ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ ପ୍ରତିହତ କରିବା ଲାଗି ଆମେରିକା ସମେତ ୮ ଗଣତାନ୍ତ୍ରିକ ରାଷ୍ଟ୍ରର ବରିଷ୍ଠ ଆଇନପ୍ରଣେତାମାନେ ନୂଆ ମେଣ୍ଟ ଗଠନ କରିଛନ୍ତି। ଶୁକ୍ରବାର ଏହି ଇଣ୍ଟର-ପାର୍ଲାମେଣ୍ଟାରି ଆଲିଆନ୍ସ ଗଠନ କରାଯାଇଛି। ଚାଇନାର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି ଏବଂ କୂଟନୈତିକ ପ୍ରଭାବକୁ ପ୍ରତିହତ କରିବା ଲାଗି ଆମେରିକା ସମଭାବାପନ୍ନ ମେଣ୍ଟ ଗଠନ ଲାଗି ଉଦ୍ୟମ ଜାରି ରଖିଛି। ହଂକଂରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରିଥିବା ବେଜିଂକୁ ଆମେରିକା ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସମାଲୋଚନା କରାଯାଇଛି। ହଂକଂରେ ଚାଇନାର ଜାତୀୟ ନିରାପତ୍ତା ଆଇନ ଲାଗୁ ହେବା ଫଳରେ ଏହି ସହରର ସ୍ବୟଂଶାସନ କ୍ଷମତା ପ୍ରତି ବିପଦ ସୃଷ୍ଟି ହୋଇଛି। ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ବିଭିନ୍ନ ପ୍ରସଙ୍ଗର ଗଠନମୂଳକ ତଥା ସମ୍ମିଳିତ ଜବାବ ଦେବା ମେଣ୍ଟ ଗଠନର ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ଏହି ନବଗଠିତ ମେଣ୍ଟରେ ଆମେରିକାର ରିପବ୍ଲିକାନ ସିନେଟର ମାର୍କୋ ରୁବିଓ, ଡେମୋକ୍ରାଟ୍‌ ବବ୍‌ ମେନେଣ୍ଡେଜ୍‌, ଜାପାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ନାକାଟାନି, ୟୁରୋପୀୟ ପାର୍ଲାମେଣ୍ଟର ବହିର୍ବ୍ୟାପାର କମିଟି ସଦସ୍ୟ ମିରିଆମ୍‌ ଲେକ୍ସମନ ଏବଂ ବ୍ରିଟେନ କଞ୍ଜରଭେଟିଭ୍‌ ଏମ୍‌ପି ଡୁନ୍‌କାନ୍‌ ସ୍ମିଥ୍‌ ସହଅଧ୍ୟକ୍ଷ ରହିଛନ୍ତି। ଚାଇନାର ହଂକଂ କାର୍ଯ୍ୟାନୁଷ୍ଠାନକୁ ରୁବିଓ କଡ଼ା ସମାଲୋଚନା କରିଛନ୍ତି। କମ୍ୟୁନିଷ୍ଟ ଶାସିତ ଚାଇନା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଛି ବୋଲି ସେ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ହଂକଂରେ ଦେଖାଦେଇଥିବା ସ୍ଥିତି ଚାଇନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବେଜିଂ ବାରମ୍ବାର କହିଆସୁଛି। ଦେଶର ବୃହତ ଅର୍ଥନୀତି ଓ କୂଟନୈତିକ ପ୍ରଭାବ ବୃଦ୍ଧି ବିଶ୍ୱ ପାଇଁ ଆଦୌ ବିପଦ ନୁହେଁ ବୋଲି ଚାଇନା କହିଛି। କେତେଜଣ ରାଜନେତା ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି। ସେମାନେ ସତ୍ୟ ଏବଂ ଅନ୍ତର୍ଜାତୀୟ ସମ୍ପର୍କର ମୂଳ ନିୟମକୁ ସମ୍ମାନ ଦେବା ସହ ଶୀତଳ ଯୁଦ୍ଧ ମାନସିକତା ପରିତ୍ୟାଗ କରନ୍ତୁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ ବେଜିଂ ଠାରେ ଗଣମାଧ୍ୟମକୁ କହିଛନ୍ତି।
ଚାଇନା ବିରୋଧରେ ଆମେରିକା, ଜର୍ମାନୀ, ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ, କାନାଡା, ସ୍ବିଡେନ, ନରଓ୍ବେ ସମେତ ୟୁରୋପୀୟ ପାର୍ଲାମେଣ୍ଟର ସଦସ୍ୟମାନେ ଏକାଠି ହୋଇଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶ ଚାଇନାର ରଣନୀତିକ ମହତ୍ତ୍ୱାକାଂକ୍ଷାକୁ ଅତିକ୍ରମ କରିବାରେ ଗୁରୁତର ଅର୍ଥନୈତିକ କିମ୍ବା ରାଜନୈତିକ ପରିଣାମର ସମ୍ମୁଖୀନ ହୋଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଚାଇନା ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଏହା ଏକ ଦୀର୍ଘ ଟ୍ରେଡ୍‌ ଓ୍ବାରରେ ପରିଣତ ହୋଇଛି, ଯାହାର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଥିବା କୁହାଯାଉଛି। ସେହିପରି ଚାଇନାରୁ ଆମେରିକାର ଖବରଦାତାଙ୍କୁ ତଡିଦିଆଯାଇଛି। କାନାଡାର ଦୁଇଜଣ ନାଗରିକଙ୍କୁ ବିନା ବିଚାରରେ ଚାଇନା ଅଟକ ରଖିଛି। ସେହିପରି ନରଓ୍ବେର ଚାଇନା ସହିତ ବାଣିଜି୍ୟକ ସମ୍ପର୍କ ଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ୍‌ ସେନା ଉପରେ ତାଲିବାନ ଆକ୍ରମଣ

ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦...

ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କଲା ଇସ୍ରାଏଲ

ଜେରୁଜେଲମ୍‌,୧୪।୫: ରୁଷିଆ ଓ ୟୁକ୍ରେନ ଭିତରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜ ପଡ଼ୋଶୀ ଦେଶ ସିରିଆ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି। ଶୁକ୍ରବାର...

ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ...

୪୭ ଜଣଙ୍କୁ ହତ୍ୟା କଲେଣି ବନ୍ଧୁକଧାରୀ

ଲାଗୋସ୍‌, ୨୧ା୧୨: ନାଇଜେରିଆର ଅଶାନ୍ତ ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ଧୁକଧାରୀଙ୍କ ବର୍ବରତା ସୀମା ଟପିବାରେ ଲାଗିଛି। ମାତ୍ର ୩ ଦିନ ମଧ୍ୟରେ ଆତତାୟୀମାନେ ୪୭ ଜଣଙ୍କୁ ଗୁଳି...

ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…

ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ...

କରୋନା ଟୀକା ନେଲେ ଆସିବ ପ୍ରବଳ ଜ୍ୱର: ବୁଧବାର ମିଳିବ ମଞ୍ଜୁରୀ

ମସ୍କୋ/ନୂଆଦିଲ୍ଲୀ, ୧୧।୮: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବୁଧବାର ରୁଷ୍‌ରେ କରୋନା ଟୀକା ‘ଗାମ୍‌-କୋଭିଡ୍‌-ଭ୍ୟାକ୍‌-ଲୟୋ’କୁ ଟୀକାକୁ ମଞ୍ଜୁରୀ ମିଳିବ। ଏହା...

୨୦ ବର୍ଷରେ ଚାଇନାରୁ ଆରମ୍ଭ ହୋଇଛି ୫ ପ୍ରକାର ଭୂତାଣୁ ସଂକ୍ରମଣ: ଏହାର ସମାଧାନ ଜରୁରୀ, କହିଲା ଆମେରିକା

ଓ୍ବାଶିଂଟନ,୧୩।୫: ଗତ ୨୦ ବର୍ଷ ମଧ୍ୟରେ ଚାଇନାରୁ ୫ ପ୍ରକାର ଭୂତାଣୁ ସଂକ୍ରମଣ ହୋଇଛି। ଏସବୁ ଦ୍ୱାରା ପୃଥିବୀ ଉପରେ ସଙ୍କଟ ଦେଖାଦେଇଛି। ଏଭଳି ସଂକ୍ରମଣର...

କରୋନା ଆଁରେ ୪୦ ଲକ୍ଷରୁ ଅଧିକ ଜୀବନ…

ଜେନେଭା,୮।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ୪୦ ଲକ୍ଷ ୧୭ ହଜାର ୮୮୫ ଜଣ ଆକ୍ରାନ୍ତଙ୍କ ଜୀବନ ଗଲାଣି। ଇତିମଧ୍ୟରେ ମୋଟ...

Advertisement
Archives

Model This Week