ଘରେ ରହି ପୂଜାପାଠ କରିବାକୁ ଉପଦେଶ ଦେଲେ ହେମା

ମୁମ୍ବାଇ: କରୋନା ଭାଇରସ ଯୋଗୁ ଏବେ ଦେଶର ପ୍ରତି କୋଣ ଅନୁକୋଣରେ ଲୋକେ ଘରେ ବନ୍ଦ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ଘୋଷଣା ପରେ ଲୋକେ ଆଉ ବାହାରକୁ ବାହାରୁ ନାହାନ୍ତି। ଏହି ସମୟରେ ବଲିଉଡ୍‌ ଡ୍ରିମ୍‌ଗର୍ଲ ହେମା ମାଳିନୀ କହିଛନ୍ତି ଯେଉଁମାନେ ଘରେ ବସିଛନ୍ତି ସେମାନେ ପୂଜାପାଠରେ ସମୟ କାଟନ୍ତୁ। ଲକ୍‌ଡାଉନ୍‌ ପରେ ବଲିଉଡ୍‌ ସେଲିବ୍ରିଟିମାନେ ଘରେ ରହି ଭିନ୍ନ ଭିନ୍ନ ସମୟରେ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଆସି ଯାଉଛି ଚର୍ଚ୍ଚାକୁ। ତେବେ ଲକ୍‌ଡାଉନ୍‌ର ପ୍ରଥମ ଦିନରେ ଲୋକେ ବାହାର ବୁଲୁଥିବା ଦେଖିବା ପରେ ହେମା କହିଥିଲେ ଲୋକେ ଲକ୍‌ଡାଉନର ଅର୍ଥ ବୁଝି ନ ପାରିବା ଅବା କରୋନା ଭାଇରସ ସଂକ୍ରମଣକୁ ହାଲ୍‌କା ଭାବେ ନେବା ଦୁର୍ଭାଗ୍ୟପୂର୍ଣ୍ଣ। ଏବେ ହେମା ସମସ୍ତଙ୍କୁ ନବରାତ୍ରୀ ଓ ରାମ ନବମୀର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ସୁସ୍ଥ ଜୀବନ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୧୪୩ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩କୁ ବୃଦ୍ଧି

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସୋମବାର ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ...

ସୁସ୍ଥ ହେଲେ ୩୨୮କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସମ୍ବଲପୁରରୁ ୩୨, ଅନୁଗୋଳରୁ...

ନିକ୍‌ ଶାଶୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରନ୍ତି କି ପ୍ରଶ୍ନରେ ଏପରି କହିଲେ ପ୍ରିୟଙ୍କା

ମୁମ୍ବାଇ: ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ ଜରିଆରେ ବହୁତ ଦିନ ପରେ ବଲିଉଡ୍‌ ପରଦାକୁ ଫେରୁଛନ୍ତି ପିସି ଓରଫ ପ୍ରିୟଙ୍କା ଚୋପ୍ରା। ଏବେ ସେ...

କରୋନା ଭୟ: ରାଜପଥରେ ବସ୍‌ ଅଟକାଇ ୫୧ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ସମସ୍ତ ଯାତ୍ରୀ ସୁସ୍ଥ

ସିମୁଳିଆ,ଛତ୍ରପୁର,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଅଞ୍ଚଳର ୫୧ ଜଣ ତାମିଲନାଡୁରେ ବସବାସ କରୁଥିଲେ। ଶନିବାର ସେମାନେ ଘରୋଇ ବସ୍‌ ସାଡୋ (କେଏଲ୦୭ ସିଟି ୯୫୮୪) ଯୋଗେ ବାଲେଶ୍ୱର ଫେରୁଥିଲେ।...

ପ୍ରାଇଭେଟ୍‌ ସ୍କୁଲ ଫି ଚାପରେ ଅତିଷ୍ଠ ହୋଇ ୪୩ ହଜାରରୁ ଅଧିକ ଛାତ୍ରୀଛାତ୍ର କଲେ ଏପରି…

ଗୁଡ଼ଗାଓଁ, ୨୭।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌...

‘ଗଦର-୨’ ହିଟ୍‌ ପରେ ସନି ଫି’ ବଢ଼ାଇବା ଚର୍ଚ୍ଚା

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଏପରି ବ୍ୟବସାୟ କରିଛି ଯେ, ଏହା ୨୦୨୩ର ଏକ ବ୍ଲକ୍‌ବଷ୍ଟର  ହୋଇଛି। ଏହି ଫିଲ୍ମ ହିଟ୍‌ ହେବା ପରେ...

ଥାନାରେ ହାଜର ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ

ମୁମ୍ବାଇ,୧।୧୦- ମୁମ୍ବାଇ ଭର୍ସୋଭା ପୋଲିସ ନିକଟରେ ଗୁରୁବାର ହାଜର ହୋଇଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷ ଆଣିଥିବା ଯୌନ ଶୋଷଣ ଅଭିଯୋଗରେ...

ରିଲିଜ୍ ହେଲା ଇମ୍ରାନ ହାସମିଙ୍କ ଫିଲ୍ମର ଟ୍ରେଲର୍‌

ମୁମ୍ବାଇ: କିଛି ଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଇମ୍ରାନ ହାସମି । ଏଥର ସେ ତାଙ୍କ ଫିଲ୍ମ “ହରାମି”ରେ ନଜର...

Advertisement
Archives

Model This Week