ଘରୋଇ ସଙ୍ଗରୋଧରେ ଥିବା ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ, ମୋବାଇଲ ଫୋନ ଜବତ

ବ୍ରହ୍ମପୁର ଅଫିସ,୧୯ା୬- ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ପଛପଟେ ଲିଙ୍ଗରାଜ ନଗରରେ ଥିବା ଏକ ଆପାର୍ଟମେଣ୍ଟରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ଯୁବକ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ହାର୍ଦ୍ଦିକ ପଟ୍ଟନାୟକ (୨୩)। ଯୁବକ ଜଣଙ୍କ ବେକରେ ଏକ ବେଡ଼ଶିଟ ଲଗାଇ ବେଡ଼ରୁମ ଭିତରେ ଥିବା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ କହିଛି। ମୃତଦେହ ଜବତ କରି ନଂ. ୨୭୫/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଯୁବକଙ୍କ ଆତ୍ମହତ୍ୟା ପଛର କାରଣ ଜଣାପଡି ନ ଥିବା ବେଳେ ପୋଲିସ ତାଙ୍କ ମୋବାଇଲ ଫୋନ ନମ୍ବର ଜବତ କରି ତଦନ୍ତ ଚଳାଇଛି। ଯୁବକ ଜଣଙ୍କ ଘରେ ସଙ୍ଗରୋଧରେ ଥିବା ବେଳେ ସେ ବୁଧବାର ରାତିରେ ଘର ବାହାରକୁ କାହିଁକି ଯାଇଥିଲେ ଏବଂ ରାତ୍ର ଭୋଜନ କେଉଁଠି ଓ କାହା ସହିତ କରିଥିଲେ ସେ ନେଇ ପୋଲିସ ଅନୁସନ୍ଧାନ କରୁଛି ବୋଲି କହିଛି। ପ୍ରକାଶ ଯେ, ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ଶାଶ୍ୱତ ପଟ୍ଟନାୟକ ଓ ସ୍ତ୍ରୀ ସୁଧାଂଶୁବାଳା ପଟ୍ଟନାୟକଙ୍କ ଏକ ମାତ୍ର ପୁଅ ହାର୍ଦ୍ଦିକ। ସେ ବି-ଟେକ୍‌ ପାସ କରିବା ପରେ ବାଙ୍ଗାଲୋରରେ ଏକ କମ୍ପାନୀରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାମ କରୁଥିଲେ। ସେ ଲକ୍‌ଡାଉନ୍‌ ଯୋଗୁ ବାଙ୍ଗାଲୋରରେ ଫସି ରହିଥିଲେ। ନିୟମ କୋହଳ ହେବା ପରେ ଗତ ୯ ତାରିଖରେ ବ୍ରହ୍ମପୁର ଫେରି ନିଜ ଘରେ ସଙ୍ଗରୋଧରେ ରହୁଥିଲେ। ଗୁରୁବାର ସକାଳେ ହାର୍ଦ୍ଦିିକ ନିଜ ବେଡ଼ ରୁମ୍‌ ଫ୍ୟାନରେ ଝୁଲୁଥିବା ପ୍ରଥମେ ତାଙ୍କ ମା’ ଦେଖିବାକୁ ପାଇଥିଲେ। ପରେ ବଜାରକୁ ଯାଇଥିବା ତାଙ୍କ ସ୍ବାମୀଙ୍କୁ ଖବର କରିଥିଲେ। ଉଭୟ ସ୍ବାମୀ ଓ ସ୍ତ୍ରୀ ପୁଅ ବଞ୍ଚିଥିବା ଭାବି ବେଡ଼ଶିଟ କାଟି ତଳକୁ ଓହ୍ଲାଇ ଖଟରେ ଶୁଆଇ ଦେଇଥିଲେ। ପରେ ପୋଲିସକୁ ବାପା ଶାଶ୍ୱତ ଘଟଣା ସମ୍ପର୍କରେ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri