ଚଇତି ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୨୦।୪ (ଡି.ଏନ.ଏ.)- ଚଇତି ପୁନେଇ ଆସିଲେ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ଉଲ୍ଲସିତ ହୋଇଉଠନ୍ତି। ଘରେ ଘରେ ଝୋଟି ପଡ଼ିବା ସହ ପିଠାପଣାର ଆସର ଜମେ। ୫ ଦିନ ଧରି ଚାଲେ ଏହି ପର୍ବ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ ହୁଅନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବକ୍ଲର ବୋଡକ ଗାଁରେ ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁ ରହିବ ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ। କେବଳ ଏହି ୨ ସମ୍ପ୍ରଦାୟ ନୁହେଁ ଏଠାରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ପର୍ବରେ ନିଜକୁ ସାମିଲ କରି ଭାଇଚାରାର ସମ୍ପର୍କ ବଜାୟ ରଖିଛନ୍ତି।

ଉତ୍ସବର ପ୍ରଥମ ଦିନରେ ବ୍ୟବହୃତ ଡଙ୍ଗା, ଜାଲ, ଢିଙ୍କି ଆଦି ପୂଜା ମଣ୍ଡପରେ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା। ପର୍ବରେ ଏହି ଗାଁର ବିଶେଷ ଆକର୍ଷଣ ହେଲା ଘୋଡ଼ାନାଚ। ଚଇତି ଘୋଡ଼ାନାଚରେ ଗାଁ ଦାଣ୍ଡ ଦୁଲୁକୁଛି। ପରବ ସମୟରେ ଏକ କାଠଘୋଡ଼ାକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରେ ରଖାଯାଇଥିଲା। ସକାଳେ ଓ ସନ୍ଧ୍ୟାରେ ଘୋଡ଼ାନାଚ ପରିବେଷଣ କରାଯାଉଛି। ପୁରୁଷ ପୁରୁଷ ଧରି ଏହି ଘୋଡ଼ାନାଚ ପରମ୍ପରା ଗାଁ ଐତିହ୍ୟ ଓ ପ୍ରଥାର ପ୍ରଚାର କରୁଛି। ଘୋଡ଼ାନାଚ ଦେଖିବା ପାଇଁ ଆଖପାଖ ଗାଁରୁ ଶହ ଶହ ଦର୍ଶକଙ୍କ ଭିଡ଼ ଜମୁଛି। ଘଣ୍ଟା ଘଣ୍ଟା ଧରି ଚାଲୁଛି ଏହି ନାଚ।ଗାଁ ସେହିପରି ରାତିରେ ପାଲାର ଆୟୋଜନ କରାଯାଇଛି। ବିଭିନ୍ନ ସୁନାମଧନ୍ୟ ଗାୟକଙ୍କ କଣ୍ଠନିସୃତ ପାଲା ଗୀତ ଶୁଣିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି ଏହି ଗାଁକୁ।  ଏ ସମ୍ପର୍କରେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ବାଟୁ ମାଝି କହନ୍ତି, ପିଲାବେଳୁ ଘୋଡାନାଚ ଦେଖି ଆସୁଛି। ଏବେବି ଚାଲିଛି। ଫରକ ଏତିକି ଏବେକାର ପିଲାମାନେ ଆଉ ଘୋଡ଼ା ନେଇ ଗାଁ ଗାଁ ବୁଲୁ ନାହାନ୍ତି। ଗାଁର ଘୋଡ଼ାନାଚ ପରମ୍ପରା କୈବର୍ତ୍ତମାନଙ୍କ ପରିଚୟ ବୋଲି ଗାଁର ଧ୍ରୁବଚରଣ ବେହେରା କହିଛନ୍ତି। ଘୋଡ଼ାନାଚ ଗୀତ ବେଳେ ଦର୍ଶକଙ୍କ ପାଦ ଆପେ ଆପେ ହଲିଥାଏ। ଚଇତି ପୁନେଇ ଆସିଲେ ଗାଁର ସମସ୍ତ ଜନସାଧାରଣ ଆନନ୍ଦରେ ଘୋଡାନାଚ ଉପଭୋଗ କରନ୍ତି। ଏହି ପରମ୍ପରା ଗାଁର ଗର୍ବ ଓ ଗୌରବ ବୋଲି ଯୁବକ ସୁଶାନ୍ତ ମାଝି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?