ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ ମାଟି ପକାଇବା, ପଟ୍ଟାଭୁକ୍ତ ଜମି ଉପରେ ଜୋରଜବରଦସ୍ତ ରାସ୍ତା ତିଆରି କରାଯିବା ନେଇ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଏବଂ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗରେ ଲିଖିତ ଅଭିଯୋଗ ପରେ କ୍ଷତିଗ୍ରସ୍ତ ପ୍ରଜା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ବାଇପାସ୍‌ରୁ ଟାଙ୍ଗରାଣୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଟେଣ୍ଡର ପ୍ରକ୍ରିୟାରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ରହିଛି। ତେବେ ଏହି ରାସ୍ତା ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ରହିଥିଲେ ହେଁ ସୂଚନାଫଳକ ନ ଥିବା ଏବଂ ପୂତ୍ତର୍ର୍ ବିଭାଗର ଅସହଯୋଗ ଯୋଗୁ ରାସ୍ତା ନିର୍ମାଣ ସମ୍ବନ୍ଧୀୟ ଠିକ୍‌ ତଥ୍ୟ ମିଳିପାରିନାହିଁ। ହେଲେ ରାସ୍ତା ନିର୍ମାଣର ବ୍ୟୟ ଅଟକଳ ନେଇ ଅନିୟମିତତା ରହିଥିବା ଏବଂ ଟେଣ୍ଡରଧାରୀଙ୍କୁ ପୂର୍ତ୍ତ ବିଭାଗର ଅହେତୁକ ଅନୁକମ୍ପା ଅଭିଯୋଗ ପରେ କଥା ପଦାକୁ ଆସିଛି।   ଅଭିଯୋଗ ଅନୁଯାୟୀ, ନିର୍ମାଣାଧୀନ ରାସ୍ତାର ଗୋଟିଏ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଜାଗା ଲମ୍ବ ଭାବେ ରହିଛି। ହେଲେ ସେସବୁ ଜାଗା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଜବରଦଖଲରେ ରହିଛି। ଉକ୍ତ ରାସ୍ତା ପୂର୍ବ ରାସ୍ତାଠାରୁ ୪ରୁ ୫ ଫୁଟ ଓସାର କରାଯାଇ ନିର୍ମାଣାଧୀନ ରହିଥିବାବେଳେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଅନୂସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜାଗା ଉପରେ ଲମ୍ବ ଭାବେ ମାଟି ଢଳାଚାଲିଛି। ରାସ୍ତା ପାର୍ଶ୍ୱରେ କ୍ଷତିଗ୍ରସ୍ତ ପ୍ରଜା କରୁଣାକର ପାତ୍ର ଓ ଭେଦ ଚନ୍ଦ୍ର ପାତ୍ରଙ୍କର ଖାତା ନଂ ୧୮୩, ପ୍ଲଟ୍‌ ନଂ.୩୫୪ରେ ୬୭ ଡେସିମିଲ ରେକର୍ଡଭୁକ୍ତ ଜାଗା ରହିଛି। ନିର୍ମାଣ ଆଳରେ ରାସ୍ତା ଓସାର କରାଗଲେ କ୍ଷତିଗ୍ରସ୍ତ ପ୍ରଜାଙ୍କର ୧୫ ଡେସିମିଲିରୁ ଊର୍ଦ୍ଧ୍ୱ ଜାଗା ଚାଲିଯିବ। ଏ ନେଇ କ୍ଷତିଗ୍ରସ୍ତ ପ୍ରଜା ମାଟିଢ଼ଳାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ରାସ୍ତା ନିର୍ମାଣ ବନ୍ଦ ରହିଥିଲେ ହେଁ ଟେଣ୍ଡରଧାରୀ ଦାଦାଗିରି ଦେଖାଇ ପଟ୍ଟାଭୁକ୍ତ ଜମିରୁ ମାଟି ଉଠାଉ ନ ଥିବା ନେଇ ପୋଲିସ ବିଟ୍‌ ହାଉସରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ରାସ୍ତାର ଏକ ପାର୍ଶ୍ୱରେ ସରକାରୀ ଜାଗା ଥିବା ସତ୍ତ୍ୱେ ସେପଟକୁ ରାସ୍ତା ଓସାର କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଉପରେ ପଚାରିବାରୁ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଅଧିକାରୀ ଶ୍ରୀକାନ୍ତ ପରିଡ଼ା କହିଛନ୍ତି ଯେ, ଏନେଇ ପଳାଶପଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କୁହାଯାଇଛି। ଜମି ମାପଚୁପ ପରେ ରାସ୍ତା ତିଆରି ହେବ। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା କହିଛନ୍ତି ଯେ, ଅଭିଯୋଗର ସମାଧାନ ନ ହେଲେ ପୂର୍ବ ରାସ୍ତା ଯାହା ଥିଲା, ସେହି ଅନୁଯାୟୀ ତିଆରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ଝିଅ ସହ ରାହା ଖୋଜୁଛନ୍ତି ରଜନୀ

ସିମୁଳିଆ, ୨୦।୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମୁରୁଣା ପଞ୍ଚାୟତ ୩ନଂ. ୱାର୍ଡ ରାଉତପଡା ଅଞ୍ଚଳର ୫୫ ବର୍ଷୀୟା ରଜନୀ ଦାସଙ୍କ ନିକଟରେ ମୁଣ୍ଡ ଗୁଞ୍ଜିବାକୁ...

ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର...

ଜାତୀୟ ରାଜପଥ ସମ୍ପ୍ରସାରଣ ଆଳରେ ମିଶନ ଶକ୍ତି ଗୃହ ନିର୍ମାଣ ବନ୍ଦ

ବାହାନଗା,୮ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପରିସରରେ ନିର୍ମାଣ ହେବାକୁ ଥିବା ମିଶନ ଶକ୍ତି ଗୃହ ୧ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କାମ ନ ହୋଇ...

ଦୁର୍ଘଟଣାରେ ନାବାଳକଙ୍କ ଜୀବନ ଗଲା

ବାସୁଦେବପୁର, ୨୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର କଇଥଖୋଲା ନିକଟ ସିଙ୍ଗାପୁର ଛକଠାରେ ବୁଧବାର ମଧ୍ୟାହ୍ନରେ ଏକ ବାଇକ୍‌ ଧକ୍କାରେ ଅଶୋକ କୁମାର କର ନାମକ...

ଆଉ ଜାଲରେ ପଡୁନାହାନ୍ତି ଇଲିଶି

ଭୋଗରାଇ, ୩୦।୭(ପ୍ରଦୀପ ଦାସ)-ଆଷାଢରୁ ଭାଦ୍ରବ ମାସ ଯାଏ ସୁବର୍ଣ୍ଣରେଖା ମୁହାଣରୁ ପ୍ରଚୁର ଇଲିଶି ମାଛ ଧରାଯାଇଥାଏ। ବାଲେଶ୍ୱର ଜିଲା ସମୁଦ୍ର ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଏହି ମାଛ...

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା...

ଫୁଲୁଛି ସୁବର୍ଣ୍ଣରେଖା

ଭୋଗରାଇ/ଜଳେଶ୍ୱର/ବାଲିଆପାଳ,୧୬।୯(ଡି.ଏନ.ଏ./ସ୍ବ.ପ୍ର.)- ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ବାଲେଶ୍ୱର ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଭୋଗରାଇରେ...

ଓଟିରୋଡ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ : ଭଙ୍ଗା ହେଲା ଲକ୍ଷ୍ମୀନାରାୟଣ ମନ୍ଦିର ନାଟମଣ୍ଡପ

ବାଲେଶ୍ୱର ଅଫିସ, ୨୧।୩-ବାଲେଶ୍ୱର ସହରର ମୁଖ୍ୟରାସ୍ତା ଓଟିରୋଡ୍‌ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁକ୍ରବାର ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ତୋରଣ, ଗରୁଡ଼ଖମ୍ଭ ଓ...

Advertisement
Archives

Model This Week