ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ପ୍ରତିମା ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଛି। ମଣ୍ଡପ ସମ୍ମୁଖରେ ୭୫ ଫୁଟ୍‌ ଉଚ୍ଚ ଓ ୭୦ ଫୁଟ ଓସାର ବିଶିଷ୍ଟ ମନଲୋଭା ତୋରଣ ପ୍ରସ୍ତୁତ ହୋଇଛି। ଏଥିସହ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟଯୁକ୍ତ ଗେଟ୍‌, ମିନାବଜାର, ନାନା ରକମର ଦୋଳି ଲୋକଙ୍କୁ ଆକୃଷ୍ଟ କରିବାକୁ ଆୟୋଜନ କରାଯାଇଛି। ମା’ ଙ୍କ ପୂଜାରେ ଚଳିତ ବର୍ଷ ଆନୁମାନିକ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୂଜାକମିଟି ସଦସ୍ୟମାନଙ୍କ ପକ୍ଷରୁ ପ୍ରକାଶ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ପାଇଁ ୪ ଦିନ ଧରି ଅପେରା, ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। କଳସଯାତ୍ରା, ମୃଣ୍ମୟୀ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା, ଜୀବନ୍ୟାସ, ମାତୃକା ପୂଜା ପ୍ରଭୃତି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମାପନ କରାଯିବ। ଆସନ୍ତା ୩୧ ତାରିଖରେ ମା’ଙ୍କର ଭସାଣି ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଭିଡ଼ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଖଣି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପୂଜାକୁ ଶୃଙ୍ଖଳିତ ଭାବରେ ଉପଭୋଗ କରିବା ପାଇଁ ନନ୍ଦିରା କାଳୀପୂଜା କମିଟିର ସଭାପତି ସନ୍ତୋଷ କୁମାର ମହାନ୍ତି, ସମ୍ପାଦକ ମଳୟ ଦୁବେ, କାର୍ଯ୍ୟକାରୀ ସମ୍ପାଦକ ଅବିନାଶ ସାହୁଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ବିଶ୍ବ ଆଦ୍ର ଭୂମି ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଲେ ଡିଏଫ୍‌ଓ, କହିଲେ ଗଞ୍ଜାମ ଜିଲାର…

ଭଞ୍ଜନଗର,୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବନ ବିହାର ପରିସରରେ ବିଶ୍ବ ଆଦ୍ର ଭୂମି ଦିବସ ପାଳିତ…

ଆନ୍ଧ୍ର ଆଧାର କାର୍ଡ ଅପଡେଡ୍‌ କରି ରାଶନ କାର୍ଡ ପ୍ରଦାନ କଲାପରେ ପଶିଲା ଚିନ୍ତା, ମେଳିକଲା…

ପଟ୍ଟାଙ୍ଗି,୨।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏକାଠିକରି ବୈଠକ ମାଧ୍ୟମରେ…

ମିଳିତ ଜନ ଅଭିଯୋଗ ଶୁଣାଣି : ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ଆଦିତ୍ୟ…

ପଇଡ଼ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ

ବାଲିଗୁଡା,୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବାରଖମା ଆଉଟ ପୋଷ୍ଟ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ପଇଡ଼ ବୋଝେଇ ଟ୍ରକ୍‌ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri