ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର ଜମେ। ୫ ଦିନ ଧରି ଚାଲେ ଏହି ପର୍ବ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୁଅନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବକ୍ଲର ବୋଡକ ଗାଁରେ ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁ ରହିବ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ। କେବଳ ଏହି ୨ ସମ୍ପ୍ରଦାୟ ନୁହେଁ ଏଠାରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ପର୍ବରେ ନିଜକୁ ସାମିଲ କରି ଭାଇଚାରାର ସମ୍ପର୍କ ବଜାୟ ରଖିଛନ୍ତି।

ଉତ୍ସବର ପ୍ରଥମ ଦିନରେ ବ୍ୟବହୃତ ଡଙ୍ଗା, ଜାଲ, ଢିଙ୍କି ଆଦି ପୂଜା ମଣ୍ଡପରେ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା। ପର୍ବରେ ଏହି ଗାଁର ବିଶେଷ ଆକର୍ଷଣ ହେଲା ଘୋଡ଼ାନାଚ। ଚଇତି ଘୋଡ଼ାନାଚରେ ଗାଁ ଦାଣ୍ଡ ଦୁଲୁକୁଛି। ପରବ ସମୟରେ ଏକ କାଠଘୋଡ଼ାକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରେ ରଖାଯାଇଥିଲା। ସକାଳେ ଓ ସନ୍ଧ୍ୟାରେ ଘୋଡ଼ାନାଚ ପରିବେଷଣ କରାଯାଉଛି। ପୁରୁଷ ପୁରୁଷ ଧରି ଏହି ଘୋଡ଼ାନାଚ ପରମ୍ପରା ଗାଁ ଐତିହ୍ୟ ଓ ପ୍ରଥାର ପ୍ରଚାର କରୁଛି। ଘୋଡ଼ାନାଚ ଦେଖିବା ପାଇଁ ଆଖପାଖ ଗାଁରୁ ଶହ ଶହ ଦର୍ଶକଙ୍କ ଭିଡ଼ ଜମୁଛି। ଘଣ୍ଟା ଘଣ୍ଟା ଧରି ଚାଲୁଛି ଏହି ନାଚ।ଗାଁ ସେହିପରି ରାତିରେ ପାଲାର ଆୟୋଜନ କରାଯାଇଛି। ବିଭିନ୍ନ ସୁନାମଧନ୍ୟ ଗାୟକଙ୍କ କଣ୍ଠନିସୃତ ପାଲା ଗୀତ ଶୁଣିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି ଏହି ଗାଁକୁ।  ଏ ସମ୍ପର୍କରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ବାଟୁ ମାଝି କହନ୍ତି, ପିଲାବେଳୁ ଘୋଡାନାଚ ଦେଖି ଆସୁଛି। ଏବେବି ଚାଲିଛି। ଫରକ ଏତିକି ଏବେକାର ପିଲାମାନେ ଆଉ ଘୋଡ଼ା ନେଇ ଗାଁ ଗାଁ ବୁଲୁ ନାହାନ୍ତି। ଗାଁର ଘୋଡ଼ାନାଚ ପରମ୍ପରା କୈବର୍ତ୍ତମାନଙ୍କ ପରିଚୟ ବୋଲି ଗାଁର ଧ୍ରୁବଚରଣ ବେହେରା କହିଛନ୍ତି। ଘୋଡ଼ାନାଚ ଗୀତ ବେଳେ ଦର୍ଶକଙ୍କ ପାଦ ଆପେ ଆପେ ହଲିଥାଏ। ଚଇତି ପୁନେଇ ଆସିଲେ ଗାଁର ସମସ୍ତ ଜନସାଧାରଣ ଆନନ୍ଦରେ ଘୋଡାନାଚ ଉପଭୋଗ କରନ୍ତି। ଏହି ପରମ୍ପରା ଗାଁର ଗର୍ବ ଓ ଗୌରବ ବୋଲି ଯୁବକ ସୁଶାନ୍ତ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଚରଣ, ଉଚ୍ଚାରଣ ପ୍ରତି ସଚେତନ ରହିବା ଜରୁରୀ

ଜଳେଶ୍ୱର, ୩।୨(ସ୍ବ.ପ୍ର.)-ଓଡ଼ିଶାର ଉପାନ୍ତ ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆମ୍ବଳିଅଠା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ଜଳେଶ୍ୱର ବିଇଓ...

ଅସହାୟଙ୍କୁ ରାଶନ ସାମଗ୍ରୀ ଦେଲେ ସରପଞ୍ଚ

ରୂପ୍‌ସା, ୨୯।୩(ଡି.ଏନ.ଏ.)-ଦେଶବ୍ୟାପୀ କରୋନା କଟକଣା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଭିକ୍ଷା ବୃତ୍ତି କରି ଚଳୁଥିବା ଅସହାୟମାନଙ୍କ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବାଲେଶ୍ୱର ସଦର...

ଭୋଗରାଇ କଲେଜରେ ତାଲା

ଭୋଗରାଇ, ୧୮।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ର୍ରତିଷ୍ଠାନ (ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନେ ନାଟ୍ୟ ସଂସଦ ବାର୍ଷିକ ଉତ୍ସବରେ ଓଲିଉଡ଼ର ନାମୀଦାମୀ ଷ୍ଟାର ଏବଂ...

‘ଜିଲାରେ ହେଉ କୋଭିଡ୍‌ ପରୀକ୍ଷଣ କେନ୍ଦ୍ର’

ବାଲେଶ୍ୱର ଅଫିସ, ୪।୫: ରାଜ୍ୟର ୩ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ କରୋନା ହଟ୍‌ସ୍ପଟ ଘୋଷଣା କରାଯାଇଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁ...

ଢାବାରେ ନାବାଳକଙ୍କ ମୃତ୍ୟୁ ନେଇ ଲଙ୍କାକାଣ୍ଡ : ପୋଲିସକୁ ଗୋଡ଼େଇ ପିଟିଲେ ଲୋକେ

ବାଲିଆପାଳ,୨୬।୭(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଇଡକୋ ଛକସ୍ଥିତ ରାଜଧାନୀ ଢାବାରେ କାମ କରୁଥିବା ଜଣେ ୧୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯିବା ଅଭିଯୋଗ ନେଇ ସାରା ଅଞ୍ଚଳ...

୩୦ହଜାର ଟଙ୍କାରେ ୧୫ଦିନର ଶିଶୁ ବିକ୍ରି

ସୋର,୪।୧୨(ଡି.ଏନ୍‌.ଏ.):  ବାଲେଶ୍ୱର ଜିଲା ସୋର ମ୍ୟୁନିସିପାଲିଟି ଅଞ୍ଚଳରେ ୩୦ହଜାର ଟଙ୍କାରେ ଏକ ନବଜାତ ଶିଶୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ଚାଇଲ୍ଡଲାଇନ ପକ୍ଷରୁ ଚଢ଼ାଉ...

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।...

ଗାଡ଼ି ଚଢ଼ିଗଲା: ଜଣେ ମୃତ, ୨ ଗୁରୁତର

ଧାମନଗର, ୧୦।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ରାସ୍ତାରେ ରବିବାର ସନ୍ଧ୍ୟାରେ ଗାଡ଼ି ଚଢ଼ିଯିବାରୁ ଜଣେ ଯୁବକଙ୍କର...

Advertisement
Archives

Model This Week