ଚଢା ଦରରେ ବିକ୍ରି ହେଉଛି ୟୁରିଆ: ବସ୍ତା ପ୍ରତି ୨୬୬ ପରିବର୍ତ୍ତେ ନେଉଛନ୍ତି ୩୬୦ ଟଙ୍କା

ନୟାଗଡ଼ ଅଫିସ,୩ା୮: ନୟାଗଡ଼ ବ୍ଲକ ଇଟାମାଟିର ଏକ ସାର ବିକ୍ରୟ କେନ୍ଦ୍ରରୁ ଜଣେ ଚାଷୀ ଶୁକ୍ରବାର ୟୁରିଆ ବସ୍ତା ପିଛା ୩୬୦ ଟଙ୍କାରେ କିଣିଥିଲେ। ଚାଷୀ ଜଣକ ଏତେ ଟଙ୍କା କାହିଁକି ନେଉଛ ବୋଲି ପଚାରିବାରୁ ଦୋକାନୀ ଗାଡ଼ି ଖର୍ଚ୍ଚ ବାବଦକୁ ନିଆଯାଉଛି ବୋଲି କହିଥିଲେ। ଅନ୍ୟ ଉପାୟ ନ ଥିବାରୁ ଚାଷୀ ଜଣକ ସାର କିଣିବାକୁ ବାଧ୍ୟ ହୋଇଥିବା କହିଥିଲେ। କେବଳ ଇଟାମାଟି ନୁହେଁ ଜିଲାର ବିଭିନ୍ନ ସ୍ଥାନରେ ୟୁରିଆ ବସ୍ତା ପିଛା ୩୫୦ରୁ ୩୬୦ ଟଙ୍କାରେ ବିକ୍ରି ହେଉଛି। ସାରା ଦେଶରେ ଏହି ସାର ବସ୍ତାପିଛା ୨୬୬ ଟଙ୍କା ବିକ୍ରି କରିବା ପାଇଁ ନିୟମ ରହିଛି। ହେଲେ ବେପାରୀମାନେ ମନଇଚ୍ଛା ଦରରେ ବିକ୍ରି କରୁଛନ୍ତି। ଅନ୍ୟ ସାର ଠିକ୍‌ ମୂଲ୍ୟରେ ମିଳୁଥିବା ବେଳେ ୟୁରିଆ ଚଢ଼ା ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଜିଲାରେ ସ୍ବଳ୍ପ ବର୍ଷା ସାଙ୍ଗକୁ ଚାଷ ଆରମ୍ଭରୁ ସାର କଳାବଜାର ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସାର କଳାବଜାର ରୋକିବା ପାଇଁ ଚାଷୀମାନେ ଦାବି କରିଛନ୍ତି।
୭ କମ୍ପାନୀ ସହିତ ହୋଇଛି ଚୁକ୍ତି- ଚଳିତବର୍ଷ ନୟାଗଡ଼ ଜିଲାରେ ୧ ଲକ୍ଷ ୩ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ଜିଲାର ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ୭ କମ୍ପାନୀ ସହିତ ଚୁକ୍ତି କରାଯାଇଛି। ସେଗୁଡିକ ହେଲା ସିଆଇଏଲ୍‌, ଜିଏସ୍‌ଏଫ୍‌ସି, ଇଫ୍‌କୋ, ଆଇପିଏଲ୍‌, ଏନ୍‌ଏଫ୍‌ସିଏଲ୍‌, ଏନ୍‌ଏଫ୍‌ଏଲ୍‌ ଓ ପିପିଏଲ୍‌। ସାର ବିକ୍ରୟ ପାଇଁ ୧୧ଟି ଘରୋଇ ହୋଲସେଲର କାଉଣ୍ଟର ଓ ୨୪୮ଟି ରିଟେଲର କାଉଣ୍ଟର ରହିଛି। ସେହିଭଳି ୯୭ଟି ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୟୁରିଆ, ଏନ୍‌ପିକେ, ଡିଏପି, ଗ୍ରୋମୋର ଆଦି ସାର ବିକ୍ରୟ କରାଯାଉଛି। କଳାବଜାର ସହ ଚାଷୀମାନେ ଯେପରି ସାର ପାଇବାରେ ଅସୁବିଧା ନ ଭୋଗନ୍ତି ସେଥିପ୍ରତି ସମବାୟ ସଂସ୍ଥାଗୁଡ଼ିକ ନଜର ରଖିବାକୁ କୁହାଯାଇଛି। ମାତ୍ର ଜିଲାରେ ଥିବା ସମବାୟ ସଂସ୍ଥା ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଜିଲାରେ ମୋଟ ୫ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୩ ହଜାର ମେଟ୍ରିକ୍‌ ଟନ୍‌ ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ସାର ଆବଶ୍ୟକତା ଅନୁସାରେ ମହଜୁଦ ରହିଛି। ସାର ଚଢ଼ା ଦରରେ ବିକ୍ରି ହେବା ନେଇ ଦାୟିତ୍ୱରେ ଥିବା ନୟାଗଡ ଡିଡିଏ ଲକ୍ଷ୍ମୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ କହନ୍ତି, ଯେଉଁମାନେ ସାର କଳାବଜାର କରୁଥିବେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
କାହିଁକି ଚଢ଼ା ଦରରେ ବିକ୍ରୟ ହେଉଛି ସାର- ୟୁରିଆ ବସ୍ତା ପିଛା ୨୬୬ ଟଙ୍କାରେ ବିକ୍ରୟ ହେବା କଥା। ପ୍ୟାକେଟରେ ମଧ୍ୟ ଏହି ଦାମ୍‌ ଉଲ୍ଲେଖ ରହିଛି। ଜିଲାରେ ସାର ମହଜୁଦ ରଖିବା ପାଇଁ ବିଭିନ୍ନ କମ୍ପାନୀର ର଼୍ୟାକ ପଏଣ୍ଟ ନ ଥିବାରୁ ସରକାରୀ ଓ ବେସରକାରୀ ଡିଲରମାନେ ବ୍ରହ୍ମପୁର ଓ କଟକ ଗୋଦାମରୁ ଆଣୁଛନ୍ତି। ଫଳରେ ପରିବହନ ବାବଦକୁ ସାର ବସ୍ତା ପିଛା ୨୦ ଟଙ୍କା ଖର୍ଚ୍ଚ ହେଉଛି। ଏହା ପରେ ଜିଲାର ଅନ୍ୟ ବ୍ଲକକୁ ପରିବହନ ହେବା ଦ୍ୱାରା ଆଉ ୨୦ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। ଏହିଭଳି ସାର ବସ୍ତା ପିଛା ୩୦୬ ଟଙ୍କା ପଡ଼ୁଛି। ବେପାରୀମାନେ ୨୦ଟଙ୍କା ଲାଭ ରଖି ବିକୟ କରିବା କଥା। ମାତ୍ର ତାହା ନ କରି କେଉଁଠି ୩୫୦ ତ ଆଉ କେଉଁଠି ୩୬୦ ଟଙ୍କାରେ ବିକ୍ରୟ କରୁଛନ୍ତି। ଏପରି କି ଦୋକାନୀମାନେ ମଧ୍ୟ ଚାଷୀମାନଙ୍କୁ ରସିଦ୍‌ ଦେଉନାହାନ୍ତି। କାରଣ ରସିଦ୍‌ ଦେଲେ ସେମାନଙ୍କୁ ୨୬୬ ଟଙ୍କାର ଦେବାକୁ ପଡ଼ିବ।
୯୭ ପ୍ୟାକ୍ସ କରିନାହାନ୍ତି ଲାଇସେନ୍ସ- ନୟାଗଡ଼ ଜିଲାରେ ଥିବା ୧୪୭ ପ୍ୟାକ୍ସରୁ ୯୭ଟି ସାର ବିକ୍ରୟ ପାଇଁ ଲାଇସେନ୍ସ କରିନାହାନ୍ତି। ବାକି ୫୦ଟି ସମିତି ଲାଇସେନ୍ସ କରିଛନ୍ତି। ଉକ୍ତ ୯୭ ସେବା ସମବାୟ ସମିତିରୁ ଅଧିକାଂଶଙ୍କ ଗୋଦାମ ଘର ନ ଥିବା ଓ କିଛି ସମିତି ଭଙ୍ଗା ଘରେ ଚାଲୁଥିବାରୁ ସେମାନେ ସାର ବିକ୍ରୟ ପାଇଁ ଲାଇସେନ୍ସ କରି ନ ଥିବା ଜଣାପଡ଼ିଛି। ସମିତି ସମ୍ପାଦକମାନେ ଲାଇସେନ୍ସ କରି ନ ଥିବାରୁ ଘରୋଇ ଲାଇସେନ୍ସପ୍ରାପ୍ତ ଦେକାନୀମାନେ ମନଇଚ୍ଛା ଚଢ଼ା ଦରରେ ସାର ବିକ୍ରୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri