![](https://www.dharitri.com/wp-content/uploads/2020/06/IMG-20200617-WA0101.jpg)
ରାୟଗଡ଼ା ଅଫିସ,୧୭।୬-କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାୟଗଡ଼ା ଜଗନ୍ନାଥ ମନ୍ଦିର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ। ଜଗନ୍ନାଥ ମନ୍ଦିର ଭିତରେ କେବଳ ଅସ୍ଥାୟୀ ମାଉସୀ ମା ମନ୍ଦିର କରାଯାଇ ନୀତିକାନ୍ତି କାର୍ଯ୍ୟ ସମାପନା ହେବ। ସେହିପରି ସାମାଜିକ ଦୂରତା ରକ୍ଷା କରି ଅଳ୍ପ ସେବାୟତଙ୍କୁ ନେଇ ସମସ୍ତ କାର୍ଯ୍ୟ ସମାପନ କରାଯିବ। ଏ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି। ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍ପି ଶର୍ବଣା ବିବେକ ଏମ ରାଜ ପୁରୋହିତ, ବାଲୁଙ୍କେଶ୍ୱର ଦାଶ, ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ଉପ ଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ସମେତ ସେବାୟତମାନେ ଉପସ୍ଥିତ ଥିଲେ।