ଘରୋଇ ଜମିରେ ଆମ ଗାଁ ଆମ ବିକାଶ ଗୃହ ନିର୍ମାଣକୁ ନେଇ ବିବାଦ: ଅଭିଯୋଗ ସତ୍ତ୍ୱେ ନିଆଯାଉନି କାର୍ଯ୍ୟାନୁଷ୍ଠାନ

ରସୁଲପୁର,୧୦ା୧(ଡି.ଏନ୍‌.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଂଚାୟତର ଇଚ୍ଛାପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଅର୍ଥ ବିନିଯୋଗ କରି ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି। ଉକ୍ତ ନିର୍ମାଣ କାର୍ଯ୍ୟ ଘରୋଇ ଜମିରେ କରାଯାଉଛି ବୋଲି ଜମିର ମାଲିକ ଗୋବିନ୍ଦ ବାରିକ ରସୁଲପୁର ବ୍ଲକ ବିଡିଓ, ଯାଜପୁର ଜିଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। ହେଲେ ଏହାକୁ ବନ୍ଦ କରିବା ପରିବର୍ତ୍ତେ ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟ ତଦାରଖ କରୁଥିବା ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତିଙ୍କ ଭିତିରି ବୁଝାବଣାରେ ସରକାରୀ ଅର୍ଥକୁ ହଡପ୍‌ କରିବାକୁ ମସୁଧା ଚାଲିଛି। ଏହା ଜଣାପଡ଼ିବା ପରେ ଅଭିଯୋଗକାରୀ ବାରିକ ପୁର୍ନବାର ବୁଧବାର ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ଲିଖିତ ଭାବରେ ଅବଗତ କରିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଆମ ଗାଁ ଆମ ବିକାଶ ଯୋଜନାରୁ ଇଚ୍ଛାପୁର ଗ୍ରାମରେ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ସକାଶେ ୩ଲକ୍ଷ ଟଙ୍କା ଓ କୋରେଇ ବିଧାୟକଙ୍କ ହାତପାଣ୍ଠିରୁ ୧ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ମୋଟ ୪ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯାଉଛି। କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜମିଜମା ସମ୍ପର୍କିତ କାଗଜପତ୍ର ସମ୍ପର୍କରେ ଧ୍ୟାନ ଦିଆଯାଇ ନ ଥିଲା। ଏପରିକି ଏନେଇ ଖୋଲା ଯାଇଥିବା ଫାଇଲରେ ଜମିର କିସମ ସମ୍ପର୍କିତ ପ୍ରମାଣପତ୍ର ରଖାଯାଇ ନ ଥିଲା। ଗୃହ ନିର୍ମାଣ ଖତା ନଂ-୨୦, ପ୍ଲଟ ନଂ-୨୧୩ ଉପରେ କରାଯାଇଥିଲା। ଏହି ଜମିଟି ଗୋବିନ୍ଦ ବାରିକଙ୍କ ପିତା କପିଳ ବାରିକଙ୍କ ସ୍ଥିତିବାନ ସମ୍ପତି ଉପରେ ନିର୍ମାଣ ହୋଇଥିଲା। ଏହା ଜାଣି କଲିକତାରେ ଶ୍ରମିକ ଭାବରେ କାମ କରୁଥିବା ଗୋବିନ୍ଦ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହି ମୁତାବକ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିଲା। ତେବେ କିଛି ଦିନ କାମକୁ ବନ୍ଦ କରିବା ପରେ ଏବେ ତହସିଲ ପ୍ରଶାସନକୁ ପ୍ରଭାବିତ କରି ଏକ ଭୂଲ ରିପୋର୍ଟ ଅଣାଯାଇଛି। ଏହି ଆଧାରରେ ବିଲ୍‌ ଉଠାଇବାକୁ ଭିତିରି ଯୋଜନା କରାଯାଉଛି। ତହସିଲ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଖାତା, ପ୍ଲଟ ନମ୍ବର ଭିନ୍ନ ଅଟେ। ମାତ୍ର ଗୃହ ନିର୍ମାଣ ଏକ ଭିନ୍ନ ସ୍ଥାନରେ ହୋଇଛି ବୋଲି କୁହାଯାଉଛି। ଏଦିଗରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତ ବୈଷୟିକ ଅଧିକାରିଣୀ ଅନିତା ବେହୁରାଙ୍କୁ ପଚାରିବାରୁ ତହସିଲଦାରଙ୍କ ପକ୍ଷରୁ ଜମିଜମା ସମ୍ପର୍କିତ ଏକ ରିପୋର୍ଟ ଆସିଛି। ତେବେ ତାକୁ ତର୍ଜମା କରିବା ପରେ ଯାଇ ଯାହାକିଛି ନିଷ୍ପତି ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ରସୁଲପୁର ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ ଗୋଷ୍ଠୀ କେନ୍ଦ୍ରର ବିଲ୍‌ ପୈଠ କରିବା ପାଇଁ ସେ କାହାକୁ ପରାମର୍ଶ ଦେଇ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri