Advertisement

ଚାଇନାକୁ ବିଭାଜନ ଉଦ୍ୟମ କଲେ ଦଳି ଦିଆଯିବ

କାଠମାଣ୍ଡୁ,୧୪ା୧୦(ପି.ଟି.): କୌଣସି ଶକ୍ତି ଚାଇନାକୁ ବିଭାଜନ ଉଦ୍ୟମ କଲେ ତାକୁ ଦଳି ଦିଆଯିବ ବୋଲି ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ରବିବାର ଚେତାବନୀ ଦେଇଛନ୍ତି।
ଭାରତ ଗସ୍ତ ଶେଷ କରି ଜିନ୍‌ପିଙ୍ଗ୍‌ ନେପାଳ ଯାଇଛନ୍ତି। ସେ ସେଠାରେ ନେପାଳର ଶୀର୍ଷ ନେତୃତ୍ୱଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାସହ ହିମାଳୟ ରେଲଓ୍ବେ ଲାଇନ୍‌ ପ୍ରତିଷ୍ଠା ସମେତ ଭିତ୍ତିଭୂମି ପ୍ରକଳ୍ପ ନେଇ ୨୦ଟି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଅବସରରେ ଜିନ୍‌ପିଙ୍ଗ୍‌ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ସାକ୍ଷାତ୍‌ କରି ୫୬ ବିଲିୟନ ନେପାଳୀ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଆସନ୍ତା ଦୁଇବର୍ଷ ମଧ୍ୟରେ ବେଜିଂ ଏହି ସହାୟତା ପ୍ରଦାନ କରିବ। ୨୩ ବର୍ଷ ମଧ୍ୟରେ ଚାଇନାର କୌଣସି ରାଷ୍ଟ୍ରପତି ନେପାଳ ଗସ୍ତ କରିବାରେ ଏହା ପ୍ରଥମ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସମ୍ମାନ ବଢ଼ିଲା

ଓ୍ବାଶିଂଟନ,୨୩ା୧୦: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ ଭାରତୀୟ ମୂଳ ନୀତି ବିଶେଷଜ୍ଞ ନୀରା ଟଣ୍ଡନଙ୍କୁ ହ୍ବାଇଟ୍‌ ହାଉସର କର୍ମଚାରୀ ସଚିବ ଭାବରେ ନିଯୁକ୍ତ ଦେଇଛନ୍ତି। ହ୍ବାଇଟ୍‌ ହାଉସର...

ଉଡାଣ ସମୟରେ ହ୍ୟାଙ୍ଗରରେ ପିଟିହେଲା ବିମାନ: ୧୦ ମୃତ

ହଷ୍ଟନ,୧।୭: ଆମେରିକାର ଟେକ୍ସାସରେ ରବିବାର ଉଡାଣ ଭରିବା ସମୟରେ ଏକ ଘରୋଇ ବିମାନ ହ୍ୟାଙ୍ଗରରେ ପିଟିହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ପ୍ୟାରିସ କି ସିଙ୍ଗାପୁର ନୁହେଁ, ଏହା ହେଉଛି ବିଶ୍ୱର ସବୁଠୁ ମହଙ୍ଗା ସହର

ଲଣ୍ଡନ,୧।୧୨: ଲଣ୍ଡନର ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ ବିଶ୍ୱର ସବୁଠୁ ଦାମୀ ସହରଗୁଡ଼ିକର ତାଲିକା ପ୍ରକାଶ କରିଛି । ଏଥର ପ୍ୟାରିସ କିମ୍ବା ସିଙ୍ଗାପୁର ନୁହେଁ, ଏହି...

ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ

ଇସଲାମାବାଦ,୩ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଏହାକୁ ଖାରଜ କରିଛନ୍ତି ଉପବାଚସ୍ପତି କାଶୀବ ଖାନ୍‌। ଅନାସ୍ଥା ପ୍ରସ୍ତାବକୁ...

ଇରାନ ଖସାଇଛି ୟୁକ୍ରେନ ବିମାନ

ନ୍ୟୁୟର୍କ,୧୧ା୧: ଇରାନରେ ୟୁକ୍ରେନର ବିମାନ ଦୁର୍ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ମିଶାଇଲ ମାଡ଼ରେ ଏହା ଖସିପଡ଼ିଥିବା ଦାବି...

ନାଇଜେରିଆ ଚର୍ଚ୍ଚରେ ଗୁଳିକାଣ୍ଡ, ୫୦ ମୃତ

ଅବୁଜା,୬ ।୬: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଚର୍ଚ୍ଚରେ ରବିବାର ପ୍ରାର୍ଥନା କରୁଥିବା ଲୋକଙ୍କ ଉପରକୁ ଗୁଳି କରାଯିବା ସହ ବିସ୍ଫୋରଣ କରାଯାଇଥିବା ଖବର ମିଳିଛି ।...

ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର

କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ...

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିରୋଧ ପାଇଁ କାନାଡାର ଯୋଜନା…

ଅଟଓ୍ବା,୨୮।୧୧ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ତଥା ବ୍ୟାଘାତକାରୀ ନୀତିର ମୁକାବିଲା ପାଇଁ କାନାଡା ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଜଳବାୟୁ ପରିବର୍ତ୍ତନ...

Advertisement
Archives

Model This Week