Posted inଖେଳ

ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ଫେରିପାରନ୍ତି ପୃଥ୍ବୀ

ଲଣ୍ଡନ,୮।୧୧- ଡୋପ ନିୟମ ଭଙ୍ଗ କରିବାରୁ ବାସନ୍ଦ ଥିବା ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସମ୍ଭବଃ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟରେ ପଡ଼ିଆକୁ ଫେରିବେ। ମୁମ୍ବାଇର ଆଡ ହକ୍‌ ଚୟନ କମିଟି ମୁଖ୍ୟ ମିଲିନ୍ଦ ରେଗେ ପୃଥ୍ବୀଙ୍କ ଚୟନ ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି। ତାଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଚଳିତ ମାସ ୧୬ ତାରିଖରେ ଶେଷ ହେବ। ପରେ ତାଙ୍କୁ ଚୟନ କରିବାକୁ ଗୁରୁତ୍ୱ ଦିଆଯିବ। ତାଙ୍କ ଫେରିବା ନେଇ ମୁଁ ସ୍ପଷ୍ଟିକରଣ ଦେଇପାରିବି ନାହିଁ। କିନ୍ତୁ ଆମେ ଆଲୋଚନା କରିବୁ ବୋଲି ସେ କହିଛନ୍ତି। ରେଗେଙ୍କ ନେତୃତ୍ୱଧୀନ ଚୟନ କମିଟି ମୁମ୍ବାଇର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ଦଳ ଘୋଷଣା କରିଛି। କାରଣ ଶ୍ରେୟାସ ଆୟାର, ଶିଭମ ଦୁବେ ଓ ଶାର୍ଦୁଳ ଠାକୁରଙ୍କ ଭଳି ଖେଳାଳି ଏବେ ଜାତୀୟ ଦଳ ପାଇଁ ଖେଳୁଛନ୍ତି। ଶ’ ଯୋଗ୍ୟ ହେବା ପୂର୍ବରୁ ମୁମ୍ବାଇ ୭ରୁ ୬ଟି ଲିଗ୍‌ ପର୍ଯ୍ୟାୟ ଖେଳି ସାରିଥିବ। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷ ଜୁଲାଇରେ ଶ’ଙ୍କୁ ବାସନ୍ଦ କରିଥିଲା। ସେ ଅଜାଣତରେ କଫ ସିରପ ଅତ୍ୟଧିକ ମାତ୍ରରେ ଗ୍ରହଣ କରିଥିଲେ, ଯଦ୍ଦ୍ବାରା ତାଙ୍କ ମୁତ୍ର ନମୁନାରେ ନିଷିଦ୍ଧ ଔଷଧ ଟରବୁଟାଲାଇନ ମିଳିଥିଲା। ଏହି ଟେଷ୍ଟ ଗତ ବର୍ଷ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟବେଳେ ଇନ୍ଦୋରେଠାରେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନ୍ତିମ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଶାହରୁଖ ଖାନ

ନୂଆଦିଲ୍ଲୀ,୨୨।୧୧: ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଟ୍ରଫି ହାତେଇଛି ତାମିଲନାଡୁ। ସୋମବାର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକ ଫାଇନାଲରେ ତାମିଲନାଡୁ ୪...

ପୁଣି ମ୍ୟାଚ୍‌ ହାତଛଡ଼ା କଲା ହାଇଦ୍ରାବାଦ

ଚେନ୍ନାଇ,୧୭।୪: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

କର ବା ମର ମ୍ୟାଚ୍‌; ପ୍ରଥମେ ବ୍ୟାଟିଂ କରିବ କେକେଆର

ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି କୋଲକାତା ନାଇଟ୍‌...

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ...

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ * ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର...

ନିଆରା ରେକର୍ଡ ହାସଲ କଲା ଭାରତୀୟ ଦଳ

ଚେନ୍ନାଇ,୧୪।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୯ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ ଟିମ...

ଖାଲି ପାଦରେ ୧୧ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିବା ଧାବକଙ୍କୁ ମିଳିବ ପ୍ରୋତ୍ସାହନ

ଭୋପାଳ,୨୦।୮: ଖେଳାଳୀମାନେ ପ୍ରୋତ୍ସାହନ ପାଇ ନିଜର ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ ରାଜ୍ୟ ଓ ଦେଶର ନାଁ କରିଥାନ୍ତି। ତେବେ ଆଜି ବି କିଛି ଏଭଳି...

ଏଆଇଏଫ୍‌ଏଫ୍‌କୁ ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ ମେମ୍ବରଶିପ୍‌ ଦେଲା ଏଏଫ୍‌ସି

ନୂଆଦିଲ୍ଲୀ,୪।୭(ପି.ଟି.): ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଏଏଫ୍‌ସି ଏଲିଟ୍‌ ୟୁଥ୍‌ ସ୍କିମ୍‌ ଫୁଲ୍‌ମେମ୍ବରଶିପ୍‌...

Advertisement
Archives

Model This Week