ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ ଦେବାକୁ ଚାଇନା ପ୍ରସ୍ତୁତି ଆରମ୍ଭ କରି ସାରିଛି। ତେବେ ଚାଇନା ବ୍ୟାଙ୍କକୁ ଆସୁଥିବା ନୋଟ୍‌ ଗୁଡିକୁ ଜୀବାଣୁ ମୁକ୍ତ କରାଯାଉଥିବା ସୂଚନା ମିଳିଛି। ବାହାରୁ ଆସୁଥିବା ନୋଟ୍‌ ଗୁଡିକ ଜୀବାଣୁ ମୁକ୍ତ କରିବା ପରେ ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଅଲଗା ରଖାଯାଉଛି ଓ ପରେ ଏହାକୁ ଏକାଠି କରାଯାଉଛି ବୋଲି ଜଣାପଡିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ସୂଚନାଯୋଗ୍ୟ, କରୋନା ଭାଇରସର ଭୟାବହତାକୁ ଦେଖି ଏବେ ଚାଇନାର ସ୍କୁଲ, କଲେଜ, ବଜାର, ମଲ୍‌ ଆଦି ବନ୍ଦ କରି ଦିଆଯାଇଥିବା ବେଳେ ଲୋକମାନଙ୍କୁ ସେମାନଙ୍କ ଘରେ ସିଲ୍‌ କରି ରଖାଯାଇଛି। ଏମିତିକି ଆପାର୍ଟମେଣ୍ଟରେ ରହୁଥିବା ଲୋକେ କରୋନା ଭାଇରସ ଭୟରେ ସେମାନଙ୍କ ପୋଷା ଜୀବଙ୍କୁ ଘର ତଳକୁ ଫୋପାଡି ଦେଉଥିବା କୁହାଯାଉଛି। ଏବେ ସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୧୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରୁ ଶେଷ ହୋଇ ନ ପାରେ କରୋନା ମହାମାରୀ: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୧୪।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢୁଛି। ଏପରିସ୍ଥଳେ...

୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି...

ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବନାହିଁ

ଜାତିସଂଘ,୪ା୧(ପି.ଟି.): ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ...

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା...

ହ୍ବାଇଟ୍‌ ହାଉସରେ ଟ୍ରମ୍ପ ପାଳିଲେ ଦୀପାବଳି

ଓ୍ବାଶିଂଟନ,୨୬।୧୦: ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଡ ଟ୍ରମ୍ପ ଶୁକ୍ରବାର ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଭାରତରେ ପାଳନ କରାଯାଉଥିବା ଦୀପାବଳିର ୩...

ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ...

ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ...

ବନ୍ୟା, ଭୂସ୍ଖଳନରେ ୬୦ ମୃତ

ଡର୍ବାନ ୨୫ା୪: ଦକ୍ଷିଣ ଆଫ୍ରିକାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। କେତେକ ଶିଶୁ ନିଖୋଜ ହୋଇଯାଇ ଥିଲାବେଳେ ଅନେକ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *