ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶୁକ୍ରବାର ପବିତ୍ର ଜାଗର ଲାଗି ରାଜଧାନୀ ଚଳଚଞ୍ଚଳ ଥିବାବେଳେ ଇନ୍ଫୋସିଟି ଥାନା ଅଧୀନ ସିପେଟ୍ ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳର ଚିନ୍ମୟ କୁମାର ସ୍ବାଇଁ (୩୧)। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେମାନଙ୍କୁ ନ ଜଣାଇ ବ୍ୟବଚ୍ଛେଦ କରାଯିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣି ପରିବାର ଲୋକେ ହୋହଲ୍ଲା କରିଥିଲେ। ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିିଥିଲା। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଚିନ୍ମୟ ରାଜଧାନୀର ଏକ କନ୍ଷ୍ଟ୍ରକ୍ଶନ୍ କମ୍ପାନୀରେ କାମ କରୁଥିଲେ। ସିପେଟ ନିକଟରେ ଥିବା ଏକ ଘରେ ସେ ଅନ୍ୟ ଜଣେ ଯୁବକଙ୍କ ସହ ଏକାଠି ରହୁଥିଲେ। ଶୁକ୍ରବାର ଚିନ୍ମୟ ଓ ତାଙ୍କ ସାଙ୍ଗ ଉକ୍ତ ଘରେ କବାଟ ଭିତରୁ ବନ୍ଦ କରି ଶୋଇଥିଲେ। ତେବେ ବେକରେ ତାର ବନ୍ଧା ଅବସ୍ଥାରେ ଚିନ୍ମୟ ଝୁଲୁଥିବା ଦେଖିବାକୁ ମିଳିଥିଲା। ଚିନ୍ମୟଙ୍କ ସାଙ୍ଗ ଶୋଇଥିବାବେଳେ ବାହାରପଟୁ ଅନ୍ୟ ଜଣେ ବ୍ୟକ୍ତି ଝରକାରେ ଏହା ଦେଖି କବାଟ ବାଡ଼େଇଥିଲେ। ହେଲେ ଚିନ୍ମୟଙ୍କ ସାଙ୍ଗ ଉଠି ନ ଥିଲେ। ଶେଷରେ କବାଟ ଭଙ୍ଗାଯାଇ ଚିନ୍ମୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚିନ୍ମୟଙ୍କ ସାଙ୍ଗଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଛି। ଜଣେ ବ୍ୟକ୍ତି ଶୋଇଥିବାବେଳେ ଅନ୍ୟ ଜଣେ କିପରି ଆତ୍ମହତ୍ୟା କଲେ ଅଥଚ ସେ ଜାଣି ପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଏ ନେଇ ପୋଲିସ ଚିନ୍ମୟଙ୍କ ସେହି ସାଙ୍ଗଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ ସମ୍ପୃକ୍ତ ସାଙ୍ଗ କହିଛନ୍ତି ଯେ, ଉଭୟ ଭାଙ୍ଗପଣା ପିଇ ଶୋଇଥିଲୁ। ମୋତେ ନିଦ ହୋଇଯାଇଥିବାରୁ କ’ଣ ହୋଇଛି ମୁଁ ଜାଣିନାହିଁ। ମୋତେ ଅନ୍ୟ ଜଣେ ପାଣି ପକାଇ ଉଠାଇବା ପରେ ଚିନ୍ମୟ ବେକରେ ତାର ଲଗାଇ ଝୁଲୁଥିବା ଦେଖିବାକୁ ପାଇଲି। କ’ଣ ପାଇଁ ସେ ଏଭଳି କରିଛନ୍ତି ମୁଁ କିଛି ଜାଣିନାହିଁ। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, ତଦନ୍ତ ଚାଲିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

