ଚାର୍ଜଶିଟ ଦାଖଲରେ ବିଳମ୍ବ କରି ଏସ୍‌ଆଇ ନିଲମ୍ବିତ

ସମ୍ବଲପୁର,୮।୨(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଥାନାରେ କାର୍ଯ୍ୟରତ ଏସ୍‌ଆଇ ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଚାର୍ଜଶିଟ ଦାଖଲରେ ବିଳମ୍ବ କରିବାରୁ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂ ତାଙ୍କୁ ନିଲମ୍ବନ କରିଛନ୍ତି ।
ସୂଚନାଯୋଗ୍ୟ, ବୁଢ଼ାରଜା ଅଞ୍ଚଳରେ ରହୁଥିବା ନୀଳିମା ଦାଶଙ୍କ ଘରକୁ ସୌରଭ ଭଟ୍ଟାଚାର୍ଜ ନାମକ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିଲେ । ସେହି ସମୟରେ ସେ ନୀଳିମାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ନୀଳିମାଙ୍କ ୮ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଇଁଠାପାଲି ଥାନା ଏସ୍‌ଆଇ ଯୁଗଳ କିଶୋର ଦାସ ତଦନ୍ତ ଦାୟିତ୍ୱ ନେଇଥିଲେ । ୧୨୦ ଦିନ ଭିତରେ ଚାର୍ଜଶିଟ ଦାଖଲ କରିବା ନିୟମ ରହିଥିଲେ ମଧ୍ୟ ଏହାଠାରୁ ଦିନକ ବିଳମ୍ବରେ ଅର୍ଥାତ୍‌ ୧୨୧ ଦିନ ପରେ ଦାଖଲ କରିଥିଲେ । ଇତିମଧ୍ୟରେ ଅଭିଯୁକ୍ତ ଜାମିନରେ ଆସି ଥିବା ବେଳେ ନୀଳିମାଙ୍କ ପରିବାର ଲୋକେ ଭୟଭୀତ ହୋଇ ଶୁକ୍ରବାର ଏସ୍‌ପିଙ୍କୁ ସୁରକ୍ଷା ଲାଗି ଦାବି କରିଥିଲେ । ଏହାସହ ତଦନ୍ତରେ ଅବହେଳା ଓ ଠିକ୍‌ ଭାବରେ ତଥ୍ୟ ପ୍ରମାଣ ଯୋଗାଡ ନ କରିବାରୁ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟିଲାନି ବାଣ କି ସୁଭିଲାନି ବ୍ୟାଣ୍ଡବାଜା: ଭକ୍ତ ବିହୁନେ ବିଦାୟ ନେଲେ ମା’ ଗଜଲକ୍ଷ୍ମୀ

ପୁରୁଷୋତ୍ତମପୁର,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ରଥସାହି ମା’ ଗଜଲକ୍ଷ୍ମୀଙ୍କ ପୂଜା ଓ ଭଷାଣି କାର୍ଯ୍ୟକ୍ରମ କରୋନା କଟକଣା ମଧ୍ୟରେ ବୁଧବାର ରାତ୍ରରେ ଶେଷ ହୋଇଛି।...

ଲଗାଣ ବର୍ଷାରେ କୃତ୍ରିମ ବନ୍ୟା

ବାଲେଶ୍ୱର ଅଫିସ,୨୬।୯- ବାଲେଶ୍ୱର ଜିଲାରେ ୩ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ସହର ତଳି ଅଞ୍ଚଳରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।...

କାମ ଆରମ୍ଭରୁ ଭାଙ୍ଗିଲା ଗ୍ରୀଡ୍‌ ସବ୍‌ଷ୍ଟେଶନ ପାଚେରି

ବନ୍ତ, ୭।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ଗୋପାଳସାହିସ୍ଥିତ କପାଳି ନଦୀ କୂଳରେ ଓପିଟିସିଏଲ୍‌(ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କରର୍ପୋରେସନ...

‘ହୋଣ୍ଡା ଅଲ୍‌ ନ୍ୟୁ ସିଟି’ର ବଜାର ପ୍ରବେଶ

ଭୁବନେଶ୍ୱର,୩।୩:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ (ଏଚସିଆଇଏଲ)ର ବହୁ ପ୍ରତିକ୍ଷୀତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ ନ୍ୟୁ ସିଟି’ର...

ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ପ୍ରାପ୍ୟ ମିଳିନି

ଲୋଇସିଂହା, ୧୬।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର କେତେକ ଜବକାର୍ଡଧାରୀ ଶ୍ରମିକ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରି ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଉକ୍ତ ଶ୍ରମିକ...

ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ...

୧୬ ପଞ୍ଚାୟତ ପାଣିଘେରରେ, ରିଲିଫ୍‌ ପାଇଁ ଘୋଷଣା

ଚାନ୍ଦବାଲି,୩ା୯(ଡି.ଏନ୍‌.ଏ.): ଚଳିତ ବନ୍ୟାରେ ପାଣିଘେରରେ ରହିଥିବା ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୬ଟି ପଞ୍ଚାୟତ ଓ ଚାନ୍ଦବାଲି ଏନ୍‌ଏସିର ଗୋଟିଏ ଓ୍ବାର୍ଡର ଲୋକଙ୍କ ପାଇଁ ରିଲିଫ୍‌...

ଶିକ୍ଷକ ନିଲମ୍ବନ ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରୀଛାତ୍ର

ନାଉଗାଁ,୨୨।୮(ସ୍ବ.ପ୍ର.): ଜଗତସିଂହପୁର ଜିଲା ଅନ୍ତର୍ଗତ ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତର ଗୋପାଳଜିଉ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କୁ ବୁଧବାର ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶକୁ...

Advertisement
Archives

Model This Week