Posted inଫୁରସତ

ଶକ୍ତିପୀଠ ଚାମୁଣ୍ଡେଶ୍ୱରୀ ମନ୍ଦିର: କେବେ ଓ କେମିତି ଯିବେ

ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା’ ଚାମୁଣ୍ଡେଶ୍ୱରୀ’ଙ୍କୁ ସମର୍ପିତ ପବିତ୍ର ଚାମୁଣ୍ଡେଶ୍ୱରୀ ମନ୍ଦିରଟି କର୍ନାଟକର ମହୀଶୂରଠାରୁ ପ୍ରାୟ ୧୩ କି.ମି . ଦୂରରେ ଥିବା ଚାମୁଣ୍ଡୀ ନାମକ ପାହାଡ଼ ଉପରେ ଅବସ୍ଥିତ। ଏହା ଏକ ଶକ୍ତିପୀଠ ଭାବେ ବି ଜଣାଶୁଣା। ସମୁଦ୍ର ପତ୍ତନଠାରୁ ଚାମୁଣ୍ଡେଶ୍ୱରୀ ମନ୍ଦିର ପ୍ରାୟ ୮୩୮ ଫୁଟ୍‌ ଉଚ୍ଚତାରେ ରହିଛି। ମା’ ଦୁର୍ଗାଙ୍କର ଏକ ସ୍ବରୂପ ‘ମା ଚାମୁଣ୍ଡେଶ୍ୱରୀ’ଙ୍କୁ ଏହି ମନ୍ଦିରରେ ପୂଜା କରାଯାଇଥାଏ। ପ୍ରାକୃତିକ ବୈଭବରେ ଭରା ମା’ଙ୍କର ଏହି ପବିତ୍ର ଶକ୍ତିପୀଠରେ ସର୍ବଦା ଭକ୍ତଗଣଙ୍କ ଗହଳି ଲାଗି ରହିଥାଏ।

ମନ୍ଦିରର ମହତ୍ତ୍ୱ
ପୃଥିବୀ ପୃଷ୍ଠରେ ଥିବା ୧୮ଟି ମହାଶକ୍ତିପୀଠ ମଧ୍ୟରୁ ଚାମୁଣ୍ଡେଶ୍ୱରୀ ମନ୍ଦିର ହେଉଛି ଅନ୍ୟତମ। ଏହାକୁ ଏକ ଶକ୍ତିପୀଠ କହିବା ପଛରେ ରହିଛି ଏକ କାହାଣୀ। ତାହା ହେଉଛି- ପିତା ଦକ୍ଷଙ୍କ ଦ୍ୱାରା ସ୍ବାମୀ ଶିବଙ୍କର ଅପମାନ ହେଉଥିବାର ଦେଖି ମାତା ସତୀ ଯେତେବେଳେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ ସେତେବେଳେ ପ୍ରଭୁ ଶିବ ପାଗଳପ୍ରାୟ ହୋଇ ମାତା ସତୀଙ୍କର ମରଶରୀରକୁ କାନ୍ଧରେ ଧରି ବ୍ରହ୍ମାଣ୍ଡ ସାରା ଘୂରି ବୁଲି ତାଣ୍ଡବନୃତ୍ୟ କଲେ। ଏହାଦ୍ୱାରା ବିଶ୍ୱ ବ୍ରହ୍ମାଣ୍ଡ ଧ୍ୱଂସହୋଇଯିବା ପରିସ୍ଥିତି ଉପୁଜିଲା। ତାହାକୁ ରୋକିବା ଏବଂ ଭଗବାନ ଶିବଙ୍କୁ ଶାନ୍ତ କରିବା ପାଇଁ ଶେଷରେ ଭଗବାନ ବିଷ୍ଣୁ ଚକ୍ରପେଷି ମାତା ସତୀଙ୍କର ଗୋଟିଏ ଗୋଟିଏ ଅଙ୍ଗକୁ କାଟିବାକୁ ଲାଗିଲେ। ମା’ଙ୍କର ଯେଉଁଠି ଯେଉଁଠି ଅଙ୍ଗ ପଡ଼ିଲା, ତାହା ପରବର୍ତ୍ତୀ ସମୟରେ ଗୋଟିଏ ଗୋଟିଏ ଶକ୍ତିପୀଠରେ ପରିଣତ ହେଲା। କର୍ନାଟକର ମହୀଶୂରସ୍ଥିତ ଏହି ସ୍ଥାନରେ ମାତା ସତୀଙ୍କର କୁଆଡ଼େ ଚୁଟି ପଡ଼ିଥିବାରୁ ତାହା ଶକ୍ତିପୀଠରେ ରୂପାନ୍ତରିତ ହୋଇଥିଲା ବୋଲି ବିଶ୍ୱାସ କରାଯାଇଥାଏ।

ମନ୍ଦିରର କାରୁକାର୍ଯ୍ୟ
କିମ୍ବଦନ୍ତୀ ଅନୁଯାୟୀ, ପୌରାଣିକ ଯୁଗରେ ଏହି କ୍ଷେତ୍ର କୁଆଡ଼େ ‘କ୍ରୌଞ୍ଚ ପୁରୀ’ ନାମରେ ଜଣାଯାଉଥିଲା। ସେହି କାରଣ ପାଇଁ ଦକ୍ଷିଣ ଭାରତରେ ଏହି ମନ୍ଦିରକୁ କେହି କେହି ‘କ୍ରୌଞ୍ଚା ପୀଠମ୍‌’ ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳିଥାଏ। ତା’ଛଡ଼ା ଏହି ଶକ୍ତିପୀଠର ସୁରକ୍ଷା ପାଇଁ ସର୍ବଦା ଉକ୍ତ ମନ୍ଦିରରେ କାଳଭୈରବ ମଧ୍ୟ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଦ୍ରାବିଡ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ଏକ ବିରାଟ ପ୍ରବେଶ ଦ୍ୱାର, ନବରଙ୍ଗ ସଭାମଣ୍ଡପ, ଅନ୍ତରାଳ ମଣ୍ଡପ, ଗର୍ଭଗୃହ ଇତ୍ୟାଦି ରହିଛି। ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ଭଗବାନ ଗଣେଶଙ୍କର ଏବଂ ମା’ଙ୍କର ବିଭିନ୍ନ ରୂପର ପ୍ରତିମାକୁ ସୂକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ସ୍ଥାପନା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥାଏ।

ମା’ଙ୍କ ମହିମା
ମା’ଚାମୁଣ୍ଡେଶ୍ୱରୀ ପ୍ରତ୍ୟକ୍ଷ ଦେବୀ। କୁହାଯାଏ, ତାଙ୍କର କରୁଣା ଭକ୍ତଗଣଙ୍କ ଉପରେ ସବୁବେଳେ ରହିଥାଏ। ବିପଦରେ ପଡ଼ିଥିବା ଭକ୍ତ ମା’ଙ୍କୁ ଗୁହାରି କଲେ ତାଙ୍କର ଦୁଃଖ ଦୂରହୋଇଯାଏ। ସେଥିପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଦର୍ଶନ ନିମନ୍ତେ ଆସିଥାନ୍ତି। ଆଷାଢ଼ ଶୁକ୍ରବାର, ନବରାତ୍ର, କାଳୀପୂଜା ତଥା ଚାମୁଣ୍ଡୀ ଜୟନ୍ତୀ ଇତ୍ୟାଦି ହେଉଛି ମା’ଙ୍କର ପ୍ରମୁଖ ପର୍ବ। ତେବେ ନବରାତ୍ର ସମୟରେ ମା’ଙ୍କୁ ବିଭିନ୍ନ ଆଭୂଷଣରେ ସଜାଯିବାର ପରମ୍ପରା ଏଠାରେ ରହିଛି। ସେହିପରି କାଳୀପୂଜାରେ ମଧ୍ୟ ମା’ଙ୍କର ଏକ ସ୍ବତନ୍ତ୍ର ବେଶ ଓ ପୂଜାର ଆୟୋଜନ କରାଯାଇଥାଏ, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ।

କେବେ ଓ କେମିତି ଯିବେ
ବୁଲାବୁଲି କରିବା ପାଇଁ ଏଠାକାର ଜଳବାୟୁ ବର୍ଷସାରା ବେଶ୍‌ ଅନୁକୂଳ ରହୁଥିଲେ ହେଁ ଦଶହରା ଓ ଦୀପାବଳି ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଯାଏ। କାରଣ ପାର୍ବଣ ସମୟରେ ଏଠାରେ ସ୍ବତନ୍ତ୍ର ପୂଜାବିଧି ଓ ମେଳାର ଆୟୋଜନ କରାଯାଇଥାଏ। ଏହା ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତା’ଛଡ଼ା ଚାମୁଣ୍ଡେଶ୍ୱରୀ ମନ୍ଦିରକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ମହୀଶୂର ଜଙ୍କ୍‌ସନ ରେଲଓ୍ବେ ଷ୍ଟେଶନ ହେଉଛି ଏଠାକାର ଏକ ପ୍ରମୁଖ ରେଳଷ୍ଟେଶନ, ଯାହା ଚାମୁଣ୍ଡେଶ୍ୱରୀ ମନ୍ଦିରଠାରୁ ମାତ୍ର ୧୩ କି.ମି. ଦୂରରେ ଅବସ୍ଥିତ। ଷ୍ଟେଶନରୁ ଓହ୍ଲାଇ ମନ୍ଦିର ନିକଟକୁ ଯିବା ପାଇଁ ଏଠାରେ ଅଟୋର ସୁବିଧା ବି ରହିଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ମଧ୍ୟ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?