ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର ଘଟଣା: ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଟ୍ରେନ୍‌ରୁ ଖସି ପଡିଥିବା ଜଣେ ଯାତ୍ରୀଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ମଡର୍ନ କଣ୍ଟ୍ରୋଲ ରୁମ୍‌ର ହାବିଲଦାର ସୁଶାନ୍ତ କୁମାର ହାତୀଙ୍କୁ ପୋଲିସ କମିଶନର ଶୁକ୍ରବାର ସମ୍ମାନିତ କରିଛନ୍ତି। କମିଶନରେଟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କମିଶନର ସତ୍ୟଜିତ ମହାନ୍ତି ତାଙ୍କୁ ପ୍ରଶଂସାପତ୍ର ସହ ୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ହାବିଲଦାର ହାତୀ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି ମହାନ୍ତି କହିଛନ୍ତି।
ସୂଚନା ମଙ୍ଗଳବାର ରାତି ପ୍ରାୟ ୪ଟାରେ ଡିସିପିଙ୍କ କାର୍ଯ୍ୟାଳୟସ୍ଥିତ ମଡର୍ନ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ବିହାର ପାଟଣାର ଉମେଶ କୁମାର ବୋଲି ପରିଚୟ ଦେବା ସହ ସେ ଏର୍ନାକୁଲମ-ପାଟଣା ଏକ୍ସପ୍ରେସରୁ ଖସିପଡିଥିବା ଓ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ହେଲେ ସେ ପଡ଼ିଥିବା ସ୍ଥାନ କହି ନ ପାରିବାରୁ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ସୁଶାନ୍ତ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ହେଲେ ଏହାକୁ ଅଣଦେଖା ନ କରି ତୁରନ୍ତ ମଞ୍ଚେଶ୍ୱର ଥାନା ପିସିଆର ଭ୍ୟାନ ଡ୍ରାଇଭରଙ୍କୁ ସାଙ୍ଗରେ ଧରି ଉକ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ଖୋଜିବାକୁ ଲାଗିପଡିଥିଲେ। ବାଣୀବିହାର ଷ୍ଟେଶନରୁ ମଞ୍ଚେଶ୍ୱର ଷ୍ଟେଶନ ଆଡ଼କୁ ଟ୍ରେନ ଲାଇନ କଡ଼ରେ ୩ କି.ମି. ଚାଲିଚାଲି ଯିବା ପରେ ଉକ୍ତ ଯୁବକକୁ ଠାବ କରିଥିଲେ। ଯୁବକ ଜଣକ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡି ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ଉକ୍ତ ସ୍ଥାନକୁ ଗାଡି ଯିବା ସମ୍ଭବ ନ ଥିବାରୁ ଓ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସୁଶାନ୍ତ ଆହତ ଯୁବକଙ୍କୁ କାନ୍ଧରେ ପକାଇ ଦୌଡ଼ି ଦୌଡ଼ି ପିସିଆର୍‌ ଭ୍ୟାନ୍‌ ନିକଟରେ ପହଞ୍ଚତ୍ଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକଣାରେ ପାଳନ ହେବ ମହାଶିବରାତ୍ରି

ଖୋର୍ଦ୍ଧା ଅଫିସ,୧୧ା୩:କୋଭିଡ୍‌ କଟକଣାରେ ପାଳନ ହେବ ଜାଗର ଯାତ୍ରା ତଥା ମହାଶିବରାତ୍ରି। ଏନେଇ ବୁଧବାର ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆ ଉପଖଣ୍ଡ ଅଞ୍ଚଳରେ ଥିବା ମନ୍ଦିର...

ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ,୩।୧୦(ସ୍ବ.ପ୍ର.): ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତରେ ଯାଇଥିବା ବେଳେ ୨ ଜଣ ମହିଳା ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ...

‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଲକ୍ଷେ ଛୁଇଁଲା

ଭୁବନେଶ୍ୱର,୧୬।୧୦(ବ୍ୟୁରେ): ଗୋଟିଏ ଦିନରେ ‘ମୋ ବସ୍‌’ ଯାତ୍ରୀ ସଂଖ୍ୟା ଏକ ଲକ୍ଷ ଛୁଇଁଲା। ସୋମବାର ‘ମୋ ବସ୍‌’ରେ ୧୦୧୮୮୧ ଜଣ ଯାତ୍ରୀ ଯାତ୍ରା କରିଥିଲେ। ଯାହା...

୫ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାର ବିଧାନସଭା ଶୀତକାଳୀନ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ୫ ଯାଏ ମୁଲତବୀ ରହିଛି। ଆରମ୍ଭରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକାର୍ଯ୍ୟକୁ ଅପରାହ୍ନ...

ଦିନକୁ ୨୦ ଲକ୍ଷ ଶ୍ରମଦିବସ ସୃଷ୍ଟି ହେବ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ତ୍ତମାନ ଦିନକୁ ୧୦ ଲକ୍ଷ ଶ୍ର୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ୨୦ ଲକ୍ଷକୁ...

୫ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ...

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୫।୮: ଓଡ଼ିଶା ପୋଲିସର ଡିଏସ୍‌ପି ସ୍ତରରେ ସୋମବାର ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ରେ ତାଲିମ୍‌ ପରେ...

ତୋଷାଳି ଛକରେ ଫାଙ୍କା ଗୁଳିଚାଳନା

ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର...

Advertisement
Archives

Model This Week