![](https://www.dharitri.com/wp-content/uploads/2020/03/Corona-virus.jpg)
ଜେନେଭା,୧।୩: ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ପ୍ରାୟ ୧,୩୦୦ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା ୬,୦୦୯ରେ ପହଞ୍ଚିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଫେବୃୟାରୀ ୨୯ ସକାଳ ୧୦ଟା ସୁଦ୍ଧା ଏହି ରିପୋର୍ଟ ସଂଗ୍ରହ କରାଯାଇଛି। ଏହାସହ ଚାଇନା ବାହାରେ ଏବେସୁଦ୍ଧା କରୋନା ଭାଇରସ ସଂକ୍ରମଣରେ ୮୬ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ବୋଲି ପ୍ରକାଶ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। କରୋନା ଭାଇରସ ଏବେ ପାଖାପାଖି ୫୩ ଦେଶକୁ ବ୍ୟାପିଯାଇଥିବା କୁହାଯାଉଛି। ସାରା ବିଶ୍ୱରେ ଏବେ କରୋନା ଭାଇରସରେ ୮୫,୪୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।