ଚାଉଳ ମିଳିଲା, ଡାଲି ନାହିଁ

ବନ୍ତ,୩।୫(ଡି.ଏନ୍‌.ଏ.) : କରୋନା୍‌ ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଶନକାର୍ଡଧାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା କରି ୩ ମାସର ୧୫କିଗ୍ରା ଚାଉଳ ସହ ପ୍ରତି କାର୍ଡ ପିଛା ୧ କିଗ୍ରା ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଳକରେ ରାଶନକାର୍ଡଧାରୀମାନଙ୍କୁ କେବଳ ଚାଉଳ ମିଳୁଥିବା ବେଳେ ଡାଲି ମିଳିବାରେ ବିଳମ୍ବ ଦେଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବନ୍ତ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୬ ହଜାର ୪ ଶହ ୧୬, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୫୩୮, ଅନ୍ତ୍ୟୋଦୟ ଯୋଜନାରେ ୪ ହଜାର ୭ ଶହ ୯ ଏବଂ ଏଚ୍‌.ଆର.ଏମ୍‌.ଏସ୍‌ ଯୋଜନାରେ ୪୦ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ସମସ୍ତ ହିତାଧିକାରୀଙ୍କୁ ପୂର୍ବରୁ ୩ ମାସର ଚାଉଳ, ଗହମ ପ୍ରଦାନ କରାଯାଇଥିବା ବେଳେ ଏବେ ପି.ଏମ୍‌.ଜି.କେ.ଏ.ୱାଇ ଯୋଜନାରେ ୩ ମାସ ପାଇଁ ଚାଉଳ ପ୍ରଦାନ କରାଯାଇଛି ା ଗତ ଏପ୍ରିଲଠାରୁ ବ୍ଲକର ଗଣିଜାଙ୍ଗ, ଚାରିଗାଁ, ନିଳୋକ, ବନ୍ତ ସମେତ ବିଭିନ୍ନ ପଞ୍ଚାୟତରେ ଏହି ବଣ୍ଟନ ପ୍ରକ୍ରିୟା ଚାଲିଥିବା ବେଳେ ହିତାଧିକାରୀ ମାନଙ୍କୁ ଡାଲି ପ୍ରଦାନ କରାଯାଉ ନ ଥିବା ଦେଖାଯାଇଛି ା ଏସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ପଚାରିବାରୁ ଡାଲି ଆସିବାରେ ବିଳମ୍ବ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଛି ା ପ୍ରଥମ ପର୍ଯ୍ୟାୟରେ ଚାଉଳ ବଣ୍ଟନ ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଡାଲି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା...

ଚାଇନା ଫେରନ୍ତା ଯୁବକଙ୍କୁ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ

ରଘୁନାଥପୁର, ୧୩ା୨ (ଡି.ଏନ.ଏ.): ସାରା ବିଶ୍ୱରେ କରୋନା ଭାଇରସ୍‌କୁ ନେଇ ଚିନ୍ତା ଘରିଛି। ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଚାନ୍ଦପୁର ଗଁ।ର ଚାଇନା ଫେରନ୍ତା ଯୁବକଙ୍କୁ...

ଭୋଜି ରନ୍ଧାକୁ ବନ୍ଦ କଲା ପ୍ରଶାସନ, ୫ ହଜାର ଟଙ୍କା ଜରିମାନା

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ତ୍ତମାହା ପଞ୍ଚାୟତ କେର୍କେବାଡ଼ିର ଏକ ଜଙ୍ଗଲ ପାହାଡ଼ ନିକଟରେ ଭୋଜି ଚାଲିଥିବା ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ...

ଓଭରହେଡ୍‌ ଟାଙ୍କି ଅଛି, ମିଳୁନି ପାଣି

ଭଦ୍ରକ ଅଫିସ,୨୯।୪-ଭଦ୍ରକ ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାରେ ମୋଟ ୧୮୬ଟି ଓଭରହେଡ୍‌ ଟାଙ୍କି କାର୍ଯ୍ୟକ୍ଷମ ଥିବା...

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍‌ଆଇ

କେସିଙ୍ଗା,୨୩।୩(ଡି.ଏନ୍‌.ଏ.): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସ୍‌ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ସେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ...

ବିସିସି ବ୍ୟାଙ୍କର ୧୦ଜୋନ୍‌ରେ ନିର୍ଦ୍ଦେଶକ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୫ା୧୦: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ, ପ୍ରାର୍ଥିପତ୍ର...

ନିଯୁକ୍ତି ଦାବିରେ ଜେଏସ୍‌ଡବ୍ଲ୍ୟୁ ଆଗରେ ସତ୍ୟାଗ୍ରହ

ପାରାଦୀପ,୧୬।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବିଓଟି (ବିଲ୍ଡ ଅପରେଟ୍‌ ଟ୍ରାନ୍ସପୋର୍ଟ) ବର୍ଥ କାମ ପାଇଥିବା ଜେଏସ୍‌ଡବ୍ଲ୍ୟୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ଅଫିସ ଆଗରେ...

ଜୟପୁରରେ ରବି ନନ୍ଦ ଆଗୁଆ

ଜୟପୁର,୨୩ା୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ...

Advertisement
Archives

Model This Week