Posted inରାଜ୍ୟ

ଘୋଷଯାତ୍ରା: ଦେଢ଼ଘଣ୍ଟା ବିଳମ୍ବରେ ହେଲା ରଥ ଟଣା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ରଣପୁର,୫|୭(ସ୍ବ.ପ୍ର.)-ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲା ରଣପୁରରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ୩ ରଥ ପ୍ରତିଷ୍ଠା କରାଯିବା ପରେ ପ୍ରାୟ ଦେଢ଼ଘଣ୍ଟା ବିଳମ୍ବରେ ବାଜି ଥିଲା ବିଜେ କାହାଳୀ । ହୁଳହୁଳି, ଘଣ୍ଟା ନାଦରେ ଅପରାହ୍ନ ୨ ଟାରେ ଆରମ୍ଭ ହୋଇଥିଲା ଠାକୁରମାନଙ୍କ ପହଣ୍ଡି ବିଜେ। ଯାତ୍ରା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ସେବାୟତଙ୍କ ଦ୍ୱାରା ଠାକୁରମାନଙ୍କ ନୀତିକାନ୍ତିିରେ ଡେରି ଯୋଗୁ ଦେବୋତ୍ତର ବିଭାଗ ତରଫରୁ ପ୍ରକାଶିତ କାର୍ଯ୍ୟସୂଚୀଠାରୁ ଦେଢ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ସାଢେ ୫ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପହଣ୍ଡି ବିଜେ ପରେ ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂଦେଓ ମନ୍ତ୍ରୀ, ସେନାପତିଙ୍କ ସହିତ ରାଜ ଉଆସରୁ ପାଲିଙ୍କିରେ ଆସି ତିନି ରଥରେ ଛେରାପହଁରା କରିଥିଲେ । ଅପରାହ୍ନ ୪ଟାରେ ଛେରାପହଁରା ପରେ ୫ ଟାରେ ତାଳଧ୍ୱଜ ରଥର ଚାର ଖୋଲା ଯାଇ ମାଳ ଘୋଡା ଲାଗି ହୋଇଥିଲା । ପ୍ରଥମେ ବଡ ଠାକୁରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣି ନେଇ ମାଉସୀ ମା’ ମନ୍ଦିର ନିକଟ ରଥ ଖଳାରେ ଲଗାଇଥିଲେ । ସନ୍ଧ୍ୟା ହୋଇଯିବାରୁ ପ୍ରଶାସନ ତରଫରୁ ରଥ ଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା । ରାତିରେ ଠାକୁରମାନଙ୍କୁ ପହଣ୍ଡି ବିଜେ କରାଯାଇ ମାଉସୀ ମା’ ମନ୍ଦିରକୁ ବିଜେ କରାଯିବ। ଯାତ୍ରାବେଳେ ନୟାଗଡ଼ ଅତିରିକ୍ତ ଏସ୍‌ପି ଦିଲୀପ କୁମାର ସାହାଣୀ, ଇଟାମାଟି ଥାନା ଅଧିକାରୀ ଶରତ କୁମାର ପାତ୍ର, ରଣପୁର ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଆଇନଶୃଙ୍ଖଳା ତଦାରଖ କରିଥିଲେ। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରଥ ଟାଣି ଥିଲେ । ପ୍ରତିବର୍ଷ ରଥ ଯାତ୍ରାରେ ରଥ କାର୍ଯ୍ୟରେ ନିୟୋଜିତ ସମସ୍ତ ମହାରଣା, ବଢେଇ, ସୁଆଁସିଆ ଆଦି ସେବକମାନଙ୍କୁ ଦେବୋତ୍ତର ବିଭାଗ ତରଫରୁ ଉପଢୌକନ ପ୍ରଦାନପୂର୍ବକ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ସମ୍ମାନିତ କରାଯାଏ । ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ । ତେବେ ଚଳିତ ବର୍ଷ ପରମ୍ପରା ଭାଙ୍ଗି ପୂର୍ବତନ ବିଧାୟିକା ସୁରମା ପାଢୀ ଓ ରବି ମହାପାତ୍ରଙ୍କୁ ରଥ ଉପରେ ଦେବୋତ୍ତର ବିଭାଗ ତରଫରୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ହେଲେ ରଣପୁରରେ ୫ ଥର ବିଧାୟକ, ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଥିବା ରମାକାନ୍ତ ମିଶ୍ରଙ୍କୁ ନିମନ୍ତ୍ରଣ କିମ୍ବା ସମ୍ମାନିତ କରାଯାଇ ନ ଥିଲା। ଏ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାବ୍ୟତୀତ ଦେବୋତ୍ତର ବିଭାଗ ଓ ପୋଲିସ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ପରିଲକ୍ଷିତ ହୋଇଥିତ୍ବା କେତେଜଣ ଅଭିଯେଗ କରିଥିଲେ। ଉଲ୍ଲେଖଯୋଗ୍ୟ ତାଳଧ୍ୱଜ ରଥ ମାଉସୀ ମା’ରଥ ଖଳାଠାରୁ କିଛି ଦୂରରେ ଅଟକି ରହିଥିଲା । କାରଣ କେହି ଜଣେ ରଥଖଳାରେ ଲକ୍‌ କରି କାର୍‌ଟିକୁ ରଖିଦେଇଥିଲେ। ତେବେ ପାର୍କିଂ କରିଥିବା ବ୍ୟକ୍ତି ଜଣଙ୍କର ସନ୍ଧାନ ନ ମିଳିବାରୁ କିଛି ଯୁବକ କାର୍‌ଟିକୁ ବାଧ୍ୟ ହୋଇ ଥାନାରେ ରଖି ଦେଇଥିଲେ। ଏଭଳି ଘଟଣା ସାଧାରଣରେ ହାସ୍ୟାଷ୍ପଦ ଓ ଅସନ୍ତୋଷ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି କରୋନା ଗ୍ରାଫ୍‌ : ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଫେରିବା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଏହାକୁ ମାାନିଲେ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ। ବହୁତ ଅଳ୍ପ...

ପୁଅକୁ ତଣ୍ଟି ଚିପି ହତ୍ୟା: ହସ୍ପିଟାଲରେ ଗଲା ମା’ଙ୍କ ଜୀବନ

ଆନନ୍ଦପୁର,୧୫।୭ : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଜଗନ୍ନାଥପୁର ଗ୍ରାମର ବିଶ୍ୱଜିତ୍‌ ପ୍ରଧାନଙ୍କ ସ୍ତ୍ରୀ ମୋନାଲିସା ଗତ ମଙ୍ଗଳବାର ନିଜ ୫ ବର୍ଷର...

ବିକାଶଠାରୁ ବହୁ ଦୂରରେ ଝରକାଢ଼ି ସାନ୍ତାଳିପଡ଼ା

ମହାକାଳପଡ଼ା,୧୧।୧୨ (ଡି.ଏନ.ଏ.): ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଖରିନାସୀ ପଞ୍ଚାୟତର ଏକ ନମ୍ବର ୱାର୍ଡର ଝରକାଢ଼ି ସାନ୍ତାଳିପଡ଼ା।...

ଘରେ ରହି ନୂଆବର୍ଷ ସ୍ବାଗତ କରିବାକୁ ପରାମର୍ଶ

ଛତ୍ରପୁର,୩୧ା୧୨(ଡି.ଏନ୍‌.ଏ.)-ଘରେ ନିଜ ପରିବାର ସହ ରହି ନୂଆବର୍ଷର ପ୍ରଥମ ଦିନକୁ ସ୍ବାଗତ କରିବାକୁ ଗଞ୍ଜାମ ଜିଲାବାସୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି। ଏକ...

ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୮ା୨(ଡି.ଏନ୍‌.ଏ.): ଆସନ୍ତା ୧୮ ତାରିଖରେ ମହାଶିବରାତ୍ରି। ଏହି ପରିପ୍ରେକ୍ଷୀରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଆଡ଼ମ୍ବରରେ ପାଳନ...

କାର୍ଯ୍ୟକ୍ଷମ ହେଉନି ଓଭରହେଡ୍‌ ପାଣିଟାଙ୍କି

ଧାମନଗର,୧୫।୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକଙ୍କ ଘରକୁ ସିଧାସଳଖ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ଓଭରହେଡ୍‌ ପାଣିଟାଙ୍କି...

କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରଘଟ ମାମଲା: ପରିବାର ଅନୁମତି ନେଇ ନାଁ ସାର୍ବଜନୀନ କରିହେବ

କଟକ ଅଫିସ,୧୭।୭: କରୋନା ଆକ୍ରାନ୍ତଙ୍କ ନାମ ପ୍ରଘଟ ଉପରେ କଟକଣା ଜାରି କରିବା ପାଇଁ ରୁଜୁ ହୋଇଥିବା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରିବାର...

ଲିଜ୍‌ଧାରୀଙ୍କୁ ସୁରକ୍ଷା, ଲୋକେ ଦୋଷୀ

ଯାଜପୁର ଅଫିସ,୧୫ା୭: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ କଳାପଥର ଖାଦାନ ପରେ ଏବେ ବ୍ରାହ୍ମଣୀ ନଦୀର ରାଇଚନ୍ଦା ବାଲିଘାଟରୁ ବିପୁଳ ବାଲି ଲୁଟର...

Advertisement
Archives

Model This Week