Posted inଖେଳ

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି କ୍ଲବ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ରେଡ ବୁଲ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ଲିଭରପୁଲ ଦଳକୁ କେବଳ ଡ୍ର’ ଦରକାର ଥିଲା। ମାତ୍ର ମହମ୍ମଦ ସାଲା ଓ ନାବି କେଇଟାଙ୍କ ଗୋଲ ଯୋଗୁ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଲିଭରପୁଲ ୨-୦ ଗୋଲରେ ବିଜୟୀ ହୋଇଥିଲା। ଫଳରେ ଗ୍ରୁପ ଇ’ର ଟପ୍ପର ଭାବେ ଲିଭରପୁଲ ଓ ଦ୍ୱିତୀୟ ସ୍ଥାନରେ ଥିବା ନାପୋଲି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଗ୍ରୁପ ଏଚ୍‌ ମ୍ୟାଚ୍‌ରେ ଭାଲେନ୍ସିଆ ୧-୦ ଗୋଲରେ ଆଜାକ୍ସକୁ ହରାଇ ଦେଇଛି। ଅନ୍ୟ ଏକ ମ୍ୟାଚ୍‌ରେ ଟାମି ଆର୍ବହାମ ଓ ସିଜାର ଜପିଲୁଟାଙ୍କ ଗୋଲରେ ୨୦୧୨ ସଂସ୍କରଣ ଚାମ୍ପିୟନ ଚେଲସି ୨-୧ରେ ଲିଲେକୁ ପରାସ୍ତ କରିଛି। ବିଜୟ ଯୋଗୁ ଚେଲସିର ପଏଣ୍ଟ ସଂଖ୍ୟା ଭାଲେନ୍ସିଆ (୧୧) ସହ ସମାନ ହୋଇଥିଲା। ହେଲେ ପରସ୍ପର ମଧ୍ୟରେ ହେଡ୍‌ ଟୁ ହେଡ୍‌ ରେକର୍ଡ ଯୋଗୁ ଚେଲସି ଦ୍ୱିତୀୟ ସ୍ଥାନରେ ରହି ଅନ୍ତିମ ୧୬ ରାଉଣ୍ଡରେ ପ୍ରବେଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ: ଟସ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୦।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ...

ଦିନିକିଆ ଦଳରେ ନଟରାଜନ ସାମିଲ

ସିଡ୍‌ନୀ, ୨୮।୧୧(ପି.ଟି.)- ନବଦୀପ ସଇନୀ ସମ୍ପୂର୍ଣ୍ଣ ଫିଟ୍‌ ନ ଥିବାରୁ ଭାରତୀୟ ଦିନିକିଆ କ୍ରିକେଟ ଦଳରେ ବାମହାତୀ ପେସର ଟି. ନଟରାଜନଙ୍କୁ ସାମିଲ କରାଯାଇଛି। ସଇନୀଙ୍କ...

ଅଲିମ୍ପିକ୍ସ ଯୋଗ୍ୟତା ହାସଲ ବର୍ତ୍ତମାନ ପାଇଁ ସସ୍‌ପେଣ୍ଡ

ଲଣ୍ଡନ, ୮ା୪ (ପି.ଟି.)-କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଓ୍ବାଲର୍‌ଡ ଆଥଲେଟିକ୍ସ ମଙ୍ଗଳବାର ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ସମୟସୀମାକୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।...

ଜୁନ୍‌ରୁ କ୍ରୀଡ଼ା ପ୍ରକ୍ରିୟା ଆରମ୍ଭ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୨୦।୫: କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଗତ ଦୁଇମାସ ହେବ ସାରା ବିଶ୍ୱ ତଥା ଦେଶରେ କ୍ରିକେଟ ପୂରା ଠପ୍‌ ହୋଇଛି। ବର୍ତ୍ତମାନ ଏକ ଖୁସି ଖବର...

ବାତିଲ ହେଲା କ୍ରିକେଟ ମହାକୁମ୍ଭ

କଲମ୍ବୋ,୧୯।୫: ଶ୍ରୀଲଙ୍କାରେ ଆସନ୍ତା ଜୁନରେ ହେବାକୁ ଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟକୁ ବାତିଲ କରି ଦିଆଯାଇଛି। ଏହି ଦେଶରେ ମହାମାରୀର ସ୍ଥିତି ଅତ୍ୟନ୍ତ...

ରଣ୍‌ଜୀ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର,୧୫।୨- ଗୋଟେ ବର୍ଷର ବ୍ୟବଧାନ ପରେ ଓଡ଼ିଶା କ୍ରିକେଟ ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଝାଡ଼ଖଣ୍ଡ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ବିରାଟ କୋହଲିଙ୍କ ଏହି ପ୍ରମୁଖ ବୋଲର୍‌; ଖେଳିନାହାନ୍ତି ଗୋଟିଏ ବି ଟେଷ୍ଟ

କଲମ୍ବୋ, ୩୧।୭: ଶ୍ରୀଲଙ୍କାର ପ୍ରମୁଖ ଅଲରାଉଣ୍ଡର ଇସୁରୁ ଉଦାନା ଶନିବାର ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି କ୍ରିକେଟଜଗତକୁ ଚକିତ କରିଦେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ...

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌...

Advertisement
Archives

Model This Week