ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। କରୋନା ସହ ଲଢୁଥିବା ଅନ୍ୟ ଦେଶମାନଙ୍କ ଅନୁଭୂତିକୁ ତର୍ଜମା କରାଯାଇ ଜଣାପଡିଛି ଯେ, ଯଦି ୪୦ରୁ ୫୦ବର୍ଷ ବୟସରେ ହଜାରେ ଜଣ ଆକ୍ରାନ୍ତ ହୁଅନ୍ତି, ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଥାଏ। କିନ୍ତୁ ୫୦-୬୦ ବର୍ଷ ବୟସ୍କ ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୨.୫ ପ୍ରତିଶତ ମୃତ୍ୟୁ ଘଟିଥାଏ। ବିଶେଷକରି ଯଦି ୬୦ ବର୍ଷ ବୟସରେ ଏକ ହଜାର ଜଣ ଆକ୍ରାନ୍ତ ହୁଅନ୍ତି, ତେବେ ୪୦ ଜଣଙ୍କର ମୃତ୍ୟୁ ହୋଇଥାଏ। ସେହିଭଳି ୭୦-୮୦ ବର୍ଷ ବୟସର ପ୍ରତି ହଜାର ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ଓ ଏହାଠାରୁ ଅର୍ଥାତ୍‌ ୮୦ବର୍ଷରୁ ଅଧିକ ବୟସ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଥାଏ। ତେଣୁ ଓଡ଼ିଶାର ଜନସଂଖ୍ୟା ସାଢ଼େ ଚାରି କୋଟି ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ବା ୪୫ ଲକ୍ଷ ବୟସ୍କ ନାଗରିକ ରହିଛନ୍ତି। ଆଉ ରାଜ୍ୟରେ ମୋଟ୍‌ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଯେଉଁମାନଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ସେମାନଙ୍କ ଦେହରେ କରୋନା ବାହାରିଛି। ହେଲେ ଏମାନଙ୍କ ମଧ୍ୟରେ ଅନେକ ଘରୁ ବାହାରି ନାହାନ୍ତି। କିନ୍ତୁ ଏମାନେ ସଂକ୍ରମଣର ଶିକାର ହୋଇଛନ୍ତି। କେହି ନା କେହି ଘର ଭିତରକୁ କରୋନାକୁ ଡାକି ଆଣିଛନ୍ତି। ତେଣୁ ଏମାନେ ଘରେ ଥେଇ ବି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି। ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି, ଏଭଳି ସ୍ଥିତିରେ ନିଜ ପରିବାର ଲୋକଙ୍କୁ ବା ବୟସ୍କଙ୍କୁ ସୁସ୍ଥ ରଖିବା ପାଇଁ ନିଜକୁ ସଙ୍ଗରୋଧରେ ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କାରଣ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ। ଆଉ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଅନ୍ୟାନ୍ୟ ରୋଗ ଦେଖାଯାଏ। ତେଣୁ ସଚେତନ ହୁଅନ୍ତୁ ଏବଂ ଯଦି ଆପଣ ବାହାରୁ ଫେରିଛନ୍ତି କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ନିଜକୁ କ୍ୱାରାଣ୍ଟାଇନ୍‌ର ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହ ବିମ୍‌ରୁ ପ୍ଲାଷ୍ଟର ଖସିଲା

କଟକ ଅଫିସ, ୧୨।୯: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଟିଏମ୍‌ ବିଭାଗ ଶ୍ରେଣୀଗୃହରେ ଥିବା ବିମ୍‌ର ପ୍ଲାଷ୍ଟର ବୁଧବାର ଖସିପଡିଥିଲା। ହେଲେ ସେହି ସମୟରେ ସେଠାରେ ବସିଥିବା ଜଣେ...

ଜୁନାଗଡ଼ ଗଣବଳାତ୍କାର ଘଟଣା: ବିଜେଡି ନେତାଙ୍କ ଲିଙ୍କ୍‌ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର, ୨୭।୯(ବ୍ୟୁରୋ): କଳାହାଣ୍ଡି ଜିଲା ଜୁନାଗଡ଼ ଗଣବଳାତ୍କାର ଘଟଣା ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ...

ଐତିହ୍ୟ ପୃଷ୍ଠାରୁ…: ସରସ୍ବତୀଙ୍କ ପ୍ରତୀକ ରୂପେ ପୂଜା ପାଏ ମାଦଳାପାଞ୍ଜି

ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଅଛି-ତଢାଉକରଣ ରୂପେ ମାଦଳାପାଞ୍ଜି ଦିନକୁ ଦିନ ଗଡ଼ାଇ ଲେଖିବେ। ପୁରୁଣା ପାଞ୍ଜିଗୁଡ଼ିକୁ ହଳଦୀ କେଶର ଲଗାଇ ଅବିକଳ ଅବସ୍ଥାରେ ରଖିବେ। ଯେଉଁଦିନ ଯେଉଁ...

‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍‌ଦର୍ଶନ ଦେବ’

ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍‌ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ସ୍ମାର୍ଟ...

ରାଜ୍ୟରେ କରୋନାର ସଙ୍ଗିନ ସ୍ଥିତି: ଦିନକରେ ୧୭ ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଖିବୁଜିଲେ ୨

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ମୃତକଙ୍କୁ ଚିହ୍ନିବା କଷ୍ଟକର

ଭୁବନେଶ୍ୱର,୬।୬ (ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ସୋମବାର ୪ ଦିନ ପୂରିଛି। ଘଟଣାସ୍ଥଳରୁ ଆହତ ଏବଂ ମୃତକଙ୍କ ଉଦ୍ଧାର କାର୍ଯ୍ୟ ସରିଥିବାବେଳେ ଏବେ...

ଏକାମ୍ର ଜମି ଜିଏ ବିଭାଗକୁ ଯିବା ପ୍ରସଙ୍ଗରେ ବିରୋଧୀ କ୍ଷୁବ୍ଧ

ଭୁବନେଶ୍ୱର, ୪।୧୧(ବ୍ୟୁରୋ) : ରାଜଧାନୀର ଶୋଭା ବର୍ଦ୍ଧନ ଏବଂ ଉଦ୍ୟାନ କୃଷିର ପ୍ରଗତି ପାଇଁ ୧୯୮୦ ଦଶକରେ କଂଗ୍ରେସ ସରକାର ୨୬ ଏକର ପରିମିତ ଏକାମ୍ର...

ବର୍ଷକରେ ୨୨ ମାମଲା, ୬୦ ଗିରଫ

ଭୁବନେଶ୍ୱର, ୨୮।୧୨ (ବ୍ୟୁରୋ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ମଙ୍ଗଳବାର ୨୦୨୨ର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ବର୍ଷକରେ ଘର, ଜମି ଯୋଗାଣ,...

Advertisement
Archives

Model This Week