ଚର୍ଚ୍ଚାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ମୃତଦେହ ବ୍ୟବଚ୍ଛେଦ କଲେ ଆୟୁଷ ଡାକ୍ତର

ପରଜଙ୍ଗ, ୨୫।୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ମୃତଦେହ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରିଛନ୍ତି। ଏମ୍‌ବିବିଏସ୍‌ ଡାକ୍ତର ହିଁ ଶବ ବ୍ୟବଚ୍ଛେଦ କରିପାରିବେ ଏବଂ ଏହାର ରିପୋର୍ଟ ମଧ୍ୟ ସେ ହିଁ ପ୍ରସ୍ତୁତ କରିବେ ବୋଲି ନିୟମ ରହିଛି। ହେଲେ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ କରାଯାଇଥିବାବେଳେ ଏବେ କିଏ ଏବଂ କେମିତି ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବେ ତାହାକୁ ନେଇ ସୃଷ୍ଟି ହୋଇଛ ପ୍ରଶ୍ନବାଚୀ।
ପାଣିଗେଙ୍ଗୁଟିଆ ଗ୍ରାମର ଜଣେ ଛାତ୍ରୀ ରବିବାର ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉକ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତି ଅନୁପସ୍ଥିତ ଥିଲେ। ତେଣୁ ଛାତ୍ରୀଙ୍କୁ ମୃତ ଘୋଷଣା କରିବାକୁ ନେଇ ଅଡ଼ୁଆ ବଢ଼ିଥିଲା। କାରଣ କୌଣସି ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ଆୟୁଷ ଡାକ୍ତରଙ୍କ କାର୍ଯ୍ୟ ପରିସର ବାହାରେ। ତେଣୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଆୟୁଷ ଡାକ୍ତର ରଞ୍ଜନା ଗଡ଼ନାୟକ ଏହି କାର୍ଯ୍ୟ କରିବାକୁ ମନା କରିଥିଲେ। ହେଲେ ଏମ୍‌ବିବିଏସ୍‌ ଡାକ୍ତର ଅନୁପସ୍ଥିତ ଥିବାରୁ ପରେ ସେ ଛାତ୍ରୀଙ୍କୁ ମୃତ ଘୋଷଣା ସହ ବ୍ୟବଚ୍ଛେଦ ମଧ୍ୟ କରିଥିଲେ।
ଏ ନେଇ ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ କୁହନ୍ତି, ପାଣିରେ ବୁଡ଼ିଯାଇ କେହି ପ୍ରାଣ ହରାଇଲେ ୪ଲକ୍ଷ ଟଙ୍କା ସରକାରୀ ସହାୟତା ଦେବାକୁ ବ୍ୟବସ୍ଥା ରହିଛି। ଏଥିଲାଗି ବ୍ୟବଚ୍ଛେଦ ରିପୋର୍ଟ ବେଶ୍‌ ଗୁରୁତ୍ୱ ରଖେ। ହେଲେ ଆୟୁଷ ଡାକ୍ତର ବ୍ୟବଚ୍ଛେଦ କରିବା ଏବଂ ଏହାର ରିପୋର୍ଟ ଅନୁପସ୍ଥିତ ଥିବା ଏମ୍‌ବିବିଏସ୍‌ ଡାକ୍ତର କିପରି ଦେବେ ତାହାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଏ ନେଇ ସେ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ଆବଶ୍ୟକ ପଡ଼ିଲେ ଅନଶନରେ ବସିବେ ବୋଲି କହିଛନ୍ତି।
ଡାକ୍ତର ରଞ୍ଜନା ନିଜର ମତାମତରେ କୁହନ୍ତି, ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅନୁପସ୍ଥିତ ଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ସେ ଶବ ବ୍ୟବଚ୍ଛେଦ କରିଥିଲେ। ହେଲେ ଅଥରାଇଜ ନ ଥିବାରୁ ରିପୋର୍ଟ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ କୁହନ୍ତି, ଆୟୁଷ ଡାକ୍ତର ମୃତଦେହ ଦେଖି ଭୟ କରୁଛନ୍ତି। ରବିବାର ଅନ୍ୟ କେହି ଡାକ୍ତର ନ ଥିବାର ଛାତ୍ରୀଙ୍କ ବ୍ୟବଚ୍ଛେଦ କରିବାକୁ ଡାକ୍ତର ରଞ୍ଜନା ଗଡ଼ନାୟକଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ହେଲେ ରିପୋର୍ଟ ଦେବା ତାଙ୍କ ଅଧିକାର ନାହିଁ। ତାଙ୍କଠାରୁ ପଚାରି ବୁଝି ବ୍ୟବଚ୍ଛେଦ ରିପୋର୍ଟ ଦିଆଯିବ। ଏଥିରେ କୌଣସି ସମସ୍ୟା ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri