Posted inଫୁରସତ

ଚାକିରିକୁ ନା’ କରି ହେଲେ ସଫଳ ଚାଷୀ

ବେଲଗାଭି(କର୍ନାଟକ): କଳା ଏବଂ ଶିକ୍ଷା ଦୁଇଟି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଭଲ ଶିକ୍ଷକଟିଏ ହେବା ପାଇଁ ଲକ୍ଷ୍ୟ ରହିଥିଲା। ଚାହିଁଥିଲେ ଚାକିରିଟିଏ ମଧ୍ୟ ନିଶ୍ଚୟ ପାଇଯାଇଥାନ୍ତେ। ହେଲେ ଚାକିରିକୁ ଏଡ଼ାଇ ଦେଇଥିଲେ। ମାସିକ ୧୬ ହଜାର ଟଙ୍କା ଦରମାରେ ମିଳିବାକୁ ଥିବା ଚାକିରି ପାଇଁ ଯେଉଁ ସର୍ତ୍ତ ରହିଥିଲା, ତାହା ମଞ୍ଜୁର ନ ଥିଲା। ତେଣୁ ନିଜ ଲକ୍ଷ୍ୟ ଏବଂ ଭବିଷ୍ୟତର ରାସ୍ତାକୁ ବଦଳାଇ ଦେଇଥିଲେ। ସେ ଭଲ ଶିକ୍ଷକଟିଏ ହେବାର ସ୍ବପ୍ନ ଅଧୁରା ରହିଗଲା ନିଶ୍ଚୟ। ମାତ୍ର ଏବେ ଜଣେ ସଫଳ ଚାଷୀଭାବେ ଲୋକପ୍ରିୟ ହୋଇପାରିଛନ୍ତି। ସେ ହେଉଛନ୍ତି କର୍ନାଟକ ବେଲାଗାଭି ଜିଲା ଅନ୍ତର୍ଗତ ଶିରୁର୍‌ ଗ୍ରାମର ୩୮ ବର୍ଷୀୟ ସତୀଶ ଶିଦଗୌଦର। ତାଙ୍କ କହିବା ହେଲା ଚାକିରିଟିଏ ମିଳିଥିଲା। ହେଲେ ମାସକୁ ୧୬ ହଜାର ଟଙ୍କା ଦରମାରେ ମିଳୁଥିବା ଚାକିରି ପାଇଁ ୧୬ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଚାକିରି ମିଳିଯାଉ ବୋଲି ବାପା ନାଗାପ୍ପା ମଧ୍ୟ ଋଣ କରି ଟଙ୍କା ଯୋଗାଡ଼ କରିବାକୁ ଚିନ୍ତା କରୁଥିଲେ। ମାତ୍ର ସତୀଶ ଏହାକୁ ମନା କରିଦେଇଥିଲେ। ଚାକିରି ପଛରେ ନ ଗୋଡ଼ାଇ ବାପାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ୬୯ ବର୍ଷୀୟ ବାପା ଏବଂ ଦାଦା ପାରମ୍ପରିକ ପ୍ରଣାଳୀରେ ୧୫ ବର୍ଷ ଧରି ବିଭିନ୍ନ ପନିପରିବା ଚାଷ କରୁଥିଲେ। ହେଲେ ଅଧିକ ଲାଭବାନ୍‌ ହୋଇପାରୁ ନ ଥିଲେ। ସତୀଶ କୃଷି କାର୍ଯ୍ୟରେ ଯୋଗଦେବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗକରି କୀଟ ପରିଚାଳନା ଏବଂ ଡ୍ରିପ୍‌ ଇରିଗେଶନ ଦ୍ୱାରା ଚାଷ କ୍ଷେତ୍ର ପାଇଁ ଜଳସେଚନର ସୁବିଧା କରିଥିଲେ; ଯଦ୍ଦ୍ବାରା ସେ ପନିପରିବାର ଗୁଣବତ୍ତା ଏବଂ ଆଦାୟର ପରିମାଣ ବୃଦ୍ଧି କରିବାରେ ସଫଳ ହୋଇପାରିଛନ୍ତି। ଦିନକୁ ଦିନ କଲରାର ଚାହିଦା ବୃଦ୍ଧିକୁ ନଜରରେ ରଖି ସେ ଏହି ଚାଷ କରିବାକୁ ଚିନ୍ତା କରିଥିଲେ। ନିଜର ୫ ଏକର ଜମିରୁ ଦେଢ଼ ଏକରରେ ଗୋଟିଏ ଋତୁରେ ସେ ପ୍ରାୟ ୫୦ ଟନ୍‌ କଲରା ଉତ୍ପାଦନ କରିପାରୁଛନ୍ତି। ଗତ ବର୍ଷ ସେ ଟନ୍‌ ପିଛା ୪୮ହଜାର ଟଙ୍କାରେ ବିକ୍ରି କରିଥିବାବେଳେ ଏ ବର୍ଷ ୩୫ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଚଳିତ ଋତୁରେ ଏଥିରୁ ସେ ଦିନକୁ ୨୫ହଜାରରୁ ୩୫ହଜାର ଟଙ୍କା ଆଦାୟ କରୁଥିବା କୁହନ୍ତି। ପ୍ରାୟ ଦେଢ଼ଲକ୍ଷ ଟଙ୍କା ବିନିଯୋଗ କରି ବହୁ ଗୁଣ ଲାଭ ପାଉଥିବାବେଳେ ଏହା ସେ କୌଣସି ଚାକିରିରୁ ଆଦାୟ କରିପାରି ନ ଥାନ୍ତେ ବୋଲି ସତୀଶ କୁହନ୍ତି। ଗଛଗୁଡ଼ିକର ସେ ଶିଶୁଙ୍କ ଭଳି ଯତ୍ନ ନେଇଥାନ୍ତି। କଠିନ ପରିଶ୍ରମ ଦ୍ୱାରା ହିଁ ସେ ଏହି ସଫଳତା ପାଇଛନ୍ତି। ଏବେ ତାଙ୍କଠାରୁ ସଫଳ ଚାଷ ପ୍ରଣାଳୀ ଜାଣିବାକୁ ବିଭିନ୍ନ ଜିଲାରୁ ଲୋକେ ସତୀଶଙ୍କ କ୍ଷେତ ନିକଟରେ ପହଞ୍ଚୁଥିବା ସେ କହିଛନ୍ତି। ତେଣୁ କେବଳ ଚାକିରି ପଛରେ ଗୋଡ଼ାଉଥିବା ଯୁବଗୋଷ୍ଠୀଙ୍କ ପାଇଁ ସତୀଶ ପ୍ରେରଣା ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri