ଚାପ ପକାଇ ଦାବି ହାସଲ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୧୧।୮(ଡି.ଏନ.ଏ.)- ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ବୈଠକ ହୋଇଯାଇଛି। ବୈଠକରେ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲାର ବିଭିନ୍ନ ବାର ଆସୋସିଏଶନ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କନ୍ଧମାଳ ଓ ବୌଦ୍ଧ ଜିଲାବାସୀ ଏ ଯାଏ ରେଳଲାଇନ ଦେଖିନାହାନ୍ତି। ଅନ୍ୟପକ୍ଷରେ ଦେଶ ସ୍ବାଧୀନ ହେବା ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳଲାଇନ ଥିଲା ବର୍ତ୍ତମାନ ସେତିକି ଅଛି। କେନ୍ଦ୍ର ସରକାର ରେଳଲାଇନ ସଂପ୍ରସାରଣ ଯୋଜନା କରୁନାହାନ୍ତି। ବିଭିନ୍ନ ସମୟରେ ଏ ନେଇ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଉନି। ତେଣୁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯିବ। ଦାବି ହାସଲ ପାଇଁ ବିଭିନ୍ନ ସଙ୍ଗଠନକୁ ଏକାଠି କରିବାକୁ ହେବ। ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଲେ ଯାଇ ଦାବି ପୂରଣ ହୋଇପାରିବ। ତେଣୁ ଆନ୍ଦୋଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭଞ୍ଜନଗର ବାର ଆସୋସିଏଶନ ସଭାପତି ଅଭିମନ୍ୟୁ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଅଶୋକ ଜେନା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ବ୍ରହ୍ମପୁର ବାର ଆସୋସିଏଶନର ପୂର୍ବତନ ସଭାପତି ମୋହନ ସିଂଘାରୀ, ଆସିକା ବାର ଆସୋସିଏଶନର ସଭାପତି ସରୋଜ ତ୍ରିପାଠୀ, ଭାରତ ବିକାଶ ପରିଷଦ ସଭାପତି ସୁରେଶ ପାଣିଗ୍ରାହୀ, ହିଞ୍ଜିଳି ସମ୍ପାଦକ ମାନସ ପାଢ଼ୀ, ଆଇନଜୀବୀ ଏମ୍‌.ତାଜ୍‌ ଆଦେନୀ, ଦିବାକର ନାୟକ, ସନ୍ତୋଷ ନାୟକ, ସନ୍ତୋଷ ତ୍ରିପାଠୀ, ସନ୍ତୋଷ ତିଆଡ଼ି, ଦଣ୍ଡପାଣି ସ୍ବାଇଁ, ବିନୟ କୁମାର ରଥ, କବିସୂର୍ଯ୍ୟନଗରର ବି.ଶଙ୍କର ପାତ୍ର, ଜି.ଉଦୟଗିରି ବାର ଆସୋସିଏଶନର ପୂର୍ବତନ ସଭାପତି ବୁଲିୟାନ ନାୟକ, ଦାରିଙ୍ଗିବାଡ଼ିର ଦିଲୀପ ବଳିଆରସିଂ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ ଭ୍ୟାନରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଆର.ଉଦୟଗିରି,୧୬ା୮(ଡି.ଏନ.ଏ.)- ମୋହନା ପୋଲିସ ଏକ ଗାଡ଼ି ସହ ୧୩ ବସ୍ତା ଗଞ୍ଜେଇ ଜବତ କରିଛି। ଆର୍‌.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ମୋହନା ଆଇଆଇସି...

ଅନ୍ତେବାସୀଙ୍କ ପାଇଁ ଯୋଗଶିକ୍ଷା ସହ ମନୋରଞ୍ଜନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,୧୪ା୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଭିଡ଼-୧୯ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୈନିକ ସକାଳେ...

ବସ୍‌ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍‌ ସେବା ଆରମ୍ଭ ପରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍‌ରେ ଗୁଜରାଟର...

ଏକ ମାସ ଜେଲରେ ରହିବା ପରେ ଜଣାଗଲା ନାବାଳକ

ବ୍ରହ୍ମପୁର ଅଫିସ,୫ା୮:ବେଆଇନ ଭାବେ ମଦ ଚାଲାଣ କରୁଥିବା ଅଭିଯୋଗରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳକାରାଗାରରେ ଏକ ମାସ ବିଚାରାଧୀନ ବନ୍ଦୀ ଭାବେ ରହିବା ପରେ ଜଣେ...

ଏପିଡିଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସ କବାଟ ଭାଙ୍ଗି ଉଦ୍ଧାର କରାଗଲା ମୃତଦେହ

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆରଡିଏ) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଏପିଡି) ଧ୍ରୁବ କୁମାର ସିଂ(୩୭)ଙ୍କ ମୃତଦେହ ଶୁକ୍ରବାର ତାଙ୍କ କ୍ୱାର୍ଟର୍ସରୁ...

ଆରମ୍ଭ ହେଲା ଅଲିଭ ରିଡ୍‌ଲେଙ୍କ ମିଳନ

ଗଞ୍ଜାମ,୧୬।୧୨(ଡି.ଏନ.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ଚଳିତଥର ନଭେମ୍ବର...

ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ସୋରଡ଼ା,୩ା୧୨(ଡି.ଏନ୍‌.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ୨୧.୧୧.୨୦୨୨ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ୨୯.୧୧.୨୦୨୨ରେ ବିଧାନସଭା...

ଚୋରି ଯାଇଥିବା ସାଢ଼େ ୬ କେଜି ସୁନା ଗହଣା ଜବତ, ୧୫ ଗିରଫ

ଛତ୍ରପୁର,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର...

Advertisement
Archives

Model This Week