ଚାଇନାକୁ ଟପିଲା ଭାରତ

ନୂଆଦିଲ୍ଲୀ, ୧୬ା୫: ମହାମାରୀ କରୋନା ଭୂତାଣୁ ବିଶ୍ୱର ୨୧୩ ଦେଶକୁ ନାକେଦମ୍‌ କରି ରଖିଥିବା ବେଳେ ଭାରତର ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଦେଶ ତାଲିକାର ଏକାଦଶ ସ୍ଥାନକୁ ଭାରତ ଉନ୍ନୀତ ହୋଇଥିବା ବେଳେ ଚାଇନାକୁ ପଛରେ ପକାଇଛି। କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୯୩୩ ଥିବାବେଳେ ଭାରତ ଏହି ସଂଖ୍ୟା ଅତିକ୍ରମ କରିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଏବେ ୮୩,୫୮୪ରେ ପହଞ୍ଚିଛି। ଏଥିସହିତ ଦେଶରେ ୨,୬୭୨ ବ୍ୟକ୍ତି ଭୂତାଣୁ ପ୍ରକୋପରେ ପ୍ରାଣ ହରାଇଲେଣି। ଚାଇନା ସ୍ଥିତିରେ ସୁଧାର ଆସିଥିବା ବେଳେ ଶୁକ୍ରବାର ମାତ୍ର ୪ ନୂଆ ମାମଲା ସାମ୍ନାକୁ ଆସିଛି। କିନ୍ତୁ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୩୬ ନୂଆ ମାମଲା ନଜରକୁ ଆସିଛି। ଯଦିଓ ଚାଇନାରେ ମୃତ୍ୟୁସଂଖ୍ୟା ୪,୬୩୩କୁ ବଢ଼ିଛି, ତେବେ ଏବକାର ସ୍ଥିତି ନିୟନ୍ତ୍ରଣକୁ ଆସିପାରିଛି। ଅନ୍ୟପକ୍ଷରେ ଭାରତରେ ଏବେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ୫୧, ୯୭୧ ଆକ୍ଟଭ୍‌ ମାମଲା ରହିଛି। ୨୮,୯୩୭ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଥିଲେ ହେଁ ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ, ଦିଲ୍ଲୀ ଭଳି କେତେକ ରାଜ୍ୟରେ ଦେଖାଦେଇଥିବା ଉଗ୍ର ସଂକ୍ରମଣ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି।
କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୭,୫୨୪ରୁ ଅଧିକ ରହିଛି। ଏହି ରାଜ୍ୟରେ ସର୍ବାଧିକ ସଂକ୍ରମିତ ଥିବାବେଳେ ପ୍ରାଣ ହରାଇଲେଣି ୧,୦୧୯ ବ୍ୟକ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡ଼ୁ। ଏଠାରେ କରୋନା ରୋଗୀସଂଖ୍ୟା ୧୦,୧୦୮କୁ ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୩୪ ନୂଆ ମାମଲା ଦେଖିବାକୁ ମିଳିଛି। ୬୬ ଜଣ ରାଜ୍ୟରେ ଭୂତାଣୁ ଯୋଗୁ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗୁଜରାଟ ଓ ଦିଲ୍ଲୀ ସ୍ଥିତି ମଧ୍ୟ ଜଟିଳ ରହିଛି। ଗୁଜରାଟରେ ୯,୫୯୨ ଜଣ ସଂକ୍ରମିତ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ୮,୮୯୫କୁ ବୃଦ୍ଧିପାଇଛି। ଦୁଇରାଜ୍ୟରେ ଯଥାକ୍ରମେ ୫୮୬ ଓ ୧୨୩ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଧ୍ୟପ୍ରଦେଶରେ ୨୩୯ ଜଣ ପ୍ରାଣ ହରାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪,୫୯୫ରେ ପହଞ୍ଚିଛି। ସେହିଭଳି ରାଜସ୍ଥାନରେ ୪,୬୮୮, ଉତ୍ତରପ୍ରଦେଶରେ ୩,୯୦୨, ପଶ୍ଚିମବଙ୍ଗରେ ୨,୪୬୧, ଆନ୍ଧ୍ରପଦେଶରେ ୨,୩୦୭ ସଂକ୍ରମିତ ଥିବା ପ୍ରକାଶ। ଏହିସବୁ ରାଜ୍ୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଯଥାକ୍ରମେ ୧୨୫, ୮୮, ୨୨୫ ଓ ୪୮ ରହିଛି। ତେଲଙ୍ଗାନାରେ ୩୪, ପଞ୍ଜାବରେ ୩୨, କର୍ନାଟକରେ ୩୬ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭାରତ ଭଳି ଜନସଂଖ୍ୟା ଘନତ୍ୱ ଦେଶରେ ଏଭଳି ସଂକ୍ରମଣ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟିକରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲକ୍‌ଡାଉନ ସତ୍ତ୍ୱେ ପ୍ରବାସୀଙ୍କ ଆଗମନ ଚିନ୍ତା ବଢ଼ାଇଦେଇଛି। ଯେତେ ସଚେତନ କଲେ ମଧ୍ୟ କରୋନା ସ୍ଥିତିରେ ସୁଧାର ଆସିପାରୁନି। ଯଦିଓ ଆମେରିକା ଓ ୟୁରୋପ ଭଳି ସ୍ଥିତି ଦେଶରେ ସୃଷ୍ଟିହୋଇନି, ତଥାପି ଉଗ୍ର ସଂକ୍ରମଣ ଯୋଗୁ ଗୋଷ୍ଠୀ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଥିଲାଗି ସାମାଜିକ ଦୂରତ୍ୱ ରକ୍ଷା ସହ ମାସ୍କ ପିନ୍ଧିବା ଲାଗି ସରକାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri