ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସଜନାଗଡ଼,୧୮।୫(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲ୍‌ଡ଼ିହା ଅଭୟାରଣ୍ୟ ରେଞ୍ଜରେ ଶନିବାର ସକାଳେ କୁଲ୍‌ଡ଼ିହା ବିଟ୍‌ରେ କାର୍ଯ୍ୟରତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ବର୍ତ୍ତମାନ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଜଙ୍ଗଲରେ ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁଙ୍କ ସମେତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ କାର୍ଯ୍ୟରତ ଥିଲେ। ତେବେ ପୂର୍ଣ୍ଣଚନ୍ଦ୍ର ପାଟ୍ରୋଲିଂ କରୁଥିବା ସମୟରେ ପାଞ୍ଚଟି ଗୟଳ ତାଙ୍କ ଆଡ଼କୁ ଆସିଥିଲେ। ତେବେ ଚାରୋଟି ଗୟଳ ଚାଲିଯାଇଥିବା ବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହେରାପଞ୍ଚମୀ : ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗିବେ ନନ୍ଦିଘୋଷ ରଥ

ପୁରୀ ଅଫିସ,୮।୭: ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ)ଙ୍କୁ ଛାଡ଼ିି ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥୀରେ ଧରି ନବଦିନାତ୍ମକ ଯାତ୍ରା କରିଛନ୍ତି। ତାଙ୍କୁ ସାଙ୍ଗରେ ଆଣି ନ...

ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୧୪ା୧୧(ଡି.ଏନ.ଏ.): କନ୍ଧମାଳ ଜିଲାରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରବିବାର ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ସ୍ଥାନୀୟ କୃଷି ଗବେଷଣା...

ବାର୍ଷିକ ଉତ୍ପାଦନ କ୍ଷମତା ୧୪ ଲକ୍ଷ ଟନ୍‌

ଅନୁଗୋଳ ଅଫିସ୍‌, ୨୯ ।୪ ଅନୁଗୋଳ ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଗୁରୁବାର ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର (ଜେଏସ୍‌ପି)...

ଫେଲ୍‌ ମାରିଛି ଆଳୁ ମିଶନ

ଭଦ୍ରକ ଅଫିସ, ୯ା୨: ଭଦ୍ରକ ଜିଲାରେ ଆଳୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହୁ ନ ଥିବା ଦେଖିବାକୁ ମିଳିଛି। ସରକାର ଆଳୁ ଚାଷକୁ ପ୍ରୋତ୍ସାହିତ...

ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ

ଭୁବନେଶ୍ବର,୮।୧୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ ଆୟୋଗ...

ରାଜ୍ୟରେ କମିଲା ସଂକ୍ରମଣ:ଗତ ୨୪ଘଣ୍ଟାରେ ୩ହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୭(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ଗ୍ରାଫ୍‌ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୩ହଜାରରୁ ଉପରେ ରହୁଥିଲା। ଯାହା ସମସ୍ତଙ୍କ ପାଇଁ ଚିନ୍ତାର...

ନାଟକ ‘ଜାଣି ଅଜଣା’ ମାଧ୍ୟମରେ ସଚେତନତା ବାର୍ତ୍ତା

ରୂପ୍‌ସା, ୮।୨(ଡି.ଏନ.ଏ.): ବାଲେଶ୍ୱର ଜିଲାସ୍ତରୀୟ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସମାବେଶରେ ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର ଏକ...

ଡିପୋରେ ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର କାଠ

ଭଞ୍ଜନଗର,୧।୪: ଭଞ୍ଜନଗର କଲେଜ ରୋଡ଼ରେ ଥିବା ଓଡ଼ିଶା ବନ ଉନ୍ନୟନ ନିଗମର କାଠ ଡିପୋରେ ଗୁରୁବାର ନିଆଁ ଲାଗିଯାଇଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କାଠ ଜଳିଯାଇଛି।...

Advertisement
Archives

Model This Week