Posted inଖେଳ

ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ଶାମି

ବିଶାଖାପାଟଣା,୧୯।୧୨- ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି। ଏ ବର୍ଷ ୨୦ ମ୍ୟାଚ୍‌ ଖେଳି ଶାମି ହାତେଇଛନ୍ତି ୪୦ ଉଇକେଟ। ତାଙ୍କ ପଛକୁ ରହିଥିବା ବୋଲ୍ଟ ସମାନ ସଂଖ୍ୟକ ମ୍ୟାଚ୍‌ରେ ୩୮ ଉଇକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡ ୨୯ ବର୍ଷୀୟ ଶାମିଙ୍କ ୪୦ତମ ଶିକାର ପାଲଟି ଥିଲେ। ଉଲ୍ଲେଖଥାଉ କି, ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଲୋକେଶ ରାହୁଲ(୧୦୨) ଓ ରୋହିତ ଶର୍ମା(୧୫୯)ଙ୍କ ଓପନିଂ ଭଗୀଦାରି ୨୨୭ ରନ୍‌ କରିଥିଲା। ଫଳରେ ଭାରତ ୩୮୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଥିଲା। ପରେ କୁଲଦୀପ ଯାଦବଙ୍କ ହ୍ୟାଟ୍ରିକ ଓ ଅନ୍ୟ ବୋଲରଙ୍କ ଭଲ ପ୍ରଦର୍ଶନ ଯୋଗୁ ଓ୍ବେଷ୍ଟଇଣ୍ଡିଜ ୨୮୦ ରନ୍‌ରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ବସମ୍ମୁଖରେ ସଚିନଙ୍କୁ ବୁଢ଼ା ବୋଲି କହୁଥିଲେ ଏହି ଖେଳାଳି, ଏଭଳି ଜବାବ ଦେଇଥିଲେ ସେହ୍ବାଗ

ନୂଆଦିଲ୍ଲୀ,୨।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ। ସେ ତାଙ୍କ କ୍ରିକେଟ କ୍ୟାରିୟରରେ କେବେ ବି ବିନା କାରଣରେ ବିରୋଧି...

ମୁମ୍ବାଇର ଲଗାତର ପଞ୍ଚମ ପରାଜୟ

ପୁଣେ,୧୨୵୪: ଆଇପିଏଲ ୨୦୨୨ର ୨୩ତମ ମ୍ୟାଚରେ ଆଜି ପୁଣି ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡିଛି। ପୁଣେରେ ଖେଳାଯାଉଥିବା ଏହି ମ୍ୟାଚରେ ପଞ୍ଜାବ କିଙ୍ଗସ...

ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ...

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ୟେଲୋର ପ୍ରଥମ ବିଜୟ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ...

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ...

ବାଂଲାଦେଶ ନିୟନ୍ତ୍ରଣରେ ପ୍ରଥମ ଟେଷ୍ଟ

ଚଟୋଗ୍ରାମ,୬।୨(ଏପି): ମେହିଦୀ ହାସନ ମିରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ବାଂଲାଦେଶ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚକୁ ନିୟନ୍ତ୍ରଣରେ ରଖିଛି। ପ୍ରଥମ ଇନିଂସରେ ୧୦୩...

ଏଫ୍‌ଆଇଏଚ୍‌ ପୁରସ୍କାର ଉପରେ ଭାରତୀୟ ହକି ଟିମ୍‌ର କବ୍ଜା

ନୂଆଦିଲ୍ଲୀ,୬।୧୦: ଟୋକିଓ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତୀୟ ହକି ଟିମ୍‌। ଏବେ ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଏଫ୍‌ଆଇଏଚ୍‌) ଷ୍ଟାର ପୁରସ୍କାରରେ ଭାରତୀୟ ଖେଳାଳି ଏବଂ କୋଚ୍‌...

ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍‌.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି...

Advertisement
Archives

Model This Week