ଗ୍ୟାଷ୍ଟ୍ରିକ୍‌ରୁ ଆରୋଗ୍ୟ ପାଇଁ ଔଷଧ ସେବନ କରୁଛନ୍ତି କି: ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ପେଟର ବହୁ ପ୍ରକାରର ସମସ୍ୟା ଭିତରୁ ଗ୍ୟାସ୍‌ ସମସ୍ୟା ଅନ୍ୟତମ। ଆଜିକାଲି ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁ ପ୍ରାୟ ଲୋକଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦେଖାଦେଇଥାଏ। ଏହା ଏବେ ସାଧାରଣ ସମସ୍ୟା ପାଲଟିଛି। ଅତ୍ୟଧିକ ଭୋଜନ କରିବା, ବହୁ ବିଳମ୍ବ ପର୍ଯ୍ୟନ୍ତ ଭୋକରେ ରହିବା, ରାଗ ବା ଖଟାଜାତୀୟ ଖାଦ୍ୟ, ଗରିଷ୍ଠ ଖାଦ୍ୟ, ଖାଦ୍ୟକୁ ଠିକ୍‌ ଭାବେ ଚୋବାଇ ନ ଖାଇବା ଏବଂ ଅଧିକ ନିଶାସେବନ କରିବା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିସହ ଅତ୍ୟଧିକ ମାତ୍ରାରେ ଔଷଧ ସେବନ କରିବା ଯୋଗୁଁ ମଧ୍ୟ ଏସିଡିଟି ଓ ଗ୍ୟାସ୍‌ ସମସ୍ୟା ଦେଖାଦେଇଥାଏ। ଅନେକ ସମୟରେ ଅତ୍ୟଧିକ ଗ୍ୟାସ ହୋଇଯିବାରୁ ଛାତିରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥାଏ। ବହୁ ଲୋକ ଏହି ସମସ୍ୟାକୁ ରୋଗ ନ ଭାବି ବଜାରରେ ମିଳୁଥିବା ଗ୍ୟାଷ୍ଟ୍ରିକ୍‌ ବଟିକା ଖାଇଥା’ନ୍ତି। ହେଲେ ଏହା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା ଜାଣି ନ ଥାଆନ୍ତି।

ଏହି ଔଷଧ କିଡ୍‌ନୀ ଉପରେ ପ୍ରଭାବ ପକାଇବା ସହ ଏହାର ବହୁଳ ବ୍ୟବହାର ଯୋଗୁ କିଡ୍‌ନୀ ଖରାପ ହେବାର ସମ୍ଭାବନା ରହିଥାଏ। ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍‌ସିଓ) ପକ୍ଷରୁ ସମସ୍ତ ରାଜ୍ୟର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଏଥିରେ ଗ୍ୟାଷ୍ଟ୍ରିକ ଔଷଧ ତିଆରି କରୁଥିବା କମ୍ପାନୀକୁ ଏକ ବୈଧାନିକ ସଚେତନତା ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ବ୍ୟବହାର ଦ୍ୱାରା କିଡ୍‌ନୀ ଉପରେ ପ୍ରଭାବ ପଡ଼ିବ ବୋଲି ଔଷଧ ରେପର ଉପରେ ଲେଖିବାକୁ କମ୍ପାନୀକୁ ପରାମର୍ଶ ଦିଆଯାଇଛି। ଏଭଳି କରିବା ପଛରେ ଏକ କାରଣ ରହିଛି। ଏହାଦ୍ୱାରା ଲୋକେ ସଚେତନ ହେବା ସହ ବିନା ଡାକ୍ତରଙ୍କ ପରାମର୍ଶରେ ବଜାରରେ ମିଳୁଥିବା କୌଣସି ଔଷଧ ସେବନ କରିବେ ନାହିଁ। ଫଳରେ ଔଷଧରେ ଥିବା ପାର୍ଶ୍ୱ ପ୍ରତିକ୍ରିୟା ଶରୀରରେ ପ୍ରଭାବ ପକାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

କ୍ରାଇମବ୍ରାଞ୍ଚ DGଙ୍କ ବଡ଼ ବୟାନ: ସୌମ୍ୟ ହତ୍ୟାର ସବୁ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୫: କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ସବୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା DG ମିଶ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri