Posted inଖେଳ

ଚାମ୍ପିୟନ କ୍ରିକେଟରଙ୍କୁ ଛୁଇଁଲା ୩୮

ନୂଆଦିଲ୍ଲୀ,୧୪।୧୦- ଚାମ୍ପିୟନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋମବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ କ୍ରିକେଟ ଜଗତକୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। କ୍ରିକେଟ କ୍ୟାରିୟରରେ ଗମ୍ଭୀର ୧୪୭ ଦିନିକିଆ ଓ ୫୮ ଟେଷ୍ଟ ଖେଳି ଯଥାକ୍ରମେ ୫୨୩୮ ଓ ୪୧୫୪ ରନ୍‌ କରିଛନ୍ତି। ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଲେଖିଛନ୍ତି, ଗମ୍ଭୀର ତୁମକୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଭଗବାନ ତୁମ ମଙ୍ଗଳ କରନ୍ତୁ ଓ ସଫଳତା ଦିଅନ୍ତୁ। ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ଗମ୍ଭୀରଙ୍କ କେକ୍‌ କାଟିବାବେଳର ଫଟୋ ଟୁଇଟ୍‌ କରି କ୍ୟାପଶନରେ ଲେଖିଛନ୍ତି, ଗମ୍ଭୀର ଜନ୍ମଦିନର ଶୁଭେଚ୍ଛା। ତୁମ ଇଚ୍ଛା ଓ ସ୍ବପ୍ନ ପୂରଣ ହେଉ। ଉକ୍ତ ଫଟୋରେ ଇର୍ଫାନ ପଠାନ ଓ ଆର.ପି. ସିଂ ମଧ୍ୟ ରହିଛନ୍ତି। ଉଲ୍ଲେଖଥାଉ କି, ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଫାଇନାଲରେ ଗମ୍ଭୀର ଚମତ୍କାର ପ୍ରଦର୍ଶନ କରିଥିଲେ। କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଗମ୍ଭୀର ରାଜନୀତିରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି ଜର୍ସି ବାଣ୍ଟୁଥିଲେ ଧୋନୀ, କଲେ ଖୁଲାସା

ଦୁବାଇ,୨।୧୧: କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୦ରେ ନିରାଶାଜନକ ଯାତ୍ରା ଶେଷ କରିଛି।...

ପୁରୁଷ ହକିରେ ଭାରତର ବ୍ରୋଞ୍ଜ ପଦକ ଆଶା…

ଟୋକିଓ/ନୂଆଦିଲ୍ଲୀ,୩।୮: ଅଲିମ୍ପିକ ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ବେଲଜିୟମଠାରୁ ପରାଜିତ ହୋଇଛି। ଫଳରେ ଭାରତର ଗୋଲ୍ଡ ଏବଂ ସିଲିଭର୍‌ ପଦକ ଆଶା ଧୁଳିସାତ୍‌ ହୋଇଛି।...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଏକ୍ସେଲସେନ୍‌, ତାଇ ଜୁଙ୍କୁ ଟାଇଟଲ

ବର୍ମିଂହାମ୍‌,୧୬ା୩ (ପି.ଟି.)-ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍‌ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ...

ମନେ ପଡ଼ିଲେ ବାପା

ସିଡନୀ,୭।୧: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଚର୍ଚ୍ଚାରେ। ମ୍ୟାଚ୍‌ ଆରମ୍ଭରୁ ଜାତୀୟ...

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଥାନ ପାଇଲା ମହିଳା କ୍ରିକେଟ

ମେଲବୋର୍ନ,୧୩।୮(ପିଟି)- ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଯାଉଛି ମହିଳା କ୍ରିକେଟ୍‌। ୨୦୨୨ରେ ବର୍ମିଂହାମ ସଂସ୍କରଣରେ ମହିଳା ଟି୨୦ ସାମିଲ କରାଯିବା ନେଇ...

ଆଇପିଏଲ୍‌- ୧୪: ବିଜୟଧାରା ବଜାୟ ଲକ୍ଷ୍ୟରେ ବାଙ୍ଗାଲୋର

ମୁମ୍ବାଇ,୨୨।୪(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦମ୍‌ଦାର ଆରମ୍ଭ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ...

ଜୋତା ସଫା କଲେ ବିରାଟ କୋହଲି

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଛନ୍ତି। ନିକଟରେ ୟୁଏଇରେ ଚାଲିଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଅଧିକାଂଶ ସମୟରେ ବେବି ବମ୍ପ୍‌ସହ ଦେଖିବାକୁ ମିଳୁଥିଲା।...

୩ ମାସ ପରେ ଲା ଲିଗାର ପ୍ରତ୍ୟାବର୍ତ୍ତନ: ରିୟଲ ବେଟିସ୍‌କୁ ହରାଇଲା ସେବିଲା

ମାଡ୍ରିଡ,୧୨।୬: ଦୀର୍ଘ ୩ ମାସ ପରେ ସ୍ପାନିଶ ଫୁଟବଲ ଲିଗ୍‌ ଗୁରବାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ସେବିଲା ତା’ର ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ରିୟଲ...

Advertisement
Ten Cric Info


Archives

Model This Week