ଘନେଇଲା ‘ସାବରକର’ ବିବାଦ:

ନୂଆଦିଲ୍ଲୀ/ବାରାଣସୀ,୧୮-୧୦: ବୀର ବିନାୟକ ଦାମୋଦର ସାବରକର। ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରଣେତା ଭାବେ ପରିଚିତ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କୁ ଭାରତରନତ୍ ଉପାଧି ପ୍ରଦାନର ପ୍ରସ୍ତାବକୁ ନେଇ ଉଠିଛି ବିବାଦ। ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନକୁ ୪ ଦିନ ବାକି ଥିବାବେଳେ ଭାଜପା ଥରକୁ ଥର ଏହି ପ୍ରସଙ୍ଗ ଉଠାଇବାରେ ଲାଗିଛି। ଅନ୍ୟପକ୍ଷରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଭୋଟ ଧ୍ରୁବୀକରଣ ପାଇଁ ଗୈରିକ ଦଳର ଏଭଳି ରାଜନୀତିକୁ ଦୃଢ଼ନିନ୍ଦା କରିଛନ୍ତି। ସାବରକରଙ୍କୁ ଭାରତରନତ୍ ଦିଆଗଲେ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ବି ଦିଆଯାଉ ବୋଲି ହାଇଦ୍ରାବାଦ ଏମ୍‌ପି ଅସାଦୁଦ୍ଦିନ ଓଓ୍ବାଇସି ତାଚ୍ଛଲ୍ୟ କରିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ପୁନଃ କ୍ଷମତାସୀନ ହେଲେ ବୀର ସାବରକରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରନତ୍’ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଭାଜପା ପକ୍ଷରୁ ଜାରି ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦିଆଯିବା ପରେ ସାବରକରଙ୍କୁ ନେଇ ସଦ୍ୟ ବିବାଦର ସୂତ୍ରପାତ ହୋଇଛି। ଏହି ପ୍ରସ୍ତାବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ବିପକ୍ଷ ନେତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ମହାରାଷ୍ଟ୍ରର ଅକୋଲାରେ ଏକ ସଭାକୁ ସମ୍ବୋଧିତ କରି ସାବରକରଙ୍କୁ ପ୍ରଶଂସା କରିଥିଲେ। ଆମ୍ବେଡକରଙ୍କୁ ଅପମାନିତ କରିଆସିଥିବା ଲୋକେ ବୀର ସାବରକରଙ୍କୁ ବଦନାମ କରିଆସିଛନ୍ତି। ସେମାନେ ତାଙ୍କୁ ଆଜି ଯାଏ ଭାରତରନତ୍ ଦେବା ପାଇଁ ମନାକରୁଛନ୍ତି ବୋଲି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେହିପରି ଗୁରୁବାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ସାବରକର ନ ଥିଲେ ୧୮୫୭ ସିପାହି ବିଦ୍ରୋହର ଗୁରୁତ୍ୱକୁ ଭାରତ ବୁଝିପାରି ନ ଥାନ୍ତା। ସାବରକର ହିଁ ଏହାକୁ ସ୍ବାଧୀନତାର ପ୍ରଥମ ଯୁଦ୍ଧ ବୋଲି ଅଭିହିତ କରିଥିଲେ। ତେଣୁ ଦେଶ ଆଗରେ ବାସ୍ତବ ତଥ୍ୟ ଉପସ୍ଥାପନ କରିବା ପାଇଁ ଇତିହାସ ପୁନର୍ଲିଖନର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଆଲିରାଜପୁରରେ କହିଛନ୍ତି, ସାବରକରଙ୍କ ଜୀବନର ଦୁଇଟି ଦିଗ ଥିଲା। ପ୍ରଥମଟି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଓ ଦ୍ୱିତୀୟଟି ହେଲା ବ୍ରିଟିଶମାନଙ୍କୁ କ୍ଷମାମାଗି କଳାପାଣିରୁ ଫେରିବା ସହ କ୍ଷମା ଆବେଦନ କରିବା। ଭାଜପା ଭୁଲିଯିବା ଅନୁଚିତ ଯେ, ଗାନ୍ଧିଜୀଙ୍କ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ସାବରକରଙ୍କ ନାମ ରହିଥିଲା। ସେହିପରି କଂଗ୍ରେସ ନେତା ମନୀଷ୍‌ ତିଓ୍ବାରୀ କହିଛନ୍ତି, ଏନ୍‌ଡିଏ/ଭାଜପା ସରକାର ସାବରକରଙ୍କୁ ଭାରତରନତ୍ ଦେବାକୁ ଚାହୁଁଛି। ନାଥୁରାମଙ୍କୁ କାହିଁିକି ନୁହେଁ? ଗାନ୍ଧୀ ହତ୍ୟା ମାମଲାରେ ସାବରକରଙ୍କ ନାଁରେ ଚାର୍ଜଶିଟ୍‌ ହୋଇଥିଲାବେଳେ ସେ ଏଥିରୁ ମୁକୁଳି ଯାଇଥିଲେ। ହେଲେ ନାଥୁରାମ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିଥିଲେ ବୋଲି ମନୀଷ୍‌ ଟୁଇଟ୍‌ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ଅନୁରୂପ ମତବ୍ୟକ୍ତ କରି ଭାଜପାକୁ ତାଚ୍ଛଲ୍ୟ କରିଛନ୍ତି। ଗାନ୍ଧୀ ହତ୍ୟାର ତଦନ୍ତ କରୁଥିବା ଜଷ୍ଟିସ୍‌ କପୁର କମିଶନ ସାବରକରଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ବୋଲି ଜାଣିବାକୁ ପାଇଥିଲେ। ସାବରକରଙ୍କୁ ଭାରତରନତ୍ ଦିଆଗଲେ ନାଥୁରାମଙ୍କୁ ମଧ୍ୟ ଦିଆଯାଉ ବୋଲି ଓଓ୍ବାଇସି ଏକ ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri