ଚାଉଳ, ଗହମ ହେରଫେର ନେଇ ମୁଜାଗଡ଼ ସରପଞ୍ଚଙ୍କୁ ବହିଷ୍କାର ଦାବି: ଗ୍ରାମବାସୀଙ୍କ ରାସ୍ତାରୋକୋ

ଭଞ୍ଜନଗର,୧୪।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ବହିଷ୍କାର ଦାବିରେ ଶନିବାର ରାସ୍ତାରୋକୋ ହୋଇଛି। ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଭଞ୍ଜନଗର-ଫୁଲବାଣୀ ମୁୁଖ୍ୟରାସ୍ତା ସକାଳୁ ବନ୍ଦ ରହିଛି। ତେଣୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଛି। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ମୁଜାଗଡ଼ ପଞ୍ଚାୟତର ବିଭିନ୍ନ କାଗଜପତ୍ର ବ୍ଲକ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ପଞ୍ଚାୟତରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ଓ ଗହମ ହେରଫେର ହୋଇଥିବା ଜଣାପଡ଼ିଥିଲା। ଏନେଇ ବିଡିଓ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୯୯/୨୦ରେ ଏକ ମାମଲା ରୁଜୁକରି ୮ ତାରିଖ ଅପରାହ୍ନରେ ସରପଞ୍ଚଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଭାଜପା ପକ୍ଷରୁ ୧୧ ତାରିଖରେ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କୁ ଜାଣିଶୁଣି ଫସାଯାଇଛି। ଏହି ମାମଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ଜଡ଼ିତ ଅଛନ୍ତି । ତେଣୁ ସରପଞ୍ଚଙ୍କ ବିରୋଧରେ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର କରାଯାଉ, ନଚେତ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଉପଜିଲାପାଳଙ୍କୁ ସୂଚାଇ ଦିଆଯାଇଥିଲା। ଗତ ୧୨ ତାରିଖରେ ମୁଜାଗଡ଼ ଗ୍ରାମବାସୀ ସରପଞ୍ଚଙ୍କ ନାମରେ ଆଉ ଏକ ଅଭିଯୋଗ ଆଣିଥିଲେ। ଉକ୍ତ ଅଭିଯୋଗ ହେଲା, ଶିବ ଶଙ୍କର ସରପଞ୍ଚ ହେବା ଦିନଠାରୁ ପଞ୍ଚାୟତରେ ଅନେକ ଦୁର୍ନୀତି କରିଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାକୁ ସମର୍ଥନ ଜଣାଇ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପ୍ରମୁଖ ମୁଜାଗଡ଼ଠାରେ ଉପସ୍ଥିତ ଅଛନ୍ତି। ଗିରଫ ସରପଞ୍ଚ ବର୍ତ୍ତମାନ ଭଞ୍ଜନଗର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଅଛନ୍ତି। ଅପରପକ୍ଷେ ଏତଲାରେ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିପାରି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଡାବୁଗାଁ-ପାପଡ଼ାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା

ଡାବୁଗାଁ, ୩୦।୪ (ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ- ପାପଡାହାଣ୍ଡି ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ଡାବୁଗାଁ- ପାପଡାହାଣ୍ଡି ୩୯ ନଂ ରାଜ୍ୟ ରାଜପଥର ମହେନ୍ଦ୍ରୀ...

ଚିନ୍ତା ବଢ଼ାଇଲା ବିନା ଲକ୍ଷଣରେ ସଂକ୍ରମଣ

ଢେଙ୍କାନାଳ ଅଫିସ, ୧୧।୪ ଢେଙ୍କାନାଳ ସହରର ଜଣେ ମହିଳା କରୋନା ଆକ୍ରାନ୍ତ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ସହରରେ ସଂକ୍ରମଣ ପ୍ରତିରୋଧ...

କାଠ ଚୋରିର ହେବ ତଦନ୍ତ

କଣିହଁ।,୨୧ା୪ (ଡି.ଏନ.ଏ.) କଣିହଁ। ବନାଞ୍ଚଳ ହନୁମାନପୁର ସେକ୍ସନର ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ କାଟି କାଠ ମାଫିଆମାନେ ଚୋରି କରିବାରେ ଲାଗିଛନ୍ତି। ବାରମ୍ବାର ଅଭିଯୋଗ ହେଉଥିଲେ...

୪ ମାସ ତିଷ୍ଠିଲାନି ପ୍ରେମ ବିବାହ

ରାଜନଗର,୩୦ା୬: ବିବାହକୁ ୪ ମାସ ପୁରି ନ ଥିବା ବେଳେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ତଣ୍ଟି...

ଖୋର୍ଦ୍ଧା ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା ଅଫିସ,୧୨।୬-ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ। ବାଘମାରୀ ଥାନା ଭୋଗଡା ଗ୍ରାମରେ ଗତ ୨୫ ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ...

ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ : ଦାବି ପୂରଣ ନ ହେଲେ ଆନ୍ଦୋଳନ

ବଅଁରପାଳ, ୬।୬ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି। ଲଙ୍ଗୁଳିଆବେଡାର ୧୮...

ସରିଲା ଖନ୍ତାପଡା ମହୋତ୍ସବ

ବାହାନଗା,୭ା୧୧(ଡି.ଏନ.ଏ.)- ଗତ ବୁଧବାର ଉଦଘାଟିତ ହୋଇଥିବା ୬ଷ୍ଠ ଖନ୍ତାପଡା ମହୋତ୍ସବ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଛି। ମହୋତ୍ସବ ଦ୍ୱାରା ମାନବ ସମାଜ ମଧ୍ୟରେ ଭାଇଚାରା ସୃଷ୍ଟି...

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ...

Advertisement


Archives

Model This Week