ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ଉତ୍ପାଦନକାରୀ ଓ ସେବାଯୋଗାଣକାରୀଙ୍କ ଉପରେ ପହୁଛି।
ଦେଶର ଅର୍ଥନୀତି ଧୀମା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ନିର୍ବାଚିତ କରିବାରେ ଭୋଟର ପଛଘୁଞ୍ଚା ଦେଇନାହାନ୍ତି। ତେବେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ମୋଦିଙ୍କ ନିକଟରେ ଆର୍ଥିକ କ୍ଷେତ୍ରରେ ବହୁ ସଂସ୍କାରମୂଳକ ପଦକ୍ଷେପ ନେବାକୁ ହେବ। ଏଥିପାଇଁ ତାଙ୍କୁ ଆଉ ୫ ବର୍ଷ ସମୟ ମିଳିଛି। ରଏଟର ସର୍ଭେକୁ ବିଶ୍ୱାସ କଲେ ଦେଶର ବିକାଶ ହାର ମାର୍ଚ୍ଚ ଶେଷ ସୁଦ୍ଧା ବାର୍ଷିକ ୬.୩%କୁ ଖସି ଆସିବ। ଗତ ୬ ତ୍ରୈମାସରେ ଏହା ସର୍ବନିମ୍ନ ଧୀମା ହେବାକୁ ଯାଉଛି। ଏହି ସର୍ଭେ ସତ ହେଲେ ଚାଇନାର ଅର୍ଥନୀତିର ଗତି ଆଗରେ ଭାରତ ପଛୁଆ ହୋଇଯିବ। ବିଶ୍ୱର ଦ୍ରୁତ ଅର୍ଥନୀତି ଭାବେ ଭାରତ ମାନ୍ୟତା ହରାଇବ। ମାର୍ଚ୍ଚ ଶେଷ ସୁଦ୍ଧା ଚାଇନାର ବିକାଶ ହାର ୬.୪% ରହିଛି। ମୋଦି ଗୁରୁବାର ଦ୍ୱିତୀୟଥର ପାଇଁ ଶପଥଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ପ୍ରଥମେ ନୂତନ ନିଯୁକ୍ତି ସୃଷ୍ଟି କରିବାର ଆହ୍ବାନ ହେବ। ଅରୁଣ ଜେଟ୍‌ଲୀଙ୍କ ଅନୁପସ୍ଥିତିରେ ଜଣେ ଦୃଢ଼ ଅର୍ଥମନ୍ତ୍ରୀ ଖୋଜିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ। ତାଙ୍କ ସ୍ଥାନରେ ଯିଏବି ଅର୍ଥମନ୍ତ୍ରୀ ହେବେ ଆସନ୍ତା ଜୁଲାଇରେ ସେ ସରକାରଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିବେ। ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖି ଆର୍ଥିକ ଅଭିବୃଦ୍ଧି ସୂଚକ ପଦକ୍ଷେପ ବଜେଟରେ ଘୋଷଣା ହେବ ବୋଲି ଆଶାକରାଯାଉଛି। ଅନ୍ୟପକ୍ଷରେ ମୁଦ୍ରାସ୍ପୀତି ଦୃଷ୍ଟିରୁ ଦେଶ ଭଲ ଅବସ୍ଥାରେ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ମୁଦ୍ରାନୀତିରେ ରେପୋ ରେଟ୍‌ କମାଇ ସରକାରଙ୍କୁ ସହାୟତା କରିବାକୁ ସୁଯୋଗ ପାଇବେ। ଜାନୁୟାରୀ-ମାର୍ଚ୍ଚ ଏବଂ ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ଜିଡିପି ଡାଟା ଶୁକ୍ରବାର ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆର୍‌ବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଦେଶର ବିକାଶ ହାର ୭.୨% ହ୍ରାସ ପାଇବ ବୋଲି ଅନୁମାନ କରିଛି। ଇତିମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟ୍‌ ଦୁଇଥରରେ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିସାରିଛନ୍ତି। ଆହୁରି ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଛି। ରିଟେଲ ମୁଦ୍ରାସ୍ଫୀତି ଗତ ୬ ମାସରେ ୩% ତଳକୁ ରହିଥିବାରୁ ଆର୍‌ବିଆଇ ରେପୋ ରେଟ ହ୍ରାସ କରିବାର ବିପଦ ମୁଣ୍ଡାଇପାରିବେ। ଗାଡ଼ି ବିକ୍ରି, ରେଳ ଭଡ଼ା, ପେଟ୍ରୋଲିୟମ ପଦାର୍ଥର ବ୍ୟବହାର, ଘରୋଇ ବିମାନ ଯାତ୍ରା ଏବଂ ଆମଦାନୀ ହ୍ରାସ ପାଇବାରୁ ଏତିକି ସ୍ପଷ୍ଟ ଯେ, ଦେଶର ବିକାଶ ହାର ଧିମେଇ ଗଲାଣି। ସେହିପରି କର୍ପୋରେଟ ଆୟ ଜାନୁୟାରୀ-ମାର୍ଚ୍ଚ ତ୍ରୈମାସରେ ଧିମା ହୋଇ ୧୦.୭%ରେ ପହଞ୍ଚତ୍ଗଲାଣି ବୋଲି ଇକ୍ରା ରେଟିଂ ଏଜେନ୍ସି ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ କମ୍ପାନୀଙ୍କୁ ସର୍ଭେ କରାଯାଇ କୁହାଯାଇଛି। ଉଦ୍ୟୋଗ ଜଗତ ଟିକସ ହ୍ରାସ ସହ ସୁଧ କମାଇବାକୁ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri