ଘରକୁ ଫେରିବାବେଳେ ବାଟବଣା ହେଲେ, କ୍ୱାରାଣ୍ଟାଇନ ସେଣ୍ଟରରେ ରହିଲେ ଶ୍ରମିକ

ଖପ୍ରାଖୋଲ, ୨୮ା୪(ଡି.ଏନ.ଏ.): ଲକଡାଉନ୍‌ ଯୋଗୁଁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ଦାଦନ ଶ୍ରମିକ । ଖାଲି ରାଜ୍ୟ ବାହାରେ ନୁହଁ ରାଜ୍ୟ ଭିତରେ ବି ଭୋଗୁଛନ୍ତି ସମସ୍ୟା । ଫଳରେ କାମ ଅଭାବରେ ଶ୍ରମିକମାନେ ହେଉଛନ୍ତି ଘରମୁହଁା । ହେଲେ କେତେବେଳେ ସେମାନେ ଘରକୁ ଯିବା ରାସ୍ତାରେ ବାଟବଣା ହୋଇ କ୍ୱାରାଣ୍ଟାଇନ ସେଣ୍ଟରରେ ବି ରହୁଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ । ସୂଚନା ଅନୁସାରେ ନୂଆପଡା ଜିଲା ଧରମବନ୍ଧା ଏବଂ ରତିପାଲି ଗାଁର ୨ ପରିବାର ତିନି ଶିଶୁଙ୍କ ସମେତ ମୋଟ ୭ଜଣ ଦାଦନ ଶ୍ରମିକ ବଲାଙ୍ଗୀର ଜିଲା ତୁଷୁରା ଗାଁ ପାଖରେ ଇଟାକାମ କରୁଥିଲେ । ହେଲେ ଲକ୍‌ଡାଉନ୍‌ ଯୋଗୁଁ କାମ ବନ୍ଦ ହୋଇଯିବାରୁ ଚାଲିଚାଲି ବଲାଙ୍ଗୀର ଯାଏଁ ଆସିଲା ପରେ ଏକ ଅଟୋ କରି ଘରକୁ ଫେରୁଥିଲେ । ହେଲେ ଅଟୋ ଚାଳକ କେବଳ ବଲାଙ୍ଗୀର ଜିଲା ସୀମା ଯାଏଁ ଛାଡିଦେବାକୁ କହି ହରିଶଙ୍କର ରୋଟ ବଦଳରେ ହରିଶଙ୍କରଠାରେ ଆଣି ଛାଡିଦେଇଥିଲା । ଫଳରେ ଶ୍ରମିକମାନେ ବାଟବଣା ହୋଇ ପିଲାଛୁଆ, ବ୍ୟାଗପତ୍ର ଧରି ବୁଲୁଥିବାବେଳେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ସୁରେଶ ପୂଝାରୀଙ୍କୁ ଜଣାଇଥିଲେ । ସରପଞ୍ଚ ପୂଝାରୀ ସମସ୍ତ ଶ୍ରମିକଙ୍କୁ ନାନ୍ଦୁପଲା ସ୍କୁଲରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଇଥିବା ଜଣାଯାଇଛି । ଏ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ପଚାରିବାରୁ ପଞ୍ଚାୟତରେ ୧୪ଦିନ ଯାଏଁ ରଖାଯାଇପାରିବ ବୋଲି କହିଛନ୍ତି। ତହସିଲଦାର ନିରଞ୍ଜନ ନାଏକ କହିଛନ୍ତି ଯେ, ନୂଆପଡା ଜିଲା ପ୍ରଶାସନ ସହ ଯୋଗାଯୋଗ ଚାଲିଛି । ସେମାନେ ନିଜ ଗାଁକୁ କିଭଳି ଯାଇପାରିବେ ସେ ନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବ୍ୟବହୃତ ଗାଡି ଭଡା ମିଳିନି: ଭିକ୍ଷାଥାଳ ଧରି ଧାରଣାରେ ବସିଲେ ଗାଡି ମାଲିକ

ସୋନପୁର, ୨।୧୨(ନି.ପ୍ର.): ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ବେସରକାରୀ ଗାଡିର ଭଡା ମିଳୁନି। ଗାଡି ମାଲିକ ମାନେ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ...

ସ୍ବାମୀ ଚରିତ୍ରକୁ ସନ୍ଦେହ, ସ୍ତ୍ରୀ ସାଜିଲେ ହତ୍ୟାକାରୀ

ମୋହନା,୭ା୧(ଡି.ଏନ୍‌.ଏ.)-ସ୍ବାମୀଙ୍କ ଚରିତ୍ରକୁ ସନ୍ଦେହ କଲେ ସ୍ତ୍ରୀ ା ରାସ୍ତାରୁ ହଟାଇବା ପାଇଁ ଯୋଜନା ରଚିଲେ ା ଶେଷରେ ୩୦ ହଜାର ଟଙ୍କା ସୁପାରୀ ଦେଇ ହତ୍ୟା...

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ଦାବି

କର୍ଲାମୁଣ୍ଡା,୧୦।୫(ଡି.ଏନ୍‌.ଏ.): ୧୦ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ରାଜ୍ୟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ଭାବରେ ନିଯୁକ୍ତି ଦେବା...

ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌ ପରିଦର୍ଶନ କଲେ କେନ୍ଦ୍ରାପଡ଼ା ଜିଲାପାଳ: ବାକି ଥିବା କାର୍ଯ୍ୟ ସାରିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌(ଉପଖଣ୍ଡସ୍ତରୀୟ ହସ୍ପିଟାଲ) ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ତହସିଲଦାର ଶରତ କୁମାର ଗିରି,...

ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ୧୦କୋଟି ଠକେଇ: ଏସ୍‌ଡିପିଓଙ୍କ ଦ୍ୱାରସ୍ତ ହେଲେ ଜମାକାରୀ

ବ୍ରହ୍ମପୁର ଅଫିସ,୬ା୧୧-ଚିଟଫଣ୍ଡ ସଂସ୍ଥାଗୁଡିକ ଗଞ୍ଜାମ ଜିଲାର ହଜାର ହାଜର ଜମାକାରୀଙ୍କ କୋଟି କୋଟି ଟଙ୍କା ଠକି ନେଇଯାଇଛନ୍ତି। ବୈଦ୍ୟନାଥପୁର ଥାନା ଅଯୋଧ୍ୟାନଗର ପ୍ରଥମ ଲେନ୍‌ରେ ଖୋଲିଥିବା...

ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼,୭।୯ (ଲୋକନାଥ ମିଶ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ବାଲୁଗାଁ ଅବକାରୀ ଏଏସ୍‌ଆଇଙ୍କ ନୟାଗଡ଼ ପୁରୁଣା...

ବାଲେଶ୍ୱର ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ...

୧୦ ଦିନରେ ୨୨ ଶିଶୁ ପଜିଟିଭ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲାରେ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ...

Advertisement
Archives

Model This Week