ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶ। ଏପରି କି ଚାଇନାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇସାରିଲେଣି। ଚାଇନାକୁ ବିଭିନ୍ନ ଦେଶରୁ ନିନ୍ଦା କରାଯିବା ସହ ଏକପ୍ରକାର ଘେରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ପ୍ରମୁଖ ଦୈନିକ ଟାବ୍‌ଲଏଡ୍‌ ‘ବିଲ୍‌ଡ’ କରୋନା ସଂକ୍ରମଣ ଯୋଗୁ ଦେଶରେ ହୋଇଥିବା କ୍ଷୟକ୍ଷତି ପାଇଁ ଚାଇନାକୁ ଦାୟୀ କରିଛି। ଏହାସହିତ ଚାଇନା ଉକ୍ତ କ୍ଷତି ଭରଣା କରିବା ପାଇଁ ‘ବିଲ୍‌ଡ’ ପକ୍ଷରୁ ୧୬୫ ବିଲିୟନ ଡଲାର ବା ୧୫୦ ବିିଲିୟନ ୟୁରୋର ଏକ ବିଲ୍‌ ଜାରି କରାଯାଇଛି। ଗତ ବୁଧବାର ଉକ୍ତ ଟାବଲଏଡ୍‌ରେ ‘ଚାଇନା ଆମର କେତେ ଋଣୀ’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଥିଲା। ଜର୍ମାନୀର ପର୍ଯ୍ୟଟନ କ୍ଷେତ୍ରର କ୍ଷତି ପାଇଁ ଉକ୍ତ ଖବରକାଗଜ ୨୭ ବିଲିୟନ ୟୁରୋ ଧାର୍ଯ୍ୟ କରିଛି। ସେହିପରି ଫିିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୭.୨ ବିଲୟନ ୟୁରୋ, କ୍ଷୁଦ୍ର ବ୍ୟବସାୟଗୁଡ଼ିକର କ୍ଷତି ଭରଣା ନିମନ୍ତେ ୫୦ ବିଲିୟନ ୟୁରୋ ଏବଂ ବିମାନ କମ୍ପାନୀ ଲୁଫ୍‌ଥାନ୍ସାର ପ୍ରତି ଘଣ୍ଟାର କ୍ଷତି ଲାଗି ୧ ମିଲିୟନ ୟୁରୋ ଧାର୍ଯ୍ୟ କରିଛି। ଏହି ଲେଖାକୁ ନେଇ ଜର୍ମାନୀରେ ଥିବା ଚାଇନା ଦୂତାବାସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହା ଚାଇନା ବିରୋଧରେ ରାଷ୍ଟ୍ରବାଦ, ଜେନୋଫୋବିଆ(ବିଦେଶୀଙ୍କୁ ଘୃଣା) ଓ ଶତ୍ରୁଭାବର ପ୍ରତିଫଳନ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଓଡ଼ିଆ ଶ୍ରମିକଙ୍କ ପାଇଁ ଲଢୁଛି ଓଡ଼ିଆ ସମାଜ

ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି।...

କରୋନା ପରେ ବାଲ୍ୟ ବିବାହ ବୃଦ୍ଧି ପାଇବା ଆଶଙ୍କା: ଜାତିସଂଘ

ଜେନେଭା,୨୧।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ପରବର୍ତ୍ତୀ ପୃଥିବୀରେ ବହୁ ପରିବର୍ତ୍ତନ ଆସିବା ସହିତ ଆପରାଧୀକ...

ପାକିସ୍ତାନ-ଆମେରିକା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର, ଆଧୁନିକ ଅସ୍ତ୍ରଶସ୍ତ୍ର ମିଳିବା ରାସ୍ତା ସଫା

ଇସଲାମାବାଦ,୩।୮: ପାକିସ୍ତାନ କ୍ୟାବିନେଟ ଆମେରିକା ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ରଣନୀତି ଚୁକ୍ତିକୁ ମଞ୍ଚୁରୀ ପ୍ରଦାନ କରିଛି। ଏହାଦ୍ୱାର ଦୁଇ ଦେଶ ମଧ୍ୟରେ ପୁଣିଥରେ ପ୍ରତିରକ୍ଷା...

ତାଲିବାନ ସରକାର ଗଠନ ପୂର୍ବରୁ କାବୁଲ ପହଞ୍ଚିଲେ ଆଇଏସ୍ ମୁଖ୍ୟ, ପାକିସ୍ତାନ ରାଷ୍ଟ୍ରଦୂତଙ୍କ ସହ ସାକ୍ଷାତ୍ କରିବାର କଲେ ବାହାନା

କାବୁଲ,୪ ।୯: ତାଲିବାନ ଖୁବଶୀଘ୍ର ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଯାଉଛି । ଏହି ସମୟରେ ତାଲିବାନର ବଡ ବଡ ନେତା ପାକିସ୍ତାନ ସହ କୌଣସି...

କରୋନା ସଙ୍କଟ ମଧ୍ୟରେ ମୋଦିଙ୍କ ସହ କଥା ହେଲେ ଉଦ୍ଧବ: ମାଗିଲେ ୧୫୦୦ ଏମ୍‌ଟି ଅକ୍ସିଜେନ୍‌

ମୁମ୍ବାଇ,୧୭।୪: କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ପଡ଼ିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ...

କଟକ ସହରରୁ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫୪ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୨ା୭: ବୁଧବାର କଟକ ସହରରୁ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା କଟକ...

୧୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୫ ଦିନ ଧରି ଦୈନିକ...

ପୁଣି ତାଇଓ୍ବାନ ଅଞ୍ଚଳରେ ପଶିଲା ଚାଇନା

ତାଇପେ,୧୯ା୩: ଚାଇନା ପୁଣି ଥରେ ତାଇଓ୍ବାନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି। ତାଇଓ୍ବାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମାର୍ଚ୍ଚ ୧୭ରୁ ୧୮ମଧ୍ୟରେ ଅତି କମ୍‌ରେ ୨୬ଟି...

Advertisement
Archives

Model This Week