ଘରେ ପଶିଲା ବର୍ଷାପାଣି, ତଳିଆ ଅଞ୍ଚଳ ଜଳମଗ୍ନ

ପୁରୀ ଅଫିସ, ୨୪ା୧୦:ଲଘୁଚାପଜନିତ ଲଗାଣ ବର୍ଷାରେ ପୁରୀ ଅବସ୍ଥା ସଙ୍ଗିନ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବଡ଼ଦାଣ୍ଡ ସମେତ ଅନେକ ସାହିଗଳି ରାସ୍ତାରେ ପାଣି ଜମିଛି। କେତେକ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଛି। ବସ୍ତି ଓ ତଳିଆ ଅଞ୍ଚଳର ଲୋକଙ୍କ ସ୍ଥିତି ଅଧିକ ଦୟନୀୟ ହୋଇପଡ଼ିଛି। କେତେକ ବସ୍ତିବାସିନ୍ଦା ଘର ଛାଡ଼ିି ସ୍କୁଲ, ସରକାରୀ କୋଠା ଏବଂ ରାସ୍ତା ପାର୍ଶ୍ୱରେ ଆଶ୍ରୟ ନେଇଛନ୍ତି। ପ୍ରବଳ ବର୍ଷାକୁ ଦେଖି ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଜିଲାର ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଥିଲା। ବର୍ଷା କମୁ ନ ଥିବାରୁ ଲୋକେ ଆଶଙ୍କିତ ହୋଇପଡ଼ିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକଙ୍କ ସୂଚନା ମୁତାବକ, ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜିଲାରେ ହାରାହାରି ୮୮.୭୨ ମିଲିମିଟର ବର୍ଷା ହୋଇଛି।
ମଙ୍ଗଳବାର ରାତିରୁ ପୁରୀରେ ବର୍ଷା ଲାଗି ରହିଛି। ଫଳରେ ବଡ଼ଦାଣ୍ଡ ସମେତ ବେଳାଭୂମି ମାର୍ଗ ଓ ବତିଘର ନିକଟ ରାସ୍ତାରେ ପାଣିର ସୁଅ ଛୁଟିଥିଲା। ଭିଆଇପି ରୋଡର ରିଜର୍ଭ ଗ୍ରାଉଣ୍ଡ, ଷ୍ଟେଟ ବ୍ୟାଙ୍କ ଛକ, ବେଳାଭୂମି ମାର୍ଗର ରେଣୁକା ଗଳି ଛକ, ଲାଇଟ୍‌ ହାଉସ ପାଖରେ ବର୍ଷା ପାଣି ଜମିଥିଲା। ଭିଆଇପି ରୋଡ୍‌ର ରିଜର୍ଭ ବାରାକ ନିକଟ ରାସ୍ତାରେ ୨ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚର ପାଣି ସୁଅ ଚାଲିଥିଲା। ମେଡିକାଲ ଛକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଗାଡ଼ିି ଚଳାଚଳରେ ବାଧା ଉପୁଜିଥିଲା। ଡ୍ରେନ୍‌ଗୁଡ଼ିକ ପୂରିଯାଇ ରାସ୍ତାକୁ ଉଚ୍ଛୁଳିଥିଲା ମଇଳା ପାଣି। ବର୍ଷା ପାଣି ସହିତ ଡ୍ରେନ୍‌ପାଣି ମିଶି ବହୁ ଲୋକଙ୍କ ଘରେ ପଶିଥିଲା। ମାଟିତୋଟା, ସୁଜାତା ନଗର, ତାରିଣୀ ବସ୍ତି, ବଳିଆପଣ୍ଡା ବସ୍ତି, ଧୋବାଖାଲ ବସ୍ତି, ଶ୍ରୀକ୍ଷେତ୍ର କଲୋନୀ, ଗୋପୀନାଥପୁର ସମେତ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ଲୋକେ ରାସ୍ତା ଉପରେ ଜରିପାଲ ବାନ୍ଧି ଆଶ୍ରୟ ନେଇଛନ୍ତି। ସେହିପରି ଲୋକନାଥ ମନ୍ଦିର ବେଢା ପରିସର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ...

ଫସଲବୀମା ପ୍ରଦାନ ପାଇଁ ପ୍ରତିଶ୍ରୁତି :ଚାଷୀଙ୍କର ଆମରଣ ଅନଶନ ପ୍ରତ୍ୟାହୃତ

ଦେବଗଡ଼,୧୫ା୧୨(ଡି.ଏନ.ଏ):ଆଗାମୀ ୧୫ ଦିନ ମଧ୍ୟରେ ଫସଲ ବୀମାରାଶି ପ୍ରଦାନ ପାଇଁ ଜିଲା ପ୍ରଶାସନ ତଥା ସମବାୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ା ଏହି ପ୍ରତିଶ୍ରୁତି...

ପରିବାଚାଷ ନିଶାରେ ଚିତ୍ରସେନ

ପଦ୍ମପୁର,୧୯।୫(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଖୁଜେନ ଗ୍ରାମର ଚିତ୍ରସେନ ସ୍ବାଇଁ ନିକଟସ୍ଥ ଜମଲା ପାକ୍ସରେ ସହକାରୀ ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ସରକାରୀ...

୨ ବୁଥ୍‌ରେ ହିଂସା, ମତଦାନ ବନ୍ଦ

ଜଗତ୍‌ସିଂହପୁର ଅଫିସ, ୧୯ା୨: ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ...

ସିଲ୍‌ ହେଲା ବସ୍ତା ହସ୍ପିଟାଲ

ବସ୍ତା,୨୧।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମର୍ଦା ପଞ୍ଚାୟତର ଜଣେ ବ୍ୟକ୍ତି କରୋନ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୋମବାର ସନ୍ଧ୍ୟାରେ ସେ ଚିକିତ୍ସିତ ହୋଇ...

ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ...

ମୋହରିରଙ୍କ ଚାଳିଆ ଭଙ୍ଗା ଘଟଣା: ଅତିରିକ୍ତ ଜିଲାପାଳଙ୍କ ତଦନ୍ତ ଆରମ୍ଭ

ସଜନାଗଡ଼, ୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିରେ ମୋହରିରଙ୍କ ଚାଳିଆ ଭଙ୍ଗା ନେଇ ପୂର୍ବରୁ ତୁମ୍ବିତୋଫାନ ଉଠିଥିଲା। ଘଟଣାକୁ ନେଇ ନୀଳଗିରି ତହସିଲଦାର ଓ ବିଧାୟକ ସାମ୍ନାସାମ୍ନି ହେବା...

ଟ୍ରେଲର-ଆମ୍ବୁଲାନ୍ସ ମୁହାଁମୁହିଁ, ଚାଲିଗଲା ୨ ଜୀବନ

ବାହାନଗା,୧୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୧୬ନଂ. ଜାତୀୟ ରାଜପଥର ଦାଣ୍ଡକାଳୀ ନିକଟରେ ସକାଳେ ଏକ ଟ୍ରେଲର ଓ ଆମ୍ବୁଲାନ୍ସ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨...

Advertisement
Archives

Model This Week