ଗ୍ରାହକ ସେବା ସର୍ବୋଚ୍ଚ ଲକ୍ଷ୍ୟ: ଶିଭମ୍‌ ହୋଣ୍ଡା

ପୁରୀ ଅଫିସ, ୨୦।୧୨:ପୁରୀ ଭିଆଇପି ରୋଡରେ ଥିବା ଶିଭମ୍‌ ହୋଣ୍ଡା ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଗ୍ରାହକ ସେବାକୁ ସର୍ବୋଚ୍ଚ ଲକ୍ଷ୍ୟ ଭାବେ ଗ୍ରହଣ କରିଥିବା ହୋଣ୍ଡାର ଏହି ୨ଚକିଆ ଶୋ’ରୁମ ଅନେକ ସନ୍ତୁଷ୍ଟ ଗ୍ରାହକ ସୃଷ୍ଟି କରିପାରିଛି ବୋଲି ଏହାର ଏମ୍‌ଡି ବଦ୍ରି ସାମନ୍ତରାୟ ପ୍ରକାଶ କରିଛନ୍ତି। ପୁରୀ ସମେତ କାକଟପୁର, ଅସ୍ତରଙ୍ଗ, କୋଣାର୍କ, ବ୍ରହ୍ମଗିରି, ସାକ୍ଷୀଗୋପାଳ, ପିପିଲି ଓ ନିମାପଡ଼ା ଅଞ୍ଚଳର ଲୋକଙ୍କୁ ଏହି ଶୋରୁମ୍‌ ଗାଡ଼ି ବିକ୍ରି ଏବଂ ବିକ୍ରି ପରବର୍ତ୍ତୀ ସେବା ଯୋଗାଇ ଆସୁଛି। ଏଠାରେ ବିଶେଷକରି ଆକ୍ଟିଭା ୫-ଜିର ବିକ୍ରି ୭୧ ପ୍ରତିଶତ ରହିଥିବାବେଳେ ବାଇକ୍‌ର ବିକ୍ରି ୩୫ ପ୍ରତିଶତ ରହିଛି। ଶିଭମ୍‌ ହୋଣ୍ଡାର ଜେନେରାଲ ମ୍ୟାନେଜର ସଞ୍ଜୟ ମହାପାତ୍ରଙ୍କ କହିବା ହେଲା ଯେ, ଶୋ’ରୁମ୍‌ ପକ୍ଷରୁ ଗ୍ରାହକ ସେବାକୁ ସବୁବେଳେ ପ୍ରାଥମିକତା ଦିଆଯାଇଥାଏ। ଏଠାରୁ ଗାଡ଼ି କିଣିବା ପରେ ଗାଡ଼ିର ଉପଯୁକ୍ତ ରକ୍ଷଣାବେକ୍ଷଣ ନେଇ ଗ୍ରାହକଙ୍କୁ ରିମାଇଣ୍ଡ କରାଯାଇଥାଏ। ସର୍ଭିସିଂ ତାରିଖ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚାଇ ଦିଆଯାଏ। ବାଇକ୍‌ ସର୍ଭିସିଂ ପାଇଁ ଆସୁଥିବା ଗ୍ରାହକଙ୍କ ଲାଗି ଶୋ’ ରୁମ୍‌ରେ ପ୍ରତୀକ୍ଷାଳୟ, ମନୋରଞ୍ଜନ ପାଇଁ ଟିଭି ଏବଂ ଅନ୍ୟ ବାଇକ୍‌ ସମ୍ପର୍କରେ ଜାଣିବା ପାଇଁ ‘ମେ ଆଇ ହେଲ୍‌ପ ୟୁ’ର ସୁବିଧା ବି ଉପଲବ୍ଧ ରହିଛି। ବାଇକ୍‌ରେ କୌଣସି ଯାନ୍ତ୍ରିକ ତ୍ରୁଟିଜନିତ ଖବର ମିଳିଲେ ଅଭିଜ୍ଞ ଟେକ୍ନିସିଆନମାନେ ଘରେ କିମ୍ବା ରାସ୍ତାରେ ପହଞ୍ଚତ୍ ସେବା ଯୋଗାଇଥାନ୍ତି। ଏଥିସହ ନିକଟରେ ଥିବା ଶୋ’ରୁମ୍‌ ସହିତ ମଧ୍ୟ ଯୋଗାଯୋଗ କରାଇ ଦିଆଯାଏ। ସମୟ ଅନ୍ତରାଳରେ ଗ୍ରାହକଙ୍କ ରହିଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି। ନୂତନ ମୋଟରଯାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ପରେ ଜଣେ ଗ୍ରାହକ ଯେପରି ନମ୍ବରଜନିତ କୌଣସି ସମସ୍ୟାରେ ନ ପଡ଼ିବେ ସେଥିଲାଗି ୩ରୁ ୫ଦିନ ମଧ୍ୟରେ ସେମାନଙ୍କୁ ନମ୍ବର ପ୍ଲେଟ ଓ ସମସ୍ତ ଡକ୍ୟୁମେଣ୍ଟ ଯୋଗାଇଦେବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

ସତରେ କ’ଣ ସାପ ଶତ୍ରୁଙ୍କଠାରୁ ପ୍ରତିଶୋଧ ନେଇଥାଏ? ସତକଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାପ ବିଶ୍ୱର ସବୁଠାରୁ ବିଷାକ୍ତ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ। ସାପକୁ ଦେଖିବା ମାତ୍ରେ ଯେ କେହି ଭୟରେ ଥରି ଉଠେ। ସାରା ବିଶ୍ୱରେ ତିନି ହଜାରରୁ ଅଧିକ…

ମମତାଙ୍କୁ ଶକ୍ତ ଝଟ୍‌କା: ଆଉ ଜଣେ ଟିଏମସି ରାଜ୍ୟ ସଭା ଏମପି ଦେଲେ ଇସ୍ତଫା, କାରଣ….

କୋଲକାତା,୧୬ା୭: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଆଉ ଏକ ଝଟକା ଲାଗିଛି । ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଏବଂ ପଶ୍ଚିମବଙ୍ଗର ଟିଏମସି ରାଜ୍ୟ ସଭା ଏମପି କୋଏଲ…

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri