ଚାଇନାରେ କରୋନାଭାଇରସ ପୀଡିତଙ୍କୁ ଦିଆଯାଉଛି କଇଁଛ ମାଂସ!

ବେଜିଂ,୮।୨: କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଏବେସୁଦ୍ଧା ଏଥିରେ ପ୍ରାୟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ଅଛନ୍ତି। ଏହାକୁ ନେଇ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରୋଗୀଙ୍କୁ କଇଁଛ ମାଂସ ଦିଆଯାଉଛି ବୋଲି କୁହାଯାଉଛି। ତେବେ ଚାଇନରାରେ କଇଁଛ ମାଂସରେ ଅଧିକ ପରିମାଣର ପ୍ରୋଟିନ ଥିବାରୁ ଏହା ଅନେକ ରୋଗରୁ ଉପଶମ ଦେଇଥାଏ ବୋଲି ମଧ୍ୟ କୁହାଯାଉଛି। ଆଉ ଏହାକୁ ଖାଇଲେ କରୋନାଭାଇସରରୁ ଶୀଘ୍ର ମୁକ୍ତି ମିଳିବ ବୋଲି ମଧ୍ୟ କୁହାଯାଉଛି। ଏକ ଅସ୍ଥାୟୀ ହସ୍ପିଟାଲରେ ଜଣେ ରୋଗୀ ଏହି ଭିଡିଓ ଅପଲୋଡ କରିଥିବା ଆଲୋଚନା ହେଉଛି। ତେବେ ବାଦୁଡି ମାଂସର ସୁପ୍‌ ପିଇବା ଯୋଗୁ କରୋନାଭାଇରସ ବ୍ୟାପୀଥିବା ପୂର୍ବରୁ କୁହାଯାଉଥିବା ବେଳେ ଏବେ କିନ୍ତୁ ଚାଇନାର ବିଶେଷଜ୍ଞ ଏହାକୁ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ବାଦୁଡି ନୁହେଁ ବରଂ ପାଙ୍ଗୋଲିନ ବା ବଜ୍ରକାପ୍ତାଙ୍କ ଯୋଗୁ ଏହା ବ୍ୟାପିଛି। ସାଉଥ୍‌ ଚାଇନାର ଏଗ୍ରିକଲଚର ୟୁନିଭର୍ସିଟିର ବିଶେଷଜ୍ଞମାନେ ଏହା କହିଛନ୍ତି। ପାଖାପାଖି ୧ ହଜାର ଜଙ୍ଗଲି ଜୀବଙ୍କ ନମୁନା ପରୀକ୍ଷା ପରେ ଏହା ଜଣାପଡିଥିବା ସେମାନେ ଦାବି କରିଛନ୍ତି। ଯାହାବି ହେଉ କରୋନାଭାଇରସର ଭୟାବହତା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏବେ ଏହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଆଉ ବଞ୍ଚିବେ ୩ ବର୍ଷ, ଡାକ୍ତରଙ୍କ ଦାବି !…

ମସ୍କୋ, ୨୯।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚେତାବନୀ ଦିଆଯାଇଛି। ସେ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ରୁଷିଆର ରାଷ୍ଟ୍ରପତି ଭବନ ନେତାଙ୍କ...

ପତ୍ନୀଙ୍କ ସହ ପାକିସ୍ତାନ ଯିବେ ପ୍ରିନ୍ସ ଓ୍ବିଲିୟମ୍ସ

ଇସଲାମାବାଦ,୫।୧୦: ବ୍ରିଟେନର ରାଜ ଦମ୍ପତି ପ୍ରିନ୍ସ ଓ୍ବିଲିୟମ୍ସ ଓ କେଟ ମିଡିଲଟନ ଅକ୍ଟୋବର ମଧ୍ୟ ଭାଗରେ ପାକିସ୍ତାନ ଗସ୍ତ କରିବେ ବୋଲି ଜଣାପଡିଛି। ସେଠାରେ ସେ...

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି...

ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ...

ଭାରତର କୋଭିଡ୍‌ ଭାକ୍ସିନକୁ ମିଳୁଛି ବିଶ୍ୱ ସ୍ତରରେ ପ୍ରଶଂସା; ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ନୂଆଦିଲ୍ଲୀ,୨୪।୧: କୋଭିଡ୍‌ -୧୯ ବିରୋଧରେ ଭାରତର ଭାରତର ଆଭିମୁଖ୍ୟକୁ ବିଶ୍ୱ ସ୍ତରରେ ମିଳୁଛି ପ୍ରଶଂସା। ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

କରୋନା ଭାଇରସ ଭୟ: ପ୍ଲାଷ୍ଟିକରେ ନିଜକୁ ଘୋଡାଇ ରଖିଲେ ବିମାନ ଯାତ୍ରୀ

କାନବେରା,୨୪।୨: କରୋନା ଭାଇରସରେ ଏବେ ଭୟଭୀତ ସାରା ବିଶ୍ୱ। ଚାଇନାରେ ପ୍ରଥମେ ଏହା ଆରମ୍ଭ ହୋଇଥିବା ବେଳେ ଏବେ ବିଶ୍ୱର ବିଭିନ୍ନ ଭାଗକୁ ବ୍ୟାପିବାରେ ଲାଗିଛି।...

ବ୍ରହ୍ମପୁତ୍ର ନଦୀ ଉପରେ ଚାଇନାର ନଦୀ ବନ୍ଧ ଯୋଜନା: ଭାରତ-ବାଂଲାଦେଶ ଉପରେ ପଡ଼ିବ ପ୍ରଭାବ

ବେଜିଂ,୩୦।୧୧: ବ୍ରହ୍ମପୁୁତ୍ର ନଦୀ ଉପରେ ଚାଇନା ବିଶାଳକାୟ ନନ୍ଦୀବନ୍ଧ ନିର୍ମାଣ କରିବାକୁ ଯାଉଛି। ଏସମ୍ପର୍କରେ ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ୍‌ରେ ଏକ ରିପୋର୍ଟ...

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା...

Advertisement
Archives

Model This Week