ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ୍‌ ମିଶାଇଲ୍‌ ବ୍ରହ୍ମୋସ ପରୀକ୍ଷଣ କରାଯାଇଛି। ଏଥିରେ ଲାଇଫ୍‌ ଏକ୍ସଟେନସନ୍‌ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି। ଫଳରେ ଏହାର ଲକ୍ଷଭେଦ କ୍ଷମତା ୨୯୦ କିମିରୁ ୪୦୦ କିମିକୁ ବୃଦ୍ଧି ପାଇଥବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଭାରତ ଏବଂ ଋଷ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ। ୮.୪ ମିଟର ଲମ୍ବ ଏବଂ ୦.୬ ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୨.୫ ଟନ୍‌ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍ଣ୍ଣା ଧର୍ମକୁ ସ୍ବୀକୃତି ଦାବିରେ ଆଦିବାସୀଙ୍କ ଆନ୍ଦୋଳନ, ସାମିଲ ହେଲେ ପିସିସି ସଭାପତି

କେନ୍ଦୁଝର, ୨୨।୧୨(ସ୍ବ.ପ୍ର.): ଆଦିବାସୀଙ୍କ ସାର୍ଣ୍ଣା ଧର୍ମର ସାମ୍ବିଧାନିକ ସ୍ବୀକୃତି ଦାବିରେ ମଙ୍ଗଳବାର ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ସଭା ଅନୁଷ୍ଠିତ...

ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ : ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ଗାଁ,୩୦ା୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା କୋମଣ୍ଡ ପଞ୍ଚାୟତ ନବରତ୍ନପୁର(ବୁଢ଼ାପଦା)ରେ ଜଣେ ଗର୍ଭବତୀ ମହିଳାଙ୍କ ଅସ୍ବାଭାବିକ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ...

ପୁଣି ୨୫ ପେଟ୍ରୋଲ ପମ୍ପ ମାଲିକଙ୍କୁ ନୋଟିସ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଯୋଗାଣ ବିଭାଗ ପକ୍ଷରୁ ଆଉ ୨୫ ଜଣ ପେଟ୍ରୋଲ ପମ୍ପ ମାଲିକଙ୍କୁ ଚିଠି କରି ଜାତୀୟ ରାଜପଥ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ: ପାସ୍‌ ହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୭୪.୯୫...

ବ୍ରାଉନସୁଗାର ବିକ୍ରି ପାଇଁ ଛିଡ଼ା ହୋଇଥିବା ବେଳେ ବାନ୍ଧିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ମଙ୍ଗଳବାର ମଧ୍ୟାହ୍ନରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ୫୫ନଂ ଜାତୀୟ ରାଜପଥର ବଳଦିଆ ବନ୍ଧ ଛକରୁ ୩୦...

ବିପଦକୁ ଡାକୁଛି ରାସ୍ତାରୁ ଉଠିଥିବା ଲୁହାଛଡ଼

ଉମରକୋଟ,୨୭ା୩(ଡି.ଏନ୍‌.ଏ.):ଉମରକୋଟ ପୌର ପରିଷଦର ୧୩ ନଂ ଓ୍ବାର୍ଡ ଡିଏନ୍‌କେସ୍ଥିତ ରାମକ୍ରିଷ୍ଣ ମିଶନ ଓ କଳିଙ୍ଗ ବିଦ୍ୟାପୀଠକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି ।...

ଓଡ଼ିଶୀରେ ଶିବ ତାଣ୍ଡବ ପରିବେଷଣ: ତିନିଜଣଙ୍କୁ ଜ୍ୟୋତି କଳାମନ୍ଦିର ଓଡ଼ିଶୀ ସମ୍ମାନ

ପୁରୁଣା ଭୁବନେଶ୍ୱର,୩୧ା୮ (ଡି.ଏନ.ଏ.): ଜ୍ୟୋତି କଳାମନ୍ଦିର ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମିଳିତ ଆୟୋଜନରେ ଜ୍ୟୋତି କଳାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ...

ରାଜଧାନୀରୁ ଆଉ ୩୯୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୩।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୯୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୭୯...

Advertisement
Archives

Model This Week