ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ କେତେକ ବ୍ୟକ୍ତି ସ୍ଥାନୀୟ ନରଣପୁର ଠାରେ ଗ୍ଲେଜ ଇଣ୍ଡିଆ ନାମକ ଏକ ମାର୍କେଟିଂ ସଂସ୍ଥା ଖୋଲି ଏଥିରେ ସ୍ଥାନୀୟ ଯୁବତୀ ଓ ଯୁବକଙ୍କୁ ଚାକିରି କରାଇଦେବାକୁ କହି ସେମାନଙ୍କଠାରୁ ମୋଟା ଅଙ୍କରେ ଟଙ୍କା ଆଦାୟ କରିଥିଲେ। ପରେ ଏହି ସଂସ୍ଥା ପକ୍ଷରୁ ନିଯୁକ୍ତି ଦିଆ ନ ଯିବାରୁ ଟଙ୍କା ଦେଇଥିବା ଯୁବତୀଯୁବକ ଠକେଇର ଶିକାର ହୋଇଥିବା ଜାଣି ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବାପରେ ୬ ଜଣଙ୍କୁ ଗିରଫ କରିଛି। ଚଢାଉବେଳେ ଏହି ସଂସ୍ଥାରୁ ବହୁ ଲାପଟପ, ରସିଦ ବହି, ଓ ବହୁ ନଥିପତ୍ର ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କିଶୋର କୁମାର ସାମଲ, ଅମିତ କୁମାର ସାମଲ, ନନ୍ଦିନୀ ସ୍ବାଇଁ, ଅନୁସୂୟା ମହାନ୍ତ ସୀମା ସାହୁ ଓ ବର୍ଷାରାଣୀ ପ୍ରଧାନ। ସମସ୍ତେ ଜିଲା ବାହାର ଅଞ୍ଚଳର ଲୋକ ହୋଇଥିବାରୁ ଏହା ପଛରେ ଅନ୍ୟ କାହାରି ସମ୍ପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ା ଗିରଫ ଅଭିଯୁକ୍ତଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ସୋମନାଥ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜୀବନରେ ଶାନ୍ତି ଆଣେ ସଙ୍ଗୀତ’

ରେମୁଣା, ୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣାସ୍ଥିତ କ୍ଷୀରଚୋରା ସଂଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ରବିବାର ସନ୍ଧ୍ୟାରେ ରେମୁଣା ମନ୍ଦିର ଛକ ନିକଟରେ ଅନୁଷ୍ଠିତ ହୋଇଛି ା...

ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୪।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨...

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮:  ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ...

କିରୋସିନ ବାଟମାରଣା ଅଭିଯୋଗରେ ଡିଲର ନିଲମ୍ବିତ

ବାଲେଶ୍ୱର ଅଫିସ, ୧୩।୩: ବାଲେଶ୍ୱର ସଦର ବ୍ଲକ ଅଧୀନ ଗୁଡ଼ ପଞ୍ଚାୟତର ଡିଲର ହିତାଧିକାରୀଙ୍କୁ କିରୋସିନ ନ ଦେଇ ହେରଫେର କରିଥିବା ନେଇ ୬ ମାସ...

ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ...

ଠିକାଦାର ସଂସ୍ଥା କବ୍‌ଜାରେ ସରକାରୀ ଜମି: ଭିଟାମାଟି ଛାଡିବେ ୧୦ଗଁ। ର ବାସିନ୍ଦା

ଖଇରା, ୨୧।୭(ଡି.ଏନ.ଏ.)-ଦିଲ୍ଲୀର ଏକ ଠିକାଦାର ସଂସ୍ଥା ଦ୍ୱାରା ସରକାରୀ ତଥା ଚାଷୀଙ୍କ ଜମି ଜବରଦଖଲ ହୋଇଚାଲିଛି। ଏସବୁ ରାଜସ୍ବ ବିଭାଗର ଅଧିକାରୀମାନେ ଜାଣି ମଧ୍ୟ ନୀରବଦ୍ରଷ୍ଟା...

ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ...

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଆଜି

ବାଲେଶ୍ୱର ଅଫିସ, ୨୨।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାଲେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପ ଶୁଭାରମ୍ଭ ହେବ। ଶୋଭାରାମପୁରଠାରେ ଏକ...

Advertisement
Archives

Model This Week