ଘରୋଇ କୋଚିଂ ସେଣ୍ଟର ଖୋଲିବା ପାଇଁ ଦାବି

ବାଲେଶ୍ୱର ଅଫିସ, ୩୦।୫-ବାଲେଶ୍ୱର ଜିଲା ତଥା ସହରରେ ଥିବା ଘରୋଇ କୋଚିଂ ସେଣ୍ଟର ଓ ଟ୍ୟୁଟୋରିଆଲଗୁଡ଼ିକ ଦୀର୍ଘଦିନ ଧରି ବନ୍ଦ ଥିବା କାରଣରୁ ଛାତ୍ରୀଛାତ୍ରଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଶିକ୍ଷା ପ୍ରଦାନରେ ବ୍ୟାଘାତ ସୃଷ୍ଟି ହେବା ସହିତ ଉକ୍ତ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ, ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଏହି ସଙ୍କଟରୁ ଉଦ୍ଧାର ପାଇଁ ଘରୋଇ କୋଚିଂ ଓ ଟ୍ୟୁଟୋରିଆଲ ସେଣ୍ଟର ମାଲିକମାନେ ଶୁକ୍ରବାର ପୂର୍ବାହ୍ନରେ ଏକଜୁଟ୍‌ ହୋଇ ସେଣ୍ଟରଗୁଡ଼ିକୁ ଖୋଲିବା ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କଠାରେ ଲିଖିତ ଆବେଦନ କରିଛନ୍ତି।
କରୋନା ମହାମାରୀ ପାଇଁ ଘରୋଇ କୋଚିଂ ସେଣ୍ଟରଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ଫଳରେ ଶତାଧିକ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟାହତ ହେବା ସହ ଅନୁଷ୍ଠାନଗୁଡ଼ିକ ମଧ୍ୟ ଆର୍ଥିକ କ୍ଷତି ସହୁଛନ୍ତି। ଅନ୍‌ଲାଇନ୍‌ ପାଠ୍ୟ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ଉପକୃତ ହୋଇପାରୁ ନ ଥିବାବେଳେ ଏହା ଏକ ପ୍ରହସନ ପାଲଟିଛି। ଅନେକ ଦିନ ଧରି ବନ୍ଦ ଯୋଗୁ ଅନୁଷ୍ଠାନ ପାଇଁ ନିଆଯାଇଥିବା ଘରଭଡ଼ା ଓ ଶିକ୍ଷକମାନଙ୍କ ମାସିକ ବେତନ ବୋଝ ଉପରେ ଲଳିତା ବିଡ଼ା ସାଜିଛି। ଅନୁଷ୍ଠାନ ଉପରେ ନିର୍ଭର କରି ଚଳୁଥିବା ମାଲିକ ଓ କର୍ମଚାରୀମାନେ ଆର୍ଥିକ ସଙ୍କଟରେ ଗତି କରି ପରିବାର ଚଳାଇବାରେ ଅସମର୍ଥ ହୋଇପଡ଼ିଲେଣି। ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମା ପାଳନ ତଥା ସାମାଜିକ ଦୂରତା ରକ୍ଷା କରି ଅନୁଷ୍ଠାନଗୁଡ଼ିକୁ ଖୋଲିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସୁଶାନ୍ତ ମହାନ୍ତି, ଓମ୍‌ପ୍ରକାଶ ମହାପାତ୍ର, ଜଗନ୍ନାଥ ସାସମଲ, ଦିଲୀପ ଦାସମହାପାତ୍ର, ଶୈଳେନ୍ଦ୍ର ମିଶ୍ର, କ୍ଷୀତିଶ କୁମାର ମଣ୍ଡଳ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫୫.୯୨ କୋଟିରେ ହେବ ୩ କ୍ୟାନ୍ସର ୟୁନିଟ୍‌

ଭୁବନେଶ୍ୱର,୨୨ା୪: ଓଡ଼ିଶାର ୩ ମେଡିକାଲ କଲେଜରେ ନୂଆ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ପାଇଁ ଗୁରୁବାର ରାଜ୍ୟ ସରକାର ୧୫୫.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।...

ଅଣ୍ଡାରୁ ବାହାରିଲେ ୩୫ ଘଡ଼ିଆଳ ଛୁଆ

ଅନୁଗୋଳ ଅଫିସ, ୨୬ା୫: ଅନୁଗୋଳ ଜିଲା ସାତକୋଶିଆର ଘଡିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଏଠାରେ କ୍ରମାଗତ ତୃତୀୟ ବର୍ଷ ପାଇଁ...

ପରପାରିରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର,୧୧।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ନୂଆପଡା ଜିଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ମାଝିଙ୍କର ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି।...

କରୋନା ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି।...

ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ...

ଡାହାଣୀ ସନ୍ଦେହ : ମହିଳାଙ୍କୁ ମାଡ଼ ମାରି ବିଷ୍ଠା ଖୁଆଇଲେ

ଢେଙ୍କିକୋଟ, ୨୬।୫(ଡି.ଏନ୍‌.ଏ.)- ଡାହାଣୀ ସନ୍ଦେହ ଭଳି ଅନ୍ଧବିଶ୍ୱାସକୁ ନେଇ କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅଧୀନ ଆମ୍ବୁଆପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ବୁଧବାର ଅପରାହ୍ନରେ ଉଲଗ୍ନ...

ଆଜି ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଂଶିକ ଲକ୍‌ଡାଉନ୍‌ କଟକଣା ଅବଧି ଗୁରୁବାର ସକାଳେ ଶେଷ ହେବ।...

ପୋଲିସ ଭ୍ୟାନରୁ ଡେଇଁ ଦୁର୍ଦ୍ଦାନ୍ତ ଚନ୍ଦନ ଫେରାର

ଭୁବନେଶ୍ୱର, ୧୦ା୭(ବ୍ୟୁରୋ): ଡେପୁଟି କମିଶନର ଅଫ ପୋଲିସ (ଡିସିପି)ଙ୍କ କୋର୍ଟରେ ହାଜର ହୋଇ ଝାରପଡ଼ା ଜେଲ୍‌କୁ ଫେରୁଥିବାବେଳେ ପୋଲିସ ଭ୍ୟାନ୍‌ରୁ ଡେଇଁ ଫେରାର ହୋଇଯାଇଛନ୍ତି ଏକାଧିକ...

Advertisement
Archives

Model This Week