ଚନ୍ଦକାରେ ହେବ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ହସ୍ପିଟାଲ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ ବିଶ୍ୱସ୍ତରୀୟ ବନ୍ୟଜନ୍ତୁ ଚିକିତ୍ସାଳୟ(ହସ୍ପିଟାଲ) ସ୍ଥାପନ ହେବ। ଭୁବନେଶ୍ୱର ନିକଟସ୍ଥ ଚନ୍ଦକା ଜଙ୍ଗଲରେ ଏହି ବିଶ୍ୱସ୍ତରୀୟ ହସ୍ପିଟାଲ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରାଯିବ। ଶନିବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାତୀ ସଂରକ୍ଷଣ ସମ୍ବନ୍ଧିତ ରାଜ୍ୟସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ହାତୀ ବାସ କରୁଥିବା ସ୍ଥାନ ଓ କରିଡର ଆଦିରେ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକ ମଜୁରିଭିତ୍ତିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମହାନଦୀ ଓ ସମ୍ବଲପୁର ହାତୀ ସଂରକ୍ଷଣ ଜଙ୍ଗଲ ସଘନ ବିକାଶ ଏବଂ ଶିମିଳିପାଳ- ହଦଗଡ଼ ଓ ବରୁଣାଇ- ନୂଆଗାଁ ହାତୀ କରିଡର ଆଦିର ବିକାଶ ପାଇଁ ନିଷ୍ପତ୍ତି ହୋଇଛି। ଗତ ୭ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୧୨ରେ ହାତୀ ସଂଖ୍ୟା ୧୯୩୦ ଏବଂ ୨୦୧୭ରେ ଏହି ସଂଖ୍ୟା ୧୯୭୬କୁ ବୃଦ୍ଧି ପାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଓଡ଼ିଶାରେ ହାତୀ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ନୁହେଁ କ୍ୟାନ୍‌ସରରେ ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ: ବାଗ୍‌ଚୀ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ସଂପୃକ୍ତ ବ୍ୟକ୍ତିଙ୍କ କରୋନାରେ ନୁହେଁ, କ୍ୟାନ୍ସରରେ ମୃତ୍ୟୁ ଘଟିଥିବା କରୋନା...

୬୦ ହଜାର ଟଙ୍କା ପାଇଁ ବନ୍ଧାପଡ଼ିିଲା ମୃତଦେହ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ। ଏହାର ସୁଯୋଗ ନେଇ କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରିବାରେ ଲାଗିପଡ଼ିଛନ୍ତି। ପ୍ରଥମେ ରୋଗୀର ଅବସ୍ଥା...

ରାଜଧାନୀ ରାସ୍ତାରେ ଅଭାବନୀୟ ଦୃଶ୍ୟ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼

ଭୁବନେଶ୍ୱର,୭ା୧୧(ବ୍ୟୁରୋ) ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସପୋର୍ଟ ଅଫିସ ନିକଟରେ ବୁଧବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସର୍ବ ସମ୍ମୁଖରେ ଜଣେ ଯୁବକଙ୍କୁ ହୋଇଛି ଛୁରାମାଡ଼। ଯୁବକ...

ଝାରପଡ଼ା ଜେଲରୁ ବିଦେଶକୁ ଯାଉଥିଲା କଲ୍‌

ଭୁବନେଶ୍ୱର,୨୪ା୫(ବ୍ୟୁରୋ):କଟକଣା ସତ୍ତ୍ୱେ ଝାରପଡା ଜେଲକୁ ବେଆଇନ ମୋବାଇଲ୍‌ ଫୋନ୍‌ ଯାଉଛି। ଯେତେ ଜବତ କଲେ ସେତେ ମିଳୁଛି। ଅଧିକାଂଶ ମୋବାଇଲ୍‌ ଫୋନ୍‌ ଦୁର୍ଦ୍ଦାନ୍ତ ଅପରାଧୀ ଓ...

ଅଭିଯୁକ୍ତଙ୍କୁ ଧରିବାକୁ ଆସି: ମାଡ଼ଖାଇଲେ ଆଇଆଇସି

ଖୁଣ୍ଟୁଣୀ,୨୫।୭(ଡି.ଏନ୍‌.ଏ.): ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅଭିଯୁକ୍ତଙ୍କୁ ସାଦା ପୋଷାକରେ ଗିରଫ କରିବାକୁ ଆସିଥିବା ଜଗତପୁର...

ବିରୋଧୀଙ୍କ ଅଭିଯୋଗ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟ ନୈରାଶ୍ୟଜନକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟର ଅପେକ୍ଷାକୃତ ପଛୁଆ ଅଞ୍ଚଳ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ପରିଷଦ ଗଠନ କରାଯାଇଛି। ହେଲେ ଏହାର କାର୍ଯ୍ୟ ଆଶାନୁରୂପ ନୁହେଁ ବୋଲି...

ବିଜେଡି ବିଧାୟକ ଦଳ ବୈଠକରେ ବଦଳିଲା ସ୍ବର : ତୁଣ୍ଡରେ କେନ୍ଦ୍ର ଅବହେଳାର ଶବ୍ଦ ନାହିଁ

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ସମୟ ବଦଳିବା ସହ ରାଜନୀତିରେ ସ୍ବର ବଦଳିଥାଏ। ବଦଳୁଥିବା ସ୍ବର ନୂଆ ରଣନୀତିର ରୂପ ନିଏ। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟ ରାଜନୀତିରେ ସେପରି...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି।...

Advertisement


Archives

Model This Week