ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା

ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏକାଧିକ ସଙ୍ଗଠନ ଏବଂ ବ୍ୟକ୍ତିବିଶେଷ ଏଥିପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି। କାହିଁକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏତେ ପରିମାଣର ଟଙ୍କା ରଖା ନ ଯାଇ ଘରୋଇ ବ୍ୟାଙ୍କରେ ରଖାଗଲା ବୋଲି ପ୍ରଶ୍ନ କରିଛନ୍ତି। ଶନିବାର ଏହି ପ୍ରସଙ୍ଗରେ ଭିଜିଲାନ୍ସ ହସ୍ତକ୍ଷେପ ଲୋଡ଼ିିଛି ଶ୍ରୀଜଗନ୍ନାଥ ସେନା। ସେହିପରି ପୁରୀ ଜିଲା ଭାଜପା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ଦିଆଯାଇଛି।

ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ସଦସ୍ୟମାନେ ସ୍ଥାନୀୟ ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ପ୍ରଥମେ ଧାରଣା ଦେଇଥିଲେ। ପରେ ଭିଜିଲାନ୍ସ ଡିଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କେଉଁ ପ୍ରଶାସନିକ ଅଧିକାରୀମାନେ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି। କେଉଁ କେଉଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ମହାପ୍ରଭୁଙ୍କର କେତେ ଟଙ୍କା ୟେସ୍‌ ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି ବୋଲି ସେନା ପ୍ରଶ୍ନ କରିଛି। ପୂର୍ବରୁ ଏ ନେଇ ବିକ୍ଷୋଭ ଏବଂ ଥାନାରେ ଏତଲା ଦିଆଯାଇଥିବା ସତ୍ତ୍ବେ କାହିଁକି ପଦକ୍ଷେପ ନିଆଗଲା ନାହିଁ। ଏହା ପଛର ରହସ୍ୟ କ’ଣ ତାହାର ତଦନ୍ତ ହେବା ଦରକାର ବୋଲି ସେନା ଦାବି ରଖିଛି। ଏ କ୍ଷେତ୍ରରେ ଯଦି ଭିଜିଲାନ୍ସ ଟାଳଟୁଳ ନୀତି ଅମଲମ୍ବନ କରେ ତେବେ ଆଗକୁ ସିବିଆଇରେ ଅଭିଯୋଗ କରିବେ ବୋଲି ପ୍ରିୟଦର୍ଶନ କରିଛନ୍ତି। ସେହିପରି ଏହି ପ୍ରସଙ୍ଗକୁ ନେଇ ପୁରୀ ଜିଲା ଭାଜପା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ କିପରି ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଭାବେ ଫେରସ୍ତ ଅଣାଯାଇପାରିବ ସେ ନେଇ ମୁଖ୍ୟ ପ୍ରଶାସକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଭଞ୍ଜନ ମହାପାତ୍ର, ସଞ୍ଜୀବ କୁମାର ମୁଖାର୍ଜୀ, ଜୟନ୍ତ କୁମାର ଦାଶ, ରାଜକିଶୋର ରାଉତ, ମନୋରଞ୍ଜନ ପ୍ରଧାନ, ଭବାନୀ ଦାସମହାପାତ୍ର, ଉମାକାନ୍ତ ନାୟକ, ଅଜିତ ମିଶ୍ର, ଦେବପ୍ରସାଦ ସ୍ବାଇଁ, ସଞ୍ଜୟ କୁମାର ସାହୁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ...

ଭାରପ୍ରାପ୍ତଙ୍କ ମୁଣ୍ଡରେ ବ୍ଲକ ପ୍ରଶାସନ ଭାର

କୁନ୍ଦୁରା,୧୧ା୧(ଡି.ଏନ୍‌.ଏ.): କୋରାପୁଟ ଜିଲାର ଉପାନ୍ତ କୁନ୍ଦୁରା ବ୍ଲକରେ ନିଯୁକ୍ତ ପ୍ରଶାସନିକ ଅଧିକାରୀ ବଦଳି ପରେ ବଦଳି ହୋଇ ଯାଉଛନ୍ତି। ସେମାନଙ୍କ ସ୍ଥାନରେ ଭାରପ୍ରାପ୍ତ ଅଧିତ୍କାରୀଙ୍କୁ ଦାୟିତ୍ୱ...

ବନ୍ଦ ହେଲା ବାୟାଣି ଯାତ୍ରା

ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ...

ରାଜ୍ୟକୁ ଲୋଡ଼ା ଅଧିକ ଅଫିସର

ଭୁବନେଶ୍ୱର, ୭।୧୨: ରାଜ୍ୟରେ ଆଇନଶୃଙ୍ଖଳା ବ୍ୟାପାର ମୁଖ୍ୟତଃ ପୋଲିସ ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଇଥାଏ। ରାଜ୍ୟରେ ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଧିକାରୀମାନେ ଶୀର୍ଷସ୍ତରରେ ରହି ଏହାର...

ସ୍ନାନପୂର୍ଣ୍ଣିମାଦିନ ହୋଇପାରେ ଅଣସର ନୀତି

ପୁରୀ ଅଫିସ,୧୭।୫: ଦୀର୍ଘବର୍ଷ ହେଲା ସ୍ନାନପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅଣସର ନୀତି ହୋଇପାରୁନାହିଁ। ଦାରୁବିଗ୍ରହ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ବିଜେ କରିବାରେ ବିଳମ୍ବ ଯୋଗୁ ସେହିଦିନ...

ବାରିପଦା ପୌର ପରିଷଦ: ଦରମା ପ୍ରଦାନ ପରେ ସଫେଇ କାର୍ଯ୍ୟ ସ୍ବାଭାବିକ

ବାରିପଦା ଅଫିସ,୧୫ା୧୧- ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ଦରମା ପ୍ରଦାନ ଦାବିରେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପ୍ରତିଶ୍ରୁତି ମୁତାବକ...

ବଡ଼ଭାଇ କୁରାଢ଼ି ଚୋଟରେ ସାନଭାଇ ମୃତ

ପୋଲସରା,୨୯ା୧୧- ଗଞ୍ଜାମ ଜିଲା ପୋଲସରା ବ୍ଲକ ବେଲଙ୍ଗା ପଞ୍ଚାୟତ ମନଶିଳା ଗ୍ରାମର ପଣ୍ଡିତ ନାହାକଙ୍କ ମବଡ଼ପୁଅ କେଶବ ତାଙ୍କ ସାନ ଭାଇ କୁନାଙ୍କୁ ଗୁରୁବାର ସକାଳେ...

ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ଛକରେ ରବିବାର ଅପରାହ୍ନରେ ଏକ ଅଟୋ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର...


Coronavirus Update

Archives

Model This Week

Why Dharitri