ଚାଇନା ନୁହେଁ ୟୁରୋପରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ବେଜିଂ, ୨।୬: ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନା ସରକାର କରୋନା ସଂକ୍ରମଣ ସମ୍ପର୍କରେ ଜଣାଇଥିଲେ। ତେବେ ଏହାକୁ ଏକ ସର୍ଭେ ରିପୋର୍ଟରେ ଭୁଲ ଦର୍ଶାଯାଇଛି। ଫ୍ରାନ୍ସ୍‌ରେ କରୋନା ସଂକ୍ରମଣ ୨୦୨୦ ଜାନୁୟାରୀ ୨୪ରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରକୃତପକ୍ଷେ ଏଠାରେ ଦୁଇମାସ ପୂର୍ବରୁ ଅର୍ଥାତ୍‌ ୨୦୧୯ ନଭେମ୍ବର ମାସରେ କରୋନା ସଂକ୍ରମଣ ହୋଇଥିଲା। ମାତ୍ର ଏହାକୁ ଚିକିତ୍ସକମାନେ ଚିହ୍ନଟ କରିପାରି ନ ଥିଲେ। ୨୦୧୯ ନଭେମ୍ବର ୧୬ରେ ୟୁରୋପର ପ୍ରଥମ କରୋନା ଘଟଣା ଫ୍ରାନ୍ସ୍‌ର କୋଲମାର ସହରରେ ଘଟିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଫ୍ରାନ୍ସ୍‌ର ଉତ୍ତର-ପୂର୍ବରେ ଥିବା ଏହି ସହରରେ ନଭେମ୍ବରରରୁ ଡିସେମ୍ବର ମଧ୍ୟରେ ୨୫୦୦ରୁ ଅଧିକ ଲୋକ ଫ୍ଲୁ ସମସ୍ୟା ନେଇ ଚିକିତ୍ସକଙ୍କ ପାଖକୁ ଆସିଥିଲେ। ଚିକିତ୍ସକ ସମସ୍ତଙ୍କର ଏକ୍ସରେ ରିପୋର୍ଟ ଦେଖିଥିଲେ। ସେମାନଙ୍କମଧ୍ୟରୁ କେବଳ ୨ ଜଣଙ୍କ ରିପୋର୍ଟରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ତେବେ ସେତେବେଳେ ଚିକିତ୍ସକଙ୍କୁ କରୋନା ଲକ୍ଷଣ ସମ୍ପର୍କରେ ଜଣା ନ ଥିଲା। ତେଣୁ ଏସବୁର ରେକର୍ଡ କରାଯାଇ ନ ଥିଲା ବୋଲି କୁହାଯାଉଛି। କୋଲମାର ସହରର ଅଲବର୍ଟ ସ୍ବିଜର ହସ୍ପିଟାଲର ଡ. ମାଇକେଲ ସ୍ମିଥ୍‌ ଏବଂ ତାଙ୍କ ସହଯୋଗୀ ଡାକ୍ତରୀ ଦଳ ଏହି ଦାବି କରିଛନ୍ତି। ଆମେରିକା ଦାବି କରିଥିଲା ଯେ ଚାଇନାରୁ କରୋନା ସଂକ୍ରମଣ ଘଟିଛି। ଆମେରିକାର ଗୋଇନ୍ଦା ବିଭାଗ ଏନେଇ ତଥ୍ୟ ପାଇଥିବା କୁହାଯାଇଥିଲା। ଡ. ସ୍ମିଥ୍‌ଙ୍କ ରିପୋର୍ଟକୁ ଆମେରିକା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ପଲ୍ମୋନୋଲୋଜିଷ୍ଟ ଡ. ବିନ୍‌ ଗୁପ୍ତା ପଢିବା ପରେ କହିଛନ୍ତି ଯେ, ସ୍ମିଥ୍‌ଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି। ହୁଏତ ଏହା ସତ୍ୟ ବି ହୋଇପାରେ ବୋଲି ଡ. ଗୁପ୍ତା ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର

ଇସଲାମାବାଦ୍‌,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ...

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଯୋଗଦେବେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

କେମ୍ବ୍ରିଜ୍‌,୨୭ା୪ : ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ନ ଚଳିତ ବର୍ଷ ଶେଷ ଭାଗରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ସାମୟିକ ଭାବେ ଯୋଗଦେବେ। କେନେଡି ସ୍କୁଲ୍‌ ଡିନ୍‌...

ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌: ଜାଣନ୍ତୁ କ’ଣ ଖୋଲିବ, କ’ଣ ବନ୍ଦ ରହିବ…

ଭଚବନେଶ୍ୱର, ୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ଜାରି କରିଛନ୍ତି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌। ନଭେମ୍ବର ମାସ ଯାଏ ଜାରି ହୋଇଥିବା ଏହି ଗାଇଡ୍‌ଲାଇନ୍‌ରେ ସ୍କୁଲ ଖୋଲିବାକୁ ସରକାର ଅନୁମତି...

ଗରିବଙ୍କ ପେଟକୁ ଜୁଟୁନି ଦାନା: ଖତ ଖାଇଗଲା ୧୨୬୫ କ୍ୱିଣ୍ଟାଲ ଗହମ

ଭୋପାଳ, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କାମଧନ୍ଧା ନ କରି ପାରି ଗରିବଙ୍କ ପେଟକୁ ଦାନା ଜୁଟୁନି। ଏପରିସ୍ଥଳେ ପ୍ରଶାସନର...

ଦଲାଇ ଲାମା ବାଛିବାର ଅଧିକାର ଚାଇନାର ନାହିଁ

ତାଓ୍ବାଙ୍ଗ(ଅରୁଞ୍ଚଳ ପ୍ରଦେଶ),୨୫।୧୦: ପରବର୍ତ୍ତୀ ଦଲାଇ ଲାମାଙ୍କ ଚୟନ ପ୍ରକ୍ରିୟାରେ ଚାଇନା ମୁଣ୍ଡ ଖେଳାଇବାକୁ କେହି ନୁହେଁ। ଚାଇନିଜ ସରକାର ବୌଦ୍ଧ ଧର୍ମରେ ବିଶ୍ୱାସ କରନ୍ତି ନାହିଁ।...

ଭାବିଥିଲେ ପଥର, ମୂଲ୍ୟ ଜାଣି ଚକିତ ହୋଇଗଲେ

ଜାକର୍ତ୍ତା,୪।୩ : ସମୁଦ୍ର କୂଳରେ ବୁଲିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି। ସିରିପର୍ନ ନିଆମ୍ରିନ ନାମକ ମହିଳା ନାଖୋନ ସି ଥାମାରାଟ୍‌ କୂଳରେ...

କରୋନା ଟିକା ଓମିକ୍ରନ୍‌ରୁ ରକ୍ଷା କରି ପାରିବ କି? ଜାଣନ୍ତୁ ଏ ସମ୍ପର୍କରେ…

ବ୍ରିସବେନ,୪ା୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ’। ଯାହାକି ସମଗ୍ର ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଏହି ନୂଆ ଭାରିଆଣ୍ଟକୁ...

ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର...

Advertisement
Archives

Model This Week