ଘରୋଇ କଳି ହେଲା କାଳ: ପୁଅ ସହ ଯୁକ୍ତିକରି ମା’ଙ୍କ ଆତ୍ମହତ୍ୟା

ଢେଙ୍କିକୋଟ,୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ପାଣୁପଶି ଗ୍ରାମ ଗିଧିବସା ସାହିରେ ସୋମବାର ରାତିରେ ଘରୋଇ କଳିକୁ କେନ୍ଦ୍ରକରି ଜଣେ ବୃଦ୍ଧା ବେକରେ ରଶିଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁରେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଚୁଳୁପା ମୁଣ୍ଡା।
ସୂଚନାଯୋଗ୍ୟ, ରାତିରେ ଚୁଳୁପା ମଦ ପିଇ ପୁଅ ସାନଙ୍ଗି ସହ ଯୁକ୍ତି କରିଥିଲେ । ପରେ ଉଭୟେ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଚୁଳୁପା ନିକଟରେ ଥିବା ଏକ ଆମ୍ବଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସକାଳେ ପୁଅ ତାଙ୍କୁ ବହୁ ଖୋଜାଖୋଜି କରି ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଫାଣ୍ଡିକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପାଟଣା ଡାକ୍ତରଖାନା ପଠାଇଛି। ଏନେଇ ଘଟଗାଁ ଥାନାରେ କେସ୍‌ ନଂ. ୫୦/୧୯ରେ ଏକ ଅପମୃତ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଛାଡିଲା, ବଡୁଛି ଦୁର୍ଦଶା; ୧୮ ଗାଁର ୮୯୨ ସ୍ଥାନାନ୍ତରିତ ଲୋକେ ଫେରିଲେ

ଭବାନୀପାଟଣା,୧୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୭ ତାରିଖ ଲଘୁଚାପଜନିତ ବନ୍ୟାସ୍ଥିତିରୁ ଜନଜୀବନ ସ୍ବାଭାବିକ ହୋଇ ଆସୁଥିବା ବେଳେ ଗତ ୧୧ରୁ ୧୩ ତାରିଖ ଲଗାଣ ଭର୍ଷା...

ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ରୋଜଗାର ଦେଉଛି ମାସ୍କ

ଦେବଗଡ,୧୦ା୪(ଡି.ଏନ.ଏ): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅଧୀନ କଣ୍ଢଳ ଓ ବଳମ ପଞ୍ଚାୟତର ମା’ ମହାଲକ୍ଷ୍ମୀ, ମା’ ଶୁଭଲକ୍ଷ୍ମୀ, ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠି...

ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର

ସୋର,୧୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର...

ଶାଢୀ ଦୋକାନରେ ଜିଏସ୍‌ଟି ଚଢାଉ

ଆଠଗଡ,୧୪।୨(ଡି.ଏନ.ଏ.): କଟକ ଜିଲା ଆଠଗଡ ସହର ବାଣୀକଣ୍ଠ ନଗରସ୍ଥିତ ଅମ୍ବର ଶାଢୀ ଦୋକାନରେ ମଙ୍ଗଳବାର ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ...

ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ:  ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ/ମୋହନା, ୧୯ା୯(ଡି.ଏନ୍‌.ଏ.)-ଗଜପତି ଜିଲା ମୋହନା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଜିତେନ୍ଦ୍ର ନାଥ ନାୟକ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ...

କେନ୍ଦରା ସ୍ବରରେ ଜୀବନ

ଭବାନୀପାଟଣା, ୨୨ା୭(ଡି.ଏନ.ଏ.)-ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏଥିପାଇଁ କଳାକାର ପେନ୍‌ସନ ଯୋଜନା ପ୍ରଣୟନ କରାଯାଇଛି। ବୟସର...

ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ...

ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ

ବରଗଡ଼ ଅଫିସ୍‌,୯।୧୧: ବରଗଡ଼ ସଦର ଥାନା ଅଧୀନ ବିରମାଲ ଗ୍ରାମରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି। ବଚସା ଏବଂ କଥା କଟାକଟିରୁ...

Advertisement
Archives

Model This Week