Posted inଜାତୀୟ

ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ,୨୨ା୪(ଆଇଏଏନ୍‌ଏସ୍‌): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ ଏହା ଦେଖିବାକୁ ମିଳିଛି। ବେଜିଂର ଜାତୀୟ ସର୍ବେକ୍ଷଣ ଓ ମାନଚିତ୍ର ପ୍ରସ୍ତୁତି ଭୌଗୋଳିକ ସୂଚନା ବ୍ୟୁରୋ ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସ୍କାଏ ମ୍ୟାପ୍‌ ଦେଶର ମାନଚିତ୍ରକୁ ନୂଆ ରୂପ ଦେଇଛି। ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶ ରହିଥିବା ଡିଡବ୍ଲ୍ୟୁ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ତିବ୍ବତ ସୀମାକୁ ଲାଗି ରହିଥିବା ପାର୍ବତ୍ୟାଞ୍ଚଳ ରାଜ୍ୟ ଅରୁଣାଚଳପ୍ରଦେଶ ୧୯୧୩-୧୪ରେ ବ୍ରିଟିଶ ଇଣ୍ଡିଆର ଅଂଶବିଶେଷ ଥିଲା। ୧୯୩୮ରେ ଭାରତ ଓ ତିବ୍ବତ ମଧ୍ୟରେ ମାକ୍‌ମୋହନ ରେଖାକୁ ସୀମା ଭାବେ ଗ୍ରହଣ କରାଗଲାବେଳେ ଅରୁଣାଚଳପ୍ରଦେଶ ଆନୁଷ୍ଠାନିକ ଭାବେ ଭାରତରେ ସାମିଲ ହୋଇଥିଲା। ୧୯୫୧ରେ ଚାଇନା ତିବ୍ବତକୁ ଅକ୍ତିଆର କରିବା ପରେ ଅରୁଣାଚଳପ୍ରଦେଶ ଏହାର ଅଂଶ ବୋଲି ଦାବି କରିଆସୁଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଚଳିଆସୁଥିବା ଚାଇନା ମ୍ୟାପ୍‌ ସ୍କାଏ ମ୍ୟାପ୍‌ର ଜାତୀୟ ସୀମା ଉପରେ ଆଧାରିତ ୧୯୮୯ ସଂସ୍କରଣ। ସେତେବେଳକୁ ରୁଷିଆ ଓ କେନ୍ଦ୍ରୀୟ ଏସୀୟ ଦେଶଗୁଡ଼ିକ ସହ ଚାଇନାର ସୀମା ବିବାଦର ସମାଧାନ ହୋଇଥିଲେ ହେଁ ତାହା ଉକ୍ତ ମ୍ୟାପ୍‌ରେ ପ୍ରଦର୍ଶିତ ହୋଇନାହିଁ। ଏଥିରେ ଭୁଟାନ ଓ ଭାରତକୁ ଲାଗିଥିବା ତିବ୍ବତ ସୀମାକୁ ଲାଲ୍‌ ରଙ୍ଗ ଦ୍ୱାରା ଚିହ୍ନଟ କରି ଉଲ୍ଲଂଘନ କରାଯାଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି। ଭାରତ ଓ ଭୁଟାନକୁ ଲାଗିଥିବା ତିବ୍ବତୀୟ କାଉଣ୍ଟି ଚାୟୁ, ମେଡଗ୍‌, ସୁଓନୋ, ଲଉଓଜା, କଙ୍ଗମା, ୟାଡୋଙ୍ଗ ଉପରେ ଚାଇନା ନିଜର ସାର୍ବଭୌମତ୍ୱ ଦାବି କରୁଛି। ମାକ୍‌ମୋହନ ରେଖା ଦ୍ୱାରା ଏହି କାଉଣ୍ଟିଗୁଡ଼ିକ ବିଭାଜିତ ହୋଇଛି। ଏହାର ଉତ୍ତର ପାର୍ଶ୍ୱ ଚାଇନାରେ ଥିବାବେଳେ ଦକ୍ଷିଣ ପାର୍ଶ୍ୱ ଭାରତର। ଶାନ୍ନାନ ସହରରେ ଥିବା ଲୋଙ୍ଗଜି କାଉଣ୍ଟି ଭାରତୀୟ ସୀମାକୁ ଲାଗି ନ ଥିଲେ ହେଁ ମାକ୍‌ମୋହନ ରେଖା ଏହା ମଧ୍ୟଦେଇ ଯାଇଛି, ଯାହାର ପଶ୍ଚିମପାର୍ଶ୍ୱ ଚାଇନା ଓ ପୂର୍ବପାର୍ଶ୍ୱ ଭାରତ ନିୟନ୍ତ୍ରଣରେ। ତେବେ ଭାରତୀୟ ଅଞ୍ଚଳ ଏବଂ ଚାୟୁ କାଉଣ୍ଟି, ମୋଟୁଓ କାଉଣ୍ଟି, ଲୋଙ୍ଗଜି କାଉଣ୍ଟି ଏବଂ ସୁଓନୋ କାଉଣ୍ଟିକୁ ଦକ୍ଷିଣ ତିବ୍ବତ ଭାବେ ଚାଇନା ଦାବି କରିଆସୁଛି।
ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ସଂଶୋଧିତ ମାନଚିତ୍ରରେ ଚାୟୁ କାଉଣ୍ଟିର ଦକ୍ଷିଣ ସୀମା ୧୯୮୯ ସହ ପ୍ରାୟ ସମାନ ରହିଛି। ତେବେ ମୋଟୁଓ କାଉଣ୍ଟିର ଦକ୍ଷିଣ ଭାଗ ଉତ୍ତରଆଡ଼କୁ ସଙ୍କୁଚିତ ହୋଇଛି। ସୁଓନା କାଉଣ୍ଟିର ଦକ୍ଷିଣ ସୀମା ୧୯୮୯ ସୀମା ସହ ପାଖାପାଖି ମେଳ ଖାଉଛି। ଲୋଙ୍ଗଜି କାଉଣ୍ଟି ଭାରତ ସୀମାକୁ ଲାଗି ନ ଥିବା ବେଜିଂ ଦାବି କରୁଛି। ସୁଓନା କାଉଣ୍ଟି ଭାରତ ସମେତ ଭୁଟାନ ସୀମାକୁ ମଧ୍ୟ ଲାଗି ରହିଛି। ଭାରତର ୩୭,୦୦୦ ବର୍ଗ କିଲୋମିଟର ଅକ୍‌ସାଇ ଚୀନ୍‌କୁ ଚାଇନା ଅକ୍ତିଆର କରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri