ଘରେ ବୁଢିଆଣୀ ଜାଲ ରହିଥିଲେ ଆପଣାନ୍ତୁ ଘରୋଇ ଉପାୟ

ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଚିନ୍ତାରେ ପଡ଼ିଥାଉ, କିପରି ସଫା କରିବ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର ଦେଖାଯାଏ। ତା’ସହିତ ଘରକୁ ନକାରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାନ୍ତି ବୋଲି ବାସ୍ତୁରେ କୁହାଯାଇଛି। ତେବେ ବୁଢ଼ିଆଣୀ ଜାଲକୁ ବେଶ୍‌ ସହଜରେ ସଫା କରାଯାଇପାରିବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
* ଘର କୋଣରେ ବୁଢ଼ିଆଣୀ ପ୍ରଥମେ ନିଜର ଜାଲ ତିଆରି କରିଥାନ୍ତି। ସେଥିପାଇଁ ଘରେ ଥିବା କୋଣଗୁଡିକରୁ ଅଳନ୍ଧୁ ସଫା କରିଦିଅନ୍ତୁ।
* ସିର୍‌କା ଏପରି ଏକ ଜିନିଷ, ଯାହା ପୋକଙ୍କୁ ମାରିବାର କାର୍ଯ୍ୟ କରିଥାଏ। ଘରର ଯେଉଁ ସ୍ଥାନରେ ବୁଢ଼ିଆଣୀ ଅଧିକ ଜାଲ କରୁଛନ୍ତି, ସେହି ସ୍ଥାନରେ ଗୋଟିଏ କପଡ଼ା ସିର୍‌କାରେ ବୁଡାଇ ରଖି ଦିଅନ୍ତୁ।
*ଘରର କାନ୍ଥ ଯଦି କେଉଁଠି ଭାଙ୍ଗିଛି କିମ୍ବା କୌଣସି ସ୍ଥାନରେ ଫାଙ୍କା ସ୍ଥାନ ଅଛି, ସେହି ସ୍ଥାନରେ ବୁଢ଼ିଆଣୀ ଘର କରିଥା’ନ୍ତି। ତେଣୁ ସେହି ସବୁ ସ୍ଥାନକୁ ପ୍ରଥମେ ବନ୍ଦ କରନ୍ତୁ।
*ବୁଢ଼ିଆଣୀ ନ ହେବା ପାଇଁ ବେକିଂ ସୋଡାର ବ୍ୟବହାର ମଧ୍ୟ କରିପାରିବେ। ବୁଢ଼ିଆଣୀଙ୍କୁ ସୋଡାର ଗନ୍ଧ ଭଲ ଲାଗି ନ ଥାଏ। ଏଥିପାଇଁ ବେକିଂ ସୋଡା ରଖିଥିବା ସ୍ଥାନକୁ ବୁଢ଼ିଆଣୀ ଆସି ନ ଥାନ୍ତି।
*ସାଇଟ୍ରସ ଅଏଲ୍‌ରେ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଗୋଟିଏ କପଡ଼ାରେ କିଛି ବୁନ୍ଦା ସାଇଟ୍ରସ ଅଏଲ୍‌ ପକାଇ ବୁଢ଼ିଆଣୀ ହେଉଥିବା ସ୍ଥାନକୁ ପୋଛନ୍ତୁ କିମ୍ବା ସେହି ସ୍ଥାନରେ କପଡ଼ାକୁ ରଖିଦିଅନ୍ତୁ। ଦେଖିବେ ଘରେ ବୁଢ଼ିଆଣୀ ଜାଲ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଜୀବନ ଗଲା

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ମାଛ ମାରିବାକୁ ଯାଇଥିବାବେଳେ ରବିବାର  ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ, ଭଟଲି ଥାନା…

‘କରାଚିରେ ଭାରତ କରିଥିଲା ଆକ୍ରମଣ’ – ପାକିସ୍ତାନ ଅଭିଯୋଗର କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୯।୬: କରାଚୀ ଆତଙ୍କବାଦୀ ଆକ୍ରମଣରେ ଜଣେ ‘ଭାରତୀୟ ଏଜେଣ୍ଟ’ଙ୍କ ସମ୍ପୃକ୍ତି ସମ୍ପର୍କରେ ପାକିସ୍ତାନର ଅଭିଯୋଗକୁ ଭାରତ ଖାରଜ କରିଦେଇଛି, ଏହାକୁ ଭିତ୍ତିହୀନ ବୋଲି କହିଛି। ଏହା ପାକିସ୍ତାନକୁ…

୫ମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କାର୍‌, ଡାହାଣ ଗୋଡ଼ରେ ଚକା ଚଢ଼ିଯିବାରୁ…

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲି ବନ୍ଧ ଗ୍ରାମର ସୁବାସ ନାଇକଙ୍କ ପୁଅ ୫ମ ଶ୍ରେଣୀରେ ପଢୁଥିବା ଛାତ୍ର…

କରାଚୀ ଆକ୍ରମଣରେ ବିଚଳିତ ପାକିସ୍ତାନ, ଆଫଗାନିସ୍ତାନରେ ବିମାନ ଆକ୍ରମଣ କରି ୩୫ ସାଧାରଣ ନାଗରିକଙ୍କୁ ହତ୍ୟା

ଇସଲାମାବାଦ,୨୯।୬: କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ, ପାକିସ୍ତାନ ରବିବାର ଏବଂ ସୋମବାର ମଧ୍ୟରାତ୍ରିରେ ପ୍ରାୟ 12:30 AM ସମୟରେ ତିନୋଟି ଆଫଗାନିସ୍ତାନ ପ୍ରଦେଶ…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri