ଘରୋଇ ହିଂସା ରୋକିବାକୁ ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୧୬ା୪ (ବ୍ୟୁରୋ): ଲକ୍‌ଡାଉନ୍‌ ବେଳେ ମହିଳାଙ୍କ ଉପରେ ଘରୋଇ ହିଂସା ବଢୁଥିବା ତଥ୍ୟ ସମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛିନ୍ତି। ଅଭ୍ୟାସଗତ ଅପରାଧୀ ଓ ଘରୋଇ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଛି ଏକ ହେଲ୍ପ ଲାଇନ୍‌ ନମ୍ବର। ନିର୍ଯାତନାର ଶିକାର ହୋଇଥିବା ମହିଳା ଘରେ ଥାଇ ହ୍ବାଟ୍‌ସଆପ ନମ୍ବର(୭୨୦୫୦୦୬୦୩୯)ରେ ଅଭିଯୋଗ କରିପାରିବେ। କେବଳ କୌଣସି ଘରୋଇ ହିଂସା ଘଟିଲେ ହିଁ ଏହି ନମ୍ବରରେ ଅଭିଯୋଗ କରିହେବ ବୋଲି ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାଛଡ଼ା ଆଉ ଏକ ହେଲ୍ପ ଲାଇନ୍‌ ନମ୍ବର-୧୮୧ ମଧ୍ୟ ରହିଛି।
ଲକ୍‌ଡାଉନ୍‌ ଯୋଗୁ ସମସ୍ତେ ଏବେ ଘର ଭିତରେ ରହୁଛନ୍ତି। ଫଳରେ ଘରୋଇ ହିଂସା ବଢ଼ିବାର ଦେଖାଯାଉଛି। କଟକଣା ଯୋଗୁ ଥାନାକୁ ଅଭିଯୋଗ ପାଇଁ ଯିବାରେ ସମସ୍ୟା ହେଉଛି। ଏପରିସ୍ଥଳେ ଉପରୋକ୍ତ ନମ୍ବର ଯୋଗେ ମହିଳାମାନେ ଅଭିଯୋଗ କରିପାରିବେ। ଏହି ନମ୍ବରରେ ମଧ୍ୟ ହିଂସା ସମ୍ପର୍କିତ କୌଣସି ଭିଡିଓ କିମ୍ବା ଫଟୋ ଥିଲେ ପଠାଇ ପାରିବେ ଯାହାକି, ଆଗାମୀ କାର୍ଯ୍ୟାନୁଷ୍ଠାନ ପ୍ର୍ରକ୍ରିୟାରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ଦିନ ସ୍ଥିତି ଗମ୍ଭୀର: ଭୁବନେଶ୍ୱରରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ କରୋନା ସ୍ଥିତି ଗମ୍ଭୀର। ଫଳରେ ରାଜଧାନୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ବ୍ୟବହାର ପାଇଁ ଡାକ୍ତରୀ ପରାମର୍ଶ ଜରୁରୀ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କୋଭିଡ୍‌-୧୯ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ (ଏଚ୍‌ସିକ୍ୟୁ) ପରି ଔଷଧ ବାବଦରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଙ୍କ ବିନା ପରାମର୍ଶରେ ଏହି ଔଷଧ...

ଆଶାବାଡ଼ି ଭରସାରେ ବିଚିତ୍ର

ରାଜକନିକା,୨୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ର ବିଚିତ୍ର ଜେନା(୩୫) କିଛିବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଶାବାଡ଼ିକୁ...

ବସ୍‌ଉଠ, ମାଡ଼ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଉଲ୍ଲଂଘନକାରୀଙ୍କୁ ପୋଲିସ ପିଟିବା ସହ ବସ୍‌ଉଠ କରି ଦଣ୍ଡ ଦେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଏବେ ଜାତୀୟ ମାନବାଧିକାର...

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨...

ଜାନୁୟାରୀ ୨ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର,୨୦ା୧୨(ଡି.ଏନ.ଏ.): କୁମ୍ଭୀର ଗଣନା ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ୧୦ ଦିନ ବନ୍ଦ ରହିବ। ୨୦୨୨ ଜାନୁୟାରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା...

ଦୈନିକ ସଂକ୍ରମଣ ଉପର ମୁହାଁ…

ନୂଆଦିଲ୍ଲୀ, ୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ...

ବାଲି ମାଫିଆଙ୍କ ଆତଙ୍କରାଜ୍‌ ଆର୍‌ଆଇ, ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ

ଭଣ୍ଡାରିପୋଖରୀ, ୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ...

Advertisement
Archives

Model This Week