ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବିଏମ୍‌ସି ମୋବାଇଲ ଭ୍ୟାନ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ୩୦ରୁ ଊର୍ଦ୍ଧ୍ୱ ହୋଇଛି। ତେଣୁ ବିଏମ୍‌ସି ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ନିୟମକୁ କଡ଼ାକଡ଼ି କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ବିଏମ୍‌ସି ମୋବାଇଲ ଭ୍ୟାନ୍‌ ମାଧ୍ୟମରେ ଘରେ ପହଞ୍ଚାଯିବ। ଏଥିପାଇଁ ୨ଶହ ମୋବାଇଲ ଭ୍ୟାନ ହୋମ ଡେଲିଭରି କରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।  ଏ ନେଇ ୨ଟି ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି। ବିଏମ୍‌ସି ହେଲ୍ପ ଲାଇନ୍‌ ନମ୍ବର ୧୯୨୯ ଏବଂ ପୋଲିସ ହେଲ୍ପ ଲାଇନ୍‌ ନମ୍ବର ୧୦୦। କୌଣସି ଅସୁବିଧା ହେଲେ ଫୋନ୍‌ କରିବାକୁ ଅନୁରୋଧ କରାଯାଇଛି।
ସୋମବାର କେତେକ ସ୍ଥାନରେ ଗ୍ରୋସରୀ ପାଇଁ ଲୋକଙ୍କୁ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ସହରର ବିଭିନ୍ନ ସ୍ଥାନରେ ବସୁଥିବା ହାଟରେ ମଧ୍ୟ ଲୋକଙ୍କ ଭିଡ ଜମୁଛି। ଏହାକୁ ଦୃଷ୍ଟିରେ ରଖି ନୂଆ ଜାଗାରେ ଡେଲି ମାର୍କେଟ ବସିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିପାଇଁ ୬୮ଟି ନୂଆ ସ୍ଥାନ ଚିହ୍ନଟ ହୋଇଛି। ଚିହ୍ନଟ ସ୍ଥାନ ବ୍ୟତୀତ ବ୍ୟବସାୟୀମାନେ ଅନ୍ୟ କୌଣସି ସ୍ଥାନରେ ବସିପାରିବେ ନାହିଁ। ଏହାସହିତ ଦୋକାନ ସାମ୍ନାରେ ଯେପରି ସାମାଜିକ ଦୂରତ୍ୱକୁ ଲୋକେ ମାନିବେ ସେଥିପ୍ରତି ଉପରେ ଦୃଷ୍ଟି ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଡୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

କଟକ ଅଫିସ,୨୪।୭: କଟକ ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଜେନା ଓ କର୍ମଚାରୀ ସତ୍ୟପ୍ରକାଶ ମହାନ୍ତିଙ୍କ ଜାମିନ...

ଜଙ୍ଗଲରେ ନିଆଁ ଲଗାଇ ଶିକାର ବେଳେ ୩ ଗିରଫ

ତେଲକୋଇ,୫।୩: କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ୍‌ ଝାରବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ବନ ବିଭାଗ...

କାର ଧକ୍କାରେ ଛାତ୍ର ମୃତ

କ୍ଷତିପୂରଣ ଦାବିରେ ରାସ୍ତାରୋକୋ ପାଟପୁର,୮ା୧୨-ପାଟପୁର ଥାନା ଟି.ଗୋବିନ୍ଦପୁର ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମୁଖ୍ୟ ରାସ୍ତାରେ ଶନିବାର ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର...

ଦେଶ ପାଇଁ ଲଢ଼ିଥିଲେ, ଏବେ କରୋନାକୁ ହରାଇଲେ

ମୁମ୍ବାଇ, ୧୬।୮: ଦେଶ ପାଇଁ ଲଢ଼ିଥିବା ଜଣେ ୯୮ ବର୍ଷ ବୟସ୍କ ନୌସେନା କର୍ମଚାରୀ ଏବେ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଏନେଇ ରବିବାର ଭାରତୀୟ...

ଆରଟିଓଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ:ଏମ୍‌ଭିଆଇଙ୍କୁ ବଦଳି ଦାବିରେ ବିକ୍ଷୋଭ

ଢେଙ୍କାନାଳ ଅଫିସ,୨୪ା୯ ଢେଙ୍କାନାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟକଳାପ ଓ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ୫ଟି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା। ଆଞ୍ଚଳିକ ପରିବହନ...

ପାରାଦୀପରେ କାଉ ମଡ଼କ ଜାରି, ବାର୍ଡ ଫ୍ଲୁ ସନ୍ଦେହ

ପାରାଦୀପ, ୩୦ା୧(ସ୍ବ.ପ୍ର.): ପାରାଦୀପରେ ଗତ ଜାନୁୟାରୀ ୩ରୁ କାଉମଡ଼କ ଜାରି ରହିଥିଲେ ସୁଦ୍ଧା ଏ କ୍ଷେତ୍ରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏପରି କି ପ୍ରାଣୀଧନ...

କୃଷକସଂଘ ସମିତିର ଆନ୍ଦୋଳନକୁ ମିଳିତ ଟ୍ରେଡୟୁନିୟନ ପକ୍ଷରୁ ସମର୍ଥନ

ସୁନ୍ଦରଗଡ଼, ୧୫।୧୨(ଡି.ଏନ୍‌.ଏ)- ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ ସୋମବାର ମିଳିତ ଟ୍ରେଡ ୟୁନିୟନ ଓ କଂଗ୍ରେସ ପକ୍ଷରୁ ସୁନ୍ଦରଗଡ ଜିଲାପାଳଙ୍କ...

ଆମେରିକାରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୬୦ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ୍‌,୨୮।୭: ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ବିପଦ ପୁଣି ଥରେ ଘନେଇବାରେ ଲାଗିଛି। କରୋନାର ଡେଲ୍ଟା ଭାରିଆଣ୍ଟ ତୀବ୍ରଗତିରେ ବ୍ୟାପୁଥିବା ବେଳେ ବହୁ ସଂଖ୍ୟକ ଲୋକ...

Advertisement
Archives

Model This Week