ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା…

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ। ଆଜ୍ଞା ହଁ ସେହି ଗଛଟି ହେଉଛି ‘ମନିପ୍ଲାଣ୍ଟ’। ତେବେ କେଉଁଭଳି ଉପାୟରେ ଆମେ ଏହି ଗଛରୁ ଲାଭ ଉଠାଇବା ସହ ନିଜର ଭାଗ୍ୟକୁ ମଧ୍ୟ ଚମକାଇପାରିବା ଆସନ୍ତୁ ଜାଣିବା।

* ମନିପ୍ଲାଣ୍ଟକୁ ସବୁବେଳେ ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ୍‌। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଦକ୍ଷିଣ-ପୂର୍ବ ଜୋନକୁ ଭଗବାନ ଗଣେଷଙ୍କ ସ୍ଥାନ ବୋଲି ବିଶ୍ୱାସ କରାଯାଇଥାଏ। ମନିପ୍ଲାଣ୍ଟର ଗଛକୁ ସୌଭାଗ୍ୟର ପ୍ରତୀକ ବୋଲି ଜଣାଯାଇଥାଏ। ତେଣୁ ଘରର ଏହି କୋଣରେ ଏହାକୁ ରଖିଲେ ବ୍ୟକ୍ତିଙ୍କ ଭାଗ୍ୟ ଚମକିଥାଏ ବୋଲି ବିଶ୍ୱାସ ରହିଛି।

* ଏହି ଗଛକୁ ଭୂଲରେ ବି ଉତ୍ତର-ପୂର୍ବରେ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ଘରର ସଦସ୍ୟଙ୍କ ସବୁବେଳେ ଦେହ ଖରାପ ହୋଇଥାଏ।

* ଦମ୍ପତ୍ତିଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ରହିଯାଇଛି କି? ତେବେ ପ୍ରଥମେ ଆପଣଙ୍କ ଘରର ପଶ୍ଚିମ କିମ୍ବା ପୂର୍ବରେ ଥିବା ମନିପ୍ଲାଣ୍ଟକୁ ଏହି ଜୋନରୁ ହଟାଇ ଦିଅନ୍ତୁ। ଘରର ଏହି କୋଣରେ ମନିପ୍ଲାଣ୍ଟ ରଖିଲେ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ଆସିଥାଏ। ତେବେ ଘରର ଲୋକଙ୍କ ସମ୍ପର୍କରେ ସୁଧାର ଓ ମଧୁରତା ଆଣିବା ପାଇଁ   ହାର୍ଟ ଶେପ୍‌ର ପତ୍ରକୁ ଆଣି ଘରେ ଲଗାନ୍ତୁ।

* ଆର୍ଥିକ ଅଭାବ ଅନାଟନ ଦୂର କରିବା ପାଇଁ ଟଙ୍କା ଶେପ୍‌ର ପତ୍ରକୁ ଦକ୍ଷିଣ-ପୂର୍ବ  କୋଣରେ ଲଗାଇବା ଉଚିତ୍‌। ଏହା ଅପେକ୍ଷା କେବେ ବି ରବିବାର ଏହି ଗଛରେ ପାଣି ଦେବେ ନାହିଁ। ଯଦି ଦେବେ ତେବେ ପାଣିରେ ଏକ ଚାମଚ କ୍ଷୀର ପକାଇବା କୁ ଭୂଲିବେ ନାହିଁ। ଏଭଳି କଲେ ଘରେ ଖୁସି ଆସିବା ସହ ଟଙ୍କାର କେବେ ଅଭାବ  ରହିବ ନାହିଁ।

* ଘରେ ଲାଗିଥିବା ମନିପ୍ଲାଣ୍ଟକୁ କେବେ ବି ମାଟି ଉପରେ ମାଡ଼ିବାକୁ ଦିଅନ୍ତୁ ନାହିଁ। ଏଭଳି ହେଲେ ଆପଣଙ୍କ ଧନ ଅନାବଶ୍ୟକ ଜିନିଷରେ ଖର୍ଚ୍ଚ ହେବ। ଧନକୁ ସଞ୍ଚିତ ରଖିବା ସହ ଘରେ ଖୁସି ଆଣିବା ପାଇଁ ମନିପ୍ଲାଣ୍ଟକୁ ଏକ ବାଡ଼ି ସାହଯ୍ୟରେ ଉପର ଆଡ଼କୁ ବାନ୍ଧି ଦିଅନ୍ତୁ। ଏଭଳି କଲେ ଆପଣଙ୍କ ଘର ଧନ ଓ ଐଶ୍ୱର୍ଯ୍ୟରେ  ପରିପୂର୍ଣ୍ଣ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରୋଗ ଦୂର କରେ କିସ୍‌ମିସ୍‌

କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ଉପକାରୀ ମଧ୍ୟ। ଏହାର ଖଟାମିଟା ସ୍ବାଦ ଖାଦ୍ୟକୁ ସ୍ବତନ୍ତ୍ର କରିଦିଏ। ବିଶେଷକରି ଏହାକୁ ଖିରିରେ ପକାଇଲେ ସ୍ବାଦ ବହୁଗୁଣ...

ହୋଲି କପଲ୍‌ ଟି-ଶାର୍ଟ

କପଲ୍‌ ଟି-ଶାର୍ଟର ଟ୍ରେଣ୍ଡ ଏବେ ଖୁବ୍‌ ଚାଲିଛି। ଖାସ୍‌କରି ଯୁବପିଢ଼ିଙ୍କ ଭିତରେ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳୁଛି। ତେବେ ହୋଲି ଭଳି ଏକ...

ମହାଶିବରାତ୍ରି ଉପବାସ: ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ପବିତ୍ର ମହାଶିବରାତ୍ରିକୁ ନେଇ ଭକ୍ତଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳେ। କୁହାଯାଏ ସ୍ବଚ୍ଛ ମନରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ...

ବିଷ ବଳୟରେ ଭାରତ

ବାୟୁ ପ୍ରଦୂଷଣ ଏବେ ଭାରତ ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୯ର ଏକ ସର୍ଭେ ଅନୁଯାୟୀ ବିଶ୍ୱର ୩୦ ସର୍ବାଧିକ ପ୍ରଦୂଷିତ...

କର୍କଟରୁ ଦୂରେଇ ରଖେ ଏହି ଚଟଣି…

ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ଚଟଣିକୁ ଖାଦ୍ୟରେ ସାମିଲ କରିଥାଉ। ଯାହା ଖାଦ୍ୟର ସ୍ବାଦ ବଦଳାଇ ଦେବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର...

ରୋଗ ନିରୂପଣରେ ସାଧାରଣ ପରୀକ୍ଷା

ସାଧାରଣ ପରୀକ୍ଷାଗୁଡ଼ିକ ବହୁତ ଗୁରୁତ୍ୱ ବହନ କରିଥାଏ। ରୋଗ ହେଲେ ରୋଗୀଙ୍କ ଦେହରେ ଅନେକ ଲକ୍ଷଣ ପ୍ରକାଶ ପାଇଥାଏ। ବିଭିନ୍ନ ରୋଗର ଲକ୍ଷଣ ଭିନ୍ନ ଭିନ୍ନ...

ମାଉଥ୍‌ ସ୍ପ୍ରେ କରୋନା ସଂକ୍ରମଣରୁ ରଖିବ ଦୂରେଇ…

ଷ୍ଟକ୍‌ହୋମ୍‌, ୨୬।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ୭ ମାସ ବିତି ଯାଇଥିଲେ ବି ଏହାର ପ୍ରତିଷେଧକ ଟୀକା ବାହାରି...

ଓଜନ ନିୟନ୍ତ୍ରଣ କରିବ ଟମାଟୋ

ଟମାଟୋ ଖାଇଲେ ଅନେକ ଫାଇଦା ମିଳିଥାଏ। ଏହାକୁ ଲୋକେ ତରକାରୀ ହେଉ ଅବା ସାଲାଡ୍‌ ଭାବେ ସେବନ କରିପାରିବେ। ଏକ ଗବେଷଣାରୁ ଜଣାପଡ଼ିଛି, ଟମାଟୋ ଖାଇବା...

Advertisement
Archives

Model This Week