର ଫଳ ଦିନେ ଦିନେ ମିଳିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲା ଅନ୍ତର୍ଗତ ଆଜନୋଲ୍‌...

ନିୟମ ଉଲ୍ଲଂଘନ କରିଥିଲେ ମହିଳା, ‘ଚୁମ୍ବନ’ ଦେବା ପରେ ଛାଡ଼ିଲା ପୋଲିସ; ଭିଡିଓ ଭାଇରାଲ ପରେ…

ଲିମା: କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱରେ ଅନେକ କଟକଣା ଲଗାଯାଇଛି। ସେଥିରୁ ଗୋଟିଏ ହେଲା ଘରୁ ବାହାରକୁ ଗଲେ ମାସ୍କର ବ୍ୟବହାର। ହେଲେ...

ଏମିତି ଦେଶ ଯେଉଁଠି ମୃତବ୍ୟକ୍ତିଙ୍କ ସହ ହୋଇଥାଏ ବିବାହ, ନେବାକୁ ପଡ଼େ ରାଷ୍ଟ୍ରପତିଙ୍କ ଅନୁମତି

ବିଭିନ୍ନ ଦେଶର ଆଇନକାନୁନ ଭିନ୍ନ ପ୍ରକାରର। ତେବେ ଏମିତି କିଛି ଆଇନକାନୁନ ରହିଛି ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଦେଶ ହେଉଛି...

ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍‌

ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍‌ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ...

ଗରିବଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ଏହି ବୃଦ୍ଧ ଦମ୍ପତି

କେରଳର ଥ୍ରିସୁରର ଥଙ୍ଗାଲୁରୁରେ ଜଣେ ବୃଦ୍ଧ ଦମ୍ପତି ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାଟି ଭର୍ଗିସ୍‌(୮୦ ବର୍ଷ)ଏବଂ ଫିଲୋମେନା ନିଜ ଜମିରେ ଘର ନିର୍ମାଣ...

ବିରିୟାନୀ ଦାମ ୨୦,୦୦୦ଟଙ୍କା

ବିରିୟାନୀ କଥା ଉଠିଲେ ପାଟିରୁ ଲାଳ ଗଡିଆସେ। ପ୍ରାୟ ସମସ୍ତଙ୍କୁ ଭଲ ଲାଗେ ଏହାର ସ୍ବାଦ। ଭଲ ଓ ଫେମସ୍‌ ବିରିୟାନୀ ଖାଇବା ପାଇଁ ତ...

ବୃଦ୍ଧାଙ୍କୁ ପିଠିରେ ବସାଇ ୫ କି.ମି. ଚାଲିଲେ ମହିଳା ପୋଲିସ

ଜନସାଧାରଣଙ୍କ ସେବା କରିବା ପୋଲିସର କାମ। ବେଳେବେଳେ ପୋଲିସର ଏମିତି ସେବା ନଜରକୁ ଆସିଥାଏ ଯାହାକୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏବେ ସେମିତି ଏକ ଫଟୋ...

ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍‌ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ...

Advertisement
Archives

Model This Week